ETV Bharat / city

Cholera: କାଶୀପୁର ପରେ ନବରଙ୍ଗପୁର ଓ କୋରାପୁଟରେ ସ୍ଥିତି ନିୟନ୍ତ୍ରଣ

author img

By

Published : Aug 1, 2022, 5:17 PM IST

ରାୟଗଡ଼ା କାଶୀପୁର ପରେ ଏବେ ପଡ଼ୋଶୀ ଜିଲ୍ଲା ନବରଙ୍ଗପୁର ଓ କୋରାପୁଟରେ ଝାଡ଼ାବାନ୍ତି ରୋଗ ନିୟନ୍ତ୍ରଣକୁ ଆସିଛି । ଅଧିକ ପଢନ୍ତୁ

Cholera: ନବରଙ୍ଗପୁର କୋରାପୁଟରେ ସ୍ଥିତି ନିୟନ୍ତ୍ରଣାଧୀନ, ଟ୍ୟାଙ୍କରରେ ପାଣି ଯୋଗାଉଛି ପ୍ରଶାସନ

ଭୁବନେଶ୍ବର: ନବରଙ୍ଗପୁର ଓ କୋରାପୁଟରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ରାୟଗଡ଼ା କାଶୀପୁରରେ ସଂଖ୍ୟା କମିଥିବା ବେଳେ ଏବେ ଏହି 2 ଜିଲ୍ଲାରେ ସ୍ଥିତି ମଧ୍ୟ ନିୟନ୍ତ୍ରଣକୁ ଆସିଛି । ହସ୍ପିଟାଲରେ ଏବେ ରୋଗୀଙ୍କ ସଂଖ୍ୟା 7ରୁ 8ରେ ପହଞ୍ଚିଥିବା ବେଳେ ଅଧିକ ଆକ୍ରାନ୍ତ ଥିବା ଅଞ୍ଚଳରେ ଏବେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି ।

ଏ ନେଇ ପ୍ରତିକ୍ରିୟା ରଖି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ, " ବର୍ଷା ଦିନ ହେଲେ ଝାଡ଼ାବାନ୍ତି ରୋଗ ବଢେ । ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡ଼ିକରେ ବିପଦ ଅଧିକ ଥାଏ । କାଶୀପୁର, କୋରାପୁଟ ଓ ନବରଙ୍ଗପୁର ଆଦି ଅଞ୍ଚଳରେ ଯେଉଁ ଝାଡ଼ାବାନ୍ତି ବ୍ୟାପିଛି ସେସବୁ ପଡୋଶୀ ଜିଲ୍ଲା । ତେଣୁ ଲୋକଙ୍କ ମଧ୍ୟରେ ଯିବା ଆସିବା ଲାଗି ରୁହେ । ନବରଙ୍ଗପୁର ଓ କୋରାପୁଟରେ ସ୍ଥିତି ନିୟନ୍ତ୍ରଣ ଭିତରେ ଅଛି । କାଶୀପୁରରେ ସଂଖ୍ୟା କମି ଆସିଲାଣି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା 7 - 8କୁ ଆସିଗଲାଣି । ଯେଉଁଠି ଅଧିକ ହେଉଥିଲା ସେ ସବୁ ଅଞ୍ଚଳରେ ଏବେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ନାହିଁ । ବିଭିନ୍ନ ଅଞ୍ଚଳରୁ ଗୋଟିଏ ଗୋଟିଏ କେସ ଚିହ୍ନଟ ହେଉଛି । ତେଣୁ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି ।"

ଏହି ରୋଗ ଦୂଷିତ ଜଳ ଦ୍ବାରା ବ୍ୟାପୁଥିବାରୁ ଟ୍ୟାଙ୍କରରେ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଅଙ୍ଗନବାଡି ଗୁ଼ଡ଼ିକରେ ପାଣି ଗରମ କରାଯାଉଛି । ପାଣିରେ ବଟିକା ପକାଇ ପିଇବା ଲାଗି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି । ଖାଇବା ପୂର୍ବରୁ ଏବଂ ଶୌଚ ପରେ ହାତ ଧୋଇବା ପାଇଁ ସାବୁନ ମଧ୍ୟ ଦିଆଯାଇଛି । ଏହାସହ ସଚେତନତା ବୃଦ୍ଧି କରିବା ପାଇଁ କାଶୀପୁର ଅଞ୍ଚଳରେ 4ଟି ଗାଡି ବୁଲି ମାଇକ ମାଧ୍ୟମରେ ସଚେତନତା କରାଯାଉଛି । ଲୋକଙ୍କୁ ଲିଫଲେଟ ବଣ୍ଟାଯାଉଛି । ଆଶା ଓ ସ୍ବାସ୍ଥ୍ୟକର୍ମୀ ମାନେ ଘରକୁ ଘର ବୁଲି ସଚେତନ କରୁଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.