ଭୁବନେଶ୍ବର: ଦେଶର ପ୍ରତିଷ୍ଠିତ ଲ' ବିଶ୍ବ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ ପାଇଁ ଅନୁଷ୍ଠିତ କମନ ଲ' ଆଡମିଶନ ଟେଷ୍ଟ ତଥା କ୍ଲାଟ୍(CLAT Result 2021) ପରୀକ୍ଷା ଫଳ ଘୋଷଣା କରାଯାଇଛି । ପରୀକ୍ଷାରେ ଓଡିଶାରୁ ଟପ୍ପର ହୋଇଛନ୍ତି ଭୁବନେଶ୍ବରର ଉତ୍କର୍ଷ ପଣ୍ଡା ।
ସର୍ବଭାରତୀୟ ରାଙ୍କ ୫୩ ରଖି କ୍ଲାଟ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି ଉତ୍କର୍ଷ । ବ୍ୟୋମରଞ୍ଜନ ପଣ୍ଡା ଓ ରିମି ପଣ୍ଡାଙ୍କ ପୁଅ ଉତ୍କର୍ଷ ଭୁବନେଶ୍ବରର ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରୁ ଦଶମ ପାଠ୍ୟକ୍ରମ ଶେଷ କରିଛନ୍ତି ।
ସେପଟେ ପଞ୍ଜାବର ମନହାର ବଂସଲ AIR-1 ରଖି ଦେଶରେ ଟପ୍ପର ହୋଇଛନ୍ତି ।
ପରୀକ୍ଷାର୍ଥୀମାନେ ଅଫିସିଆଲ ୱେବସାଇଟ(onsortiumofnlus.ac.in)ରେ ନିଜ ରେଜଲ୍ଟ ଦେଖିପାରିବେ । ୨୩ ଜୁଲାଇ ୨୦୨୧ ଦେଶର ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା କନ୍ସୋର୍ଶିୟମ ଅଫ ନ୍ୟାସନାଲ ଲ' ୟୁନିଭର୍ସିଟି ପକ୍ଷରୁ ଆୟୋଜିତ ହୋଇଥିଲା । ଏଥିରେ 62,106 ପରୀକ୍ଷାର୍ଥୀ ସାମିଲ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