ETV Bharat / city

ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ 4ଟି ପ୍ରସଙ୍ଗ ଉଠାଇଲେ ନବୀନ

ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ନବୀନ ଉଠାଇଲେ 4ଟି ପ୍ରସଙ୍ଗ । ଜାତୀୟ ସଂହତି ଓ ରାଜ୍ୟ-ରାଜ୍ୟ, କେନ୍ଦ୍ର-ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ବୈଠକର ମୂଳ ଉଦ୍ଦେଶ୍ୟ ବୋଲି କହିଲେ ନବୀନ ।

author img

By

Published : Feb 28, 2020, 12:27 PM IST

Updated : Feb 28, 2020, 1:26 PM IST

Eastern Zonal Council meet
ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକ

ଭୁବନେଶ୍ବର: ରାଜଧାନୀରେ ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ କରୁଛନ୍ତି ଅଧ୍ୟକ୍ଷତା । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିହାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଝାଡଖଣ୍ଡର ଅର୍ଥମନ୍ତ୍ରୀ ।

ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ 4ଟି ପ୍ରସଙ୍ଗ ଉଠାଇଲେ ନବୀନ

ଏହି ବୈଠକରେ 4ଟି ପ୍ରସଙ୍ଗ ଉଠାଇଛନ୍ତି ନବୀନ । ଜାତୀୟ ସଂହତି ଓ ରାଜ୍ୟ-ରାଜ୍ୟ, କେନ୍ଦ୍ର-ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ବୈଠକର ମୂଳ ଉଦ୍ଦେଶ୍ୟ । ଅର୍ଥନୈତିକ ଭିତ୍ତିଭୂମି ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ସମସ୍ତଙ୍କ ମଧରେ ସଂହତି ଆସିବ ଦରକାର । ତଟେଲି ଯୋଗାଯୋଗ, ବ୍ୟାଙ୍କିଙ୍ଗ ସେବା ଓ ରେଳ, ସଡକ ସଂଯୋଗ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ଦୁଇ ଗୁଣ କରିବାକୁ ପ୍ରସ୍ତାବ ରଖିଛନ୍ତି ନବୀନ ।

ପୂର୍ବାଞ୍ଚଳ ପରିଷଦରେ ଥିବା ଏହି 4 ରାଜ୍ୟର ଅବଦାନ ଦେଶର ଖଣିଜ ସମ୍ପତ୍ତିରେ ଅଧିକ ଥିବାରୁ ଏହି ରାଜ୍ୟକୁ ଅଧିକ ଅନୁଦାନ ମିଳିବ ଦରକାର ବୋଲି କହିଛନ୍ତି ନବୀନ । 2012ରୁ କୋଇଲା ରାୟଲିଟି ସଂଶୋଧନ ହୋଇନାହିଁ । ଏବେ ଏହା ସଂଶୋଧନ ହେବାର ଜରୁରୀ ଆବଶ୍ୟକ ରହିଛି ବୋଲି ସେ ଦର୍ଶାଇଛନ୍ତି ।

ସେହିପରି କ୍ଲିନ ଏନର୍ଜୀ ସେସ ରାଜ୍ୟଗୁଡିକୁ ଦେବା ଦରକାର । ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ବତନ୍ତ୍ର ଅର୍ଥନୈତିକ ପ୍ୟାକେଜ ପାଇଁ ଦାବି କରିଛନ୍ତି ନବୀନ । ଏହି 4 ରାଜ୍ୟରେ ଆଦିବାସୀ ବହୁଳ ଅଞ୍ଚଳ ଅଧିକ ଥିବାରୁ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଲଗାତର ରହିଥିବାରୁ ଏହି ଭିତ୍ତିରେ ଓଡିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପ୍ରସ୍ତାବକୁ ବିଚାରକୁ ନେବା ପାଇଁ ଦାବି କରିଛନ୍ତି ନବୀନ । ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ଦେବାରେ ବିଳମ୍ବ, ଧାନ କିଣାରେ ସବସିଡି ନଦେବା, ରେଳ ପ୍ରକଳ୍ପରେ ରାଜ୍ୟ ସରକାର 50 ପ୍ରତିଶତ ଅନୁଦାନ ସହିତ ମାଗଣ ଜମି ଦେଉଥିଲେ ବି କାମ ଆଗଉନାହିଁ ବୋଲି ଏହି ବୈଠକରେ ଉଲ୍ଲେଖ କରିଛନ୍ତି ନବୀନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Feb 28, 2020, 1:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.