ETV Bharat / city

3 ହସ୍ପିଟାଲ ପାଇଁ ବଡ ଘୋଷଣା: ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମଗାର - ହସ୍ପିଟାଲରେ ଭିତ୍ତିଭୂମି ପାଇଁ ସୁବିଧା ଯୋଗାଇବେ ରାଜ୍ୟ ସରକାର

'ମୋ ସରକାର' କାର୍ଯ୍ୟକ୍ରମର ସମୀକ୍ଷା ପରେ 3ଟି ଜିଲ୍ଲାର ଚିକିତ୍ସାଳୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଏଥିପାଇଁ ସମୁଦାୟ 400 କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 14, 2019, 9:12 PM IST

Updated : Oct 14, 2019, 9:21 PM IST

ଭୁବନେଶ୍ବର: 'ମୋ ସରକାର' କାର୍ଯ୍ୟକ୍ରମର ସମୀକ୍ଷା ପରେ 3ଟି ଜିଲ୍ଲା ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । କାର୍ଯ୍ୟକ୍ରମ ଆରମ୍ଭର ମାତ୍ର 10 ଦିନ ମଧ୍ୟରେ 120 ଜଣଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ବେଶ ଉତ୍ସାହଜନକ ଥିବା କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଶେଷ କରି ରାଜ୍ୟରେ ଥିବା ବିଭିନ୍ନ ଥାନା ଓ ହସ୍ପିଟାଲ ଉପରେ ଫୋକସ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଶେଷ କରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ମାଲକାନଗିରି ଜିଲ୍ଲା ମୁଖ୍ୟ ହସ୍ପିଟାଲର ଡାକ୍ତରଙ୍କ ରହଣି ପାଇଁ ଟ୍ରାଞ୍ଜିଟ୍ ହୋମ(ଗେଷ୍ଟହାଉସ)ର ବ୍ୟବସ୍ଥା କରାଯିବା ସହ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ରହଣୀର ବ୍ୟବସ୍ଥା କରାଯିବ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବେଡ ସଂଖ୍ୟା 200କୁ ବୃଦ୍ଧି କରିବା ସହ ଦୈନିକ ମାଲକାନଗିରିରୁ ମୋଟୁକୁ ବସ ଯାତାୟତ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କୋରାପୁଟ ମେଡିକାଲ କଲେଜ ପାଇଁ 500 ବେଡର ଯୋଜନା ପ୍ରସ୍ତୁତ ହୋଇଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ କଲେଜରେ 700 ଶଯ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି । ଏଥିସହିତ ମଧ୍ୟବର୍ତ୍ତୀକାଳୀନ ପଦକ୍ଷେପ ସ୍ବରୂପ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ରହଣୀ ବ୍ୟବସ୍ଥା, ଷ୍ଟାଫ୍‌ କ୍ବାର୍ଟର, ଟ୍ରାଞ୍ଜିଟ ହୋମ କରାଯିବ । ଏତତବ୍ୟତୀତ 5 ଆମ୍ବୁଲାନ୍ସ ଓ 3ଟି ମହାପ୍ରୟାଣ ଗାଡି ଦିଆଯିବା ନେଇ ଘୋଷଣା ହୋଇଛି । ସେହିପରି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବେଡ ସଂଖ୍ୟା 250କୁ ବୃଦ୍ଧି କରାଯିବ । ନୂଆ ୱାର୍ଡ, ଷ୍ଟାଫ୍‌ କ୍ବାର୍ଟର, ବିଶ୍ରାମଗାର, 2ଟି ଆମ୍ବୁଲାନ୍ସ ମଧ୍ୟ ଦିଆଯିବ ।

