ETV Bharat / city

ପ୍ରଦୀପ ସେଠୀ ବେଆଇନ ସଜା ପ୍ରସଙ୍ଗ, ହାଇକୋର୍ଟରେ ଜବାବ ରଖିପାରିଲେନି ରାଜ୍ୟ ସରକାର

author img

By

Published : Oct 6, 2020, 2:21 PM IST

Updated : Oct 6, 2020, 4:53 PM IST

ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲା । ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ବେଆଇନ ଭାବେ ଜେଲରେ ସଜା କାଟିବା ପ୍ରସଙ୍ଗରେ ଆଜି ବି କୋର୍ଟରେ ଜବାବ ରଖିପାରିଲେ ନାହିଁ ରାଜ୍ୟ ସରକାର । ଆସନ୍ତା 14ରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ...

ପ୍ରଦୀପ ସେଠୀ ବେଆଇନ ସଜା କାଟିବା ପ୍ରସଙ୍ଗ, ହାଇକୋର୍ଟରେ ଜବାବ ରଖିପାରିଲେନି ରାଜ୍ୟ ସରକାର

କଟକ: ବହୁଚର୍ଚ୍ଚିତ ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲା । ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ବେଆଇନ ଭାବେ ଜେଲରେ ସଜା କାଟିବା ପ୍ରସଙ୍ଗରେ ଆଜି ବି କୋର୍ଟରେ ଜବାବ ରଖିପାରିଲେ ନାହିଁ ରାଜ୍ୟ ସରକାର । ଯାହାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି ।

ପ୍ରଦୀପ ସେଠୀ ବେଆଇନ ସଜା ପ୍ରସଙ୍ଗ, ହାଇକୋର୍ଟରେ ଜବାବ ରଖିପାରିଲେନି ରାଜ୍ୟ ସରକାର

ସୂଚନାଯୋଗ୍ୟ ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ 7 ବର୍ଷ ଜେଲରେ ସଜା କାଟିଥିଲେ । ହେଲେ ତାଙ୍କ ଦଣ୍ଡାଦେଶ ଅବଧି ଶେଷ ହୋଇଥିଲେ ସୁଦ୍ଧା ତାଙ୍କୁ ବେଆଇନ ଭାବେ ଜେଲରେ ରଖାଯାଇଥିବା ନେଇ ସେ ହାଇକୋର୍ଟରେ ଆବେଦନ କରିଥିଲେ । ତେବେ ପ୍ରଦୀପଙ୍କ ବିରୋଧରେ ସମୁଦାୟ 24ଟି ମାମଲା ରହିଥିବା ବେଳେ ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ, ରାଜ୍ୟ ସରକାର ସମସ୍ତ 24ଟି ମାମଲାକୁ ସିବିଆଇକୁ ସ୍ଥାନାନ୍ତର କରିବା କଥା । ମାତ୍ର ରାଜ୍ୟ ସରକାର ଏହାକୁ ଉଲ୍ଲଂଘନ କରି ସିବିଆଇକୁ ମାତ୍ର 8ଟି ମାମଲା ସ୍ଥାନାନ୍ତର କରିଥିଲେ । ଏହି 8ଟି ମାମଲାର ଶୁଣାଣି କରି ସିବିଆଇ କୋର୍ଟ ପ୍ରଦୀପଙ୍କୁ 7 ବର୍ଷର ଜେଲଦଣ୍ଡ ଶୁଣାଇଥିଲେ । ଯାହାର ଅବଧି ଗତ ମେ ମାସ 20 ତାରିଖରେ ଶେଷ ହୋଇଛି । ତେବେ ତାଙ୍କ ବିରୋଧରେ ଥିବା ଅନ୍ୟ 16ଟି ମାମଲା ଗୁଡିକ କାହିଁକି ସିବିଆଇକୁ ହସ୍ତାନ୍ତର କରାଯାଇନାହିଁ ବୋଲି ଜବାବ ଦାଖଲ କରିବାକୁ କୋର୍ଟ ପୂର୍ବ ଶୁଣାଣି ସମୟରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ବି ଏହାର ଜବାବ ଦାଖଲ କରିପାରିନାହାଁନ୍ତି ରାଜ୍ୟ ସରକାର । ଯାହାକୁ ନେଇ କୋର୍ଟ ପୁନର୍ବାର କ୍ଷୋଭ ପ୍ରକାଶ କରିବା ସହ ଆସନ୍ତା 12ତାରିଖ ମଧ୍ୟରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା 14ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 6, 2020, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.