ETV Bharat / city

ବରଗଡରେ କେବେ ହେବ କ୍ୟାନସର ହସ୍ପିଟାଲ ? 2 ଥର ସରିଛି ଘୋଷଣା

author img

By

Published : Jan 21, 2020, 8:44 PM IST

ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତ ବେଳେ ଘୋଷଣା କଲେ କ୍ୟାନସର ହସ୍ପିଟାଲ । ତେବେ କେବେ ହେବ କେମିତି ହେବ ସେନେଇ କୌଣସି ଘୋଷଣା ହୋଇନାହିଁ ।

CMଙ୍କ ବରଗଡ ଗସ୍ତ
CMଙ୍କ ବରଗଡ ଗସ୍ତ

ବରଗଡ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବରଗଡ ଜିଲ୍ଲା ଗସ୍ତରେ ଆସି ନବ ନିର୍ମିତ ଜିଲା ମୁଖ୍ୟ ଡାକ୍ତରଖାନା ଓ ବିଜ୍ଞାନ ଉଦ୍ୟାନ କୁ ଉଦଘାଟନ କରିଛନ୍ତି । ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ବହୁ ହିତାଧିକାରୀ ମାନଙ୍କୁ ଚେକ ମାଧ୍ୟମରେ ଅର୍ଥ ପ୍ରଦାନ ମଧ୍ୟ କରିଛନ୍ତି । ଏହସହ ଜିଲ୍ଲାର ପୁରୁଣା ଓ ବଡ ଦାବି ମଧ୍ୟ ପୂରଣ କରିଛନ୍ତି ।

CMଙ୍କ ବରଗଡ ଗସ୍ତ: ନୂତନ ହସ୍ପିଟାଲ ଉଦଘାଟନ; କ୍ୟାନସର ହସ୍ପିଟାଲକୁ ଅପେକ୍ଷା

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ୧୨ ଟା ୩୦ ମିନିଟରେ ବରଗଡ ଟୁକୁଲ୍ଲାରେ ପହଞ୍ଚିଥିଲେ ଏବଂ ନବ ନିର୍ମିତ ଡାକ୍ତରଖାନାର ଉଦଘାଟନ କରିଥିଲେ । ପରେ ଏକ ସାଧାରଣ ସଭାରେ ଯୋଗଦେଇ ଦେଇଥିଲେ । ଏହି ସାଧାରଣ ସଭାରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ସୁଶାନ୍ତ ସିଂ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା, ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ପୂର୍ବତନ ସାଂସଦ ପ୍ରଭାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ମୁଖ୍ୟମନ୍ତ୍ରୀ ଗତ ୨୦୧୯ ଫେବୃୟାରୀ ୨୧ରେ ସୋହେଲା ନିକଟ ଇଚ୍ଛାପାଳି ଠାରେ ଏହି କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଘୋଷଣା କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ ମଙ୍ଗଳବାର ପୁଣିଥରେ ବରଗଡରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନେଇ ସରକାରଙ୍କ ଘୋଷଣା କରିବା କେତେ ତତ୍ପର ଏଥିରୁ ସ୍ପଷ୍ଟ । ମୁଖ୍ୟମନ୍ତ୍ରୀ ନିଜେ ଦୁଇଥର ଘୋଷଣା କରିବା ପରେ କେବେ ହେଉଛି ହସ୍ପିଟାଲ ତାହାକୁ ଅପେକ୍ଷା ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲା ଗସ୍ତରେ ଆସି ନବ ନିର୍ମିତ ଜିଲା ମୁଖ୍ୟ ଡାକ୍ତରଖାନା ଓ ବିଜ୍ଞାନ ଉଦ୍ୟାନ କୁ ଉଦଘାଟନ କରିଛନ୍ତି । ଏହା ସହିତ ବହୁ ଗୁଡିଏ ଯୋଜନାର ଶିଳାନ୍ୟାଶ କରିଥିବା ବେଳେ ବହୁ ହିତାଧିକାରୀ ମାନଙ୍କୁ ଚେକ ମାଧ୍ୟମରେ ଅର୍ଥ ପ୍ରଦାନ ମଧ୍ୟ କରିଛନ୍ତି ଏବଂ ବରଗଡରେ କେନ୍ସର ହସ୍ପିଟାଲ ନିର୍ମାଣ ହେବ ବୋଲି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ |
Body: ଆଜି ମୁଖ୍ୟମନ୍ତ୍ରୀ ୧୨ ଟା ୩୦ ମିନିଟରେ ବରଗଡ ଟୁକୁଲ୍ଲା କୁ ପହଞ୍ଚିଥିଲେ ଏବଂ ଡାକ୍ତରଖାନାର ଶୁଭ ଉଦ୍ଘାଟନ ପରେ ସାଧାରଣ ସଭାରେ ଯୋଗଦାନ ଦେଇଥିଲେ |ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟସଭା ଏମପି ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ସୁଶାନ୍ତ ସିଂ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା, ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ୫-ଟି ସଚିବ ଭି. କେ. ପାଣ୍ଡିଆନ, ପୂର୍ବତନ ଏମପି ପ୍ରଭାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ | ତେବେ ଏହି ସଭାରେ ମାତ୍ର ୧ ମିନିଟ ର ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ବରଗଡ଼ରେ କ୍ୟାନ୍‌ସର ହସ୍ପିଟାଲ ନିର୍ମାଣ ହେବ ବୋଲି ଘୋଷଣା କରି ଚାଲିଯାଇଥିଲେ |
Conclusion:ତେବେ ମୁଖ୍ୟମନ୍ତ୍ରୀ ଗତ ୨୦୧୯ ଫେବୃୟାରି ୨୧ ତାରିଖରେ ସୋହେଲା ନିକଟ ଇଚ୍ଛାପାଳି ଠାରେ ଏହି କେନ୍ସର ହସ୍ପିଟାଲ ନିର୍ମାଣ ପାଇଁ ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ହୋଇନଥିବା ବେଳେ ଆଜି ପୁଣି ବରଗଡ଼ରେ କେନ୍ସର ହସ୍ପିଟାଲ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ | ତେବେ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦୂଇ ଥର ଘୋଷଣା ପରେ ଦେଖାଯାଉ ବରଗଡରେ କେବେ କାର୍ଯ୍ୟକାରୀ କରାଯାଉଛି କେନ୍ସର ହସ୍ପିଟାଲ |
ବାଇଟ 1 -ପ୍ରସନ୍ନ ଆଚାର୍ଯ୍ୟ ( ରାଜ୍ୟସଭା ସାଂସଦ )
ବାଇଟ 2- ସୁଶାନ୍ତ ସିଂ ( ଶ୍ରମ ମନ୍ତ୍ରୀ )
ବାଇଟ 3- ଅନିତା ପ୍ରଧାନ ( ହିତାଧିକାରୀ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.