ନବରଙ୍ଗପୁର ଜିଲ୍ଲା ହସ୍ପିଟାଲର ବେଡ଼ ସଂଖ୍ୟା 200କୁ ବୃଦ୍ଧି ହେବା ସହ ଆଉ ଏକ ନୂଆ ହସ୍ପିଟାଲ ପାଇଁ ବିଲ୍ଡିଂ ନିର୍ମାଣ କରାଯିବ । ରୋଗୀଙ୍କ ସମ୍ପର୍କୀୟଙ୍କ ରହଣୀ ପାଇଁ ବ୍ୟବସ୍ଥା, 3ଟି ଲେଖାଁଏ ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡି ମଧ୍ୟ ଦିଆଯିବ । ଏହାଛଡା ରାଜ୍ୟରେ ସର୍ବମୋଟ 4ଟି ରୋଗୀ କଲ୍ୟାଣ ସମିତି ଥିବାବେଳେ ପ୍ରତ୍ୟେକ ସମିତିକୁ 15 ଲକ୍ଷ ଟଙ୍କା ସହାୟତା ଦିଆଯିବ । ସେହିପରି 'ରକ୍ତ ଦାନ' କାର୍ଯ୍ୟକ୍ରମ ବାବଦରେ ସବୁ ଜିଲ୍ଲାର ଏସପିଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାନୁସାରେ, ମହାତ୍ମାଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ 10 ଦିନ ପୂର୍ବରୁ ଆରମ୍ଭ ହୋଇଥିଲା 'ମୋ ସରକାର' କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଆରମ୍ଭ ପରେ 5'ଟି' ସଚିବ ଭି କେ ପାଣ୍ଡିଆନ ଓ ତାଙ୍କ ଟିମ୍ ବିଭିନ୍ନ ମେଡିକାଲ ପରିଦର୍ଶନ କରି ସ୍ଥିତି ପରଖିଥିଲେ । 5'ଟି' ର ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ସୋମବାର ଏହି 3ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ମେଡିକାଲ ପାଇଁ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘୋଷଣାରେ ସମୁଦାୟ 400କୋଟିର ବ୍ୟୟ ବରାଦ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା। ସବୁ ରୋଗୀ କଲ୍ୟାଣ ସମିତିକୁ 15 ଲକ୍ଷ ଟଙ୍କା ସହାୟତା ଦିଆଯିବ। 4ଟି ରୋଗୀ କଲ୍ୟାଣ ସମିତି ରହିଛି। ରକ୍ତ ଦାନ କାର୍ଯ୍ୟକ୍ରମ ବାବଦରେ ସବୁ ଜିଲ୍ଲାର ଏସପିଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଡାକ୍ତରଙ୍କ ରହଣି ଓ ଟ୍ରା ନଜିତ ହୋମ କରାଯିବ। ରୋଗୀଙ୍କ ସମ୍ପର୍କୀୟ ଙ୍କ ପାଇଁ ରହଣୀ ବ୍ୟବସ୍ଥା ହୋଇଛି। ବେଡ଼ ସଂଖ୍ୟା 200କୁ ବୃଦ୍ଧି ହୋଇଛି। ପ୍ରତିଦିନ ମୋଟୁରୁ ମାଲକାନଗିରି କୁ ବସ ଯାତାୟାତ କରିବ।
କୋରାପୁଟ ମେଡିକାଲ କଲେଜ ପାଇଁ 500 ବେଡ଼ ପାଇଁ। ଯୋଜନା ପ୍ରସ୍ତୁତ ହୋଇଛି। ଦୁଇ ବର୍ଷ ମଧ୍ୟରେ 700କୁ ବୃଦ୍ଧି ହେବ। ମଧ୍ୟବର୍ତ୍ତୀ କାଳୀନ ପଦକ୍ଷେପ ସ୍ୱରୂପ ରୋଗୀ କ ସମ୍ପର୍କୀୟ ଙ୍କ ପାଇଁ ରହଣୀ ବ୍ୟବସ୍ଥା ହେବ। ଷ୍ଟାଫ କ୍ୱାର୍ଟର, ଟ୍ରାଞ୍ଜି ଟ ହୋମ କରାଯିବ। 5 ଆମ୍ବୁଲାନ୍ସ ଓ 3ଟି ମହାପ୍ରୟାଣ ଗାଡି ଦିଆଯିବ।
କୋରାପୁଟ ଜିଲ୍ଲା ହସ୍ପିଟାଲ ପାଇଁ ବେଡ଼ ସଂଖ୍ୟା 250କୁ ବୃଦ୍ଧି ହେବ। ନୂଆ ୱାର୍ଡ, ଷ୍ଟାଫ କ୍ୱାର୍ଟର, ବିଶ୍ରାମଗାର, 2ଟି ଆମ୍ବୁଲାନ୍ସ ଦିଆଯିବ।
ନବରଙ୍ଗପୁର ଜିଲ୍ଲା ହସ୍ପିଟାଲ ପାଇଁ ବେଡ଼ 200କୁ ବୃଦ୍ଧି, ନୂଆ ହସ୍ପିଟାଲ ବିଲ୍ଡିଂ, ସମ୍ପର୍କୀୟ ଙ୍କ ରହଣୀ ପାଇଁ ବ୍ୟବସ୍ଥା, 3ଟି ଲେଖାଁଏ ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡି ଦିଆଯିବ।
ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ 10 ଦିନ ପୂର୍ବରୁ ଆରମ୍ଭ ହୋଇଥିଲା ମୋ ସରକାର ଯୋଜନା।Body:ବାଇଟ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀConclusion:
Last Updated : Oct 14, 2019, 9:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.