ETV Bharat / city

CM Foreign Visit: ମୁଖ୍ୟମନ୍ତ୍ରୀଙ୍କୁ ସବୁ ଜଣା, ମନ୍ତ୍ରୀଙ୍କ ଆବଶ୍ୟକ ନାହିଁ କହିଲେ ପ୍ରମିଳା

author img

By

Published : Jun 20, 2022, 8:20 PM IST

ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କୌଣସି ମନ୍ତ୍ରୀଙ୍କୁ ସାଙ୍ଗରେ ନେଇନାହାନ୍ତି ।ଏହାକୁ ନେଇ ବିରୋଧୀ ଅଭିଯୋଗ କରୁଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଅଧିକ ପଢ଼ନ୍ତୁ

CM Foreign Visit: ମୁଖ୍ୟମନ୍ତ୍ରୀଙ୍କୁ ସବୁ ଜଣା, ମନ୍ତ୍ରୀଙ୍କ ଅବଶ୍ୟକ ନାହିଁ କହିଲେ ପ୍ରମିଳା

ଭୁବନେଶ୍ବର: ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ଦୁଇ ପ୍ରମୁଖ ସଫଳତା ବାବଦରେ ନିଜ ଅନୁଭୂତି ବଖାଣିବେ । ତେବେ ନିଜ ସାଙ୍ଗରେ ବିଭାଗୀୟ ମନ୍ତ୍ରୀଙ୍କ ବଦଳରେ ସଚିବଙ୍କୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ଏହାକୁ ନେଇ ଜବାବ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ଇଟାଲୀରେ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ୍ ବେସଲୀଙ୍କ ନିମନ୍ତ୍ରଣ ରକ୍ଷା କରି ସ୍ବତନ୍ତ୍ର ଉତ୍ସବରେ ଯୋଗଦେବେ ନବୀନ । ସେଠାରେ ଖାଦ୍ୟ ଉତ୍ପାଦନ ଏବଂ ଯୋଗାଣ ଓ ବିପର୍ଯ୍ୟୟ ମୁକାବିଲା ନେଇ ଅଭିଭାଷଣ ରଖିବେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଉଭୟ ବିଭାଗର ମନ୍ତ୍ରୀଙ୍କୁ ସାଙ୍ଗରେ ନେଇନାହାନ୍ତି । ତାଙ୍କ ବଦଳରେ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ସାଙ୍ଗରେ ନେଇଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ସଚିବଙ୍କ ନିକଟରେ ମନ୍ତ୍ରୀ ବା ରାଜନେତାଙ୍କ କ୍ଷମତା ଗୌଣ ହେଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ, "ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକେ କିପରି ସୁରକ୍ଷିତ ରହିବେ ସେ ନେଇ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଓଡ଼ିଶାକୁ ଏହି କ୍ଷେତ୍ରରେ ଦେଶର ମଡେଲ ବୋଲି ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ବାର୍ତ୍ତା ଦେବାକୁ ବିଦେଶ ଯାଇଛନ୍ତି ।"

ମୁଖ୍ୟମନ୍ତ୍ରୀଙ୍କୁ ବିପର୍ଯ୍ୟୟ ପରିଚାଳନା ଓ ଖାଦ୍ୟ ଯୋଗାଣ ବାବଦରେ କେଉଁ କଥା ଅଜଣା ନାହିଁ । ସେ ମନ୍ତ୍ରୀଙ୍କ ଆବଶ୍ୟକତା ମନେ କରି ନାହାନ୍ତି । ବିନା ମନ୍ତ୍ରୀଙ୍କ ସହ ବିଦେଶ ଯାଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରିବେ । ମୁଖ୍ୟମନ୍ତ୍ରୀ ଏକୁଟିଆ ସବୁ ଜିନିଷ କରିପାରିବେ । ନେଇ ଆଣି ଥୋଇ ପାରିବେ । କିଏ ଯିବା ନଯିବାରେ କିଛି ସମସ୍ୟା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.