ETV Bharat / city

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ପ୍ରଥମ ଦିନ; ମାତୃଭାଷାରେ 11 ଜଣ ଏମପି - ମାତୃଭାଷାରେ 11 ଜଣ ପରିକ୍ଷାର୍ଥୀ ଏମପି

ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭରୁ ଆସିଛି ଏମିତି ଖବର । ପ୍ରଥମ ଦିନରେ ବିଜ୍ଞାନ ବିଭାଗର ମାତୃଭାଷା ପରୀକ୍ଷା ରହିଥିଲା ବେଳେ ପ୍ରଥମ ପରୀକ୍ଷାରେ ହିଁ କପି କରି ସାରା ଓଡିଶାରୁ 11 ଜଣ ପରିକ୍ଷାର୍ଥୀ ମା ପ୍ରାଟିସ (ଏମପି) ହୋଇଛନ୍ତି । ଅଧିକ ପଢନ୍ତୁ..

chse-plus-two-exam-odisha
chse-plus-two-exam-odisha
author img

By

Published : Mar 3, 2020, 11:03 PM IST

ଭୁବନେଶ୍ବର: ଯୁକ୍ତ ଦୁଇ ପ୍ରଥମ ଦିନରେ ମାତୃଭାଷାରେ 11 ଜଣ ପରୀକ୍ଷାର୍ଥୀ ଏମପି ତଥା ମାଲପ୍ରାଟିସ ହୋଇଛନ୍ତି। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭରୁ ଆସିଛି ଏମିତି ଖବର। ପ୍ରଥମ ଦିନରେ ବିଜ୍ଞାନ ବିଭାଗର ମାତୃଭାଷା ପରୀକ୍ଷା ରହିଥିଲା ବେଳେ ପ୍ରଥମ ପରୀକ୍ଷାରେ ହିଁ କପି କରି ସାରା ଓଡିଶାରୁ 11 ଜଣ ପରିକ୍ଷାର୍ଥୀ ମାଲପ୍ରାଟିସ (ଏମପି) ହୋଇଛନ୍ତି।

ଚଳିତ ବର୍ଷ ରାଜ୍ୟର 1143 ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ତେବେ ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ପରୀକ୍ଷାର୍ଥୀଙ୍କୁ କଡା କଡି ଭାବେ ଯାଞ୍ଚ କରାଯାଇଥିଲା। ତେବେ ବିଭିନ୍ନ କଲେଜରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ କପି କରୁଥିବା ଅଭିଯୋଗରେ 11 ଜଣ ପିଲାଙ୍କୁ ଏମପି କରିଦିଆଯାଇଛି।

ଆଗାମୀ ଦିନରେ କପି ରୋକିବାକୁ କଡାକଡି ଭାବରେ ପଦକ୍ଷପ ନିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ସମୁଦାୟ 3 ଲକ୍ଷ 50 ହଜାର 800 ପିଲା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଉଛନ୍ତି ପରିକ୍ଷାର୍ଥୀ। ଏଥିମଧ୍ୟରୁ କେବଳ 97 ହଜାର 546 ଜଣ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଛନ୍ତି ଛାତ୍ର ଛାତ୍ରୀ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.