ETV Bharat / city

ଚିଟଫଣ୍ଡ ଦୁର୍ନୀତି ତଦନ୍ତ ପ୍ରକ୍ରିୟାରେ ପରିବର୍ତ୍ତନ, ଆଶଙ୍କାରେ ଜମାକାରୀ - ଚିଟଫଣ୍ଡ ଦୁର୍ନୀତି ତଦନ୍ତ ପ୍ରକ୍ରିୟା

ଚିଟଫଣ୍ଡ ଦୁର୍ନୀତି ମାମଲାରେ ତଦନ୍ତ ପାଇଁ ଟର୍ମସ ଅଫ୍ ରେଫରେନ୍ସରେ ସଂଶୋଧନ କରାଯାଇଛି । ଏଥିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ ରହିଥିବାରୁ କ୍ଷତିଗ୍ରସ୍ତମାନେ ନିଜ ଟଙ୍କା ଫେରିପାଇବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Dec 19, 2019, 7:24 AM IST

ଭୁବନେଶ୍ବର/ବାଲେଶ୍ବର: ଚିଟଫଣ୍ଡ ଦୁର୍ନୀତି ମାମଲାରେ ତଦନ୍ତ ବେଶ ଧୀମା ପରିଲକ୍ଷିତ ହୋଇଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଜମାକାରୀ । ତେବେ ନିକଟରେ ତଦନ୍ତ କମିଶନଙ୍କ ପାଇଁ ଉଦ୍ଦିଷ୍ଟ ଟର୍ମସ ଅଫ୍ ରେଫରେନ୍ସରେ ସଂଶୋଧନ ହୋଇଥିବା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ରିପୋର୍ଟରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ ରହିଥିବାରୁ କ୍ଷତିଗ୍ରସ୍ତମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ଓ ବାଲେଶ୍ବର

ସଂଶୋଧିତ ଟର୍ମସ ଅଫ ରେଫରେନ୍ସ ଅନୁସାରେ, କମିଶନ କେବଳ କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ ତଦନ୍ତ କରିବେ । ପୂର୍ବରୁ ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ କରାଯିବ ବୋଲି ଟର୍ମସ ଅଫ ରେଫରେନ୍ସରେ ଉଲ୍ଲେଖ ରହିଥିଲା । ହେଲେ ଏବେ ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ ବୋଲି ଉଲ୍ଲେଖ ରହିଛି । ଯାହାକୁ ନେଇ ପ୍ରକୃତ ଜମାକାରୀଙ୍କ ଚିନ୍ତା ବଢି ଯାଇଛି । ସେମାନେ ଟଙ୍କା ଫେରିପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଚିଟ୍‌ଫଣ୍ଡ ମାମଲାରେ ଜଷ୍ଟିସ ମଦନ ମୋହନ ଦାସଙ୍କ ନେତୃତ୍ବରେ ଏବେ ତଦନ୍ତ କରାଯାଉଛି ।

ସରକାରଙ୍କ ଏଭଳି ଆଭିମୁଖ୍ୟ ନେଇ ବର୍ଷିଛି କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଆବାହକ ଜୟନ୍ତ ଦାସ । କ୍ଷତିଗ୍ରସ୍ତ ମାନଙ୍କୁ ନେଇ ସରକାରଙ୍କ ଆନ୍ତରିକତା ନ ଥିବା ସେ ପ୍ରକାଶ କରିଛନ୍ତି । ତେବେ ଆସନ୍ତା ଜାନୁୟାରୀ ମାସରୁ ମଞ୍ଚ ପକ୍ଷରୁ ସବୁ ତହସିଲରେ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେହିପରି ଜମାକାରୀଙ୍କ ପାଇଁ ସରକାର ଆଦୌ ଚିନ୍ତିତ ନୁହଁନ୍ତି ବୋଲି ବିଜେପି କହିଛି । ଏହା ଏକ ଭେଳିକି । କେବଳ ଭୋଟ ହାତେଇବା ପାଇଁ କର୍ପସ ପାଣ୍ଠି ଗଠନ ହୋଇଥିଲା ବୋଲି ବିଜେପି ଅଭିଯୋଗ କରିଛି । ଅନ୍ୟପଟରେ ସରକାର ଏନେଇ ଅଧିକ ନିରୀକ୍ଷଣ କରୁଥିବା ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି । ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯିବା ପରେ ସେମାନଙ୍କୁ ଟଙ୍କା ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ଚିଟ୍‌ଫଣ୍ଡ ତଦନ୍ତର ଦିଗ କୁଆଡେ। ସମୟ ଯେତିକି ଗଡୁଛି ସରକାର ସେତିକି ଭେଳିକି ଦେଖାଉଛନ୍ତି। ପରିସ୍ଥିତି ଏପରି ହେଲାଣି ଯେ ଜମାକାରୀ ତା ଟଙ୍କା ଯେ ଫେରି ପାଇବ ସେ ଆଶା ହରାଇବାକୁ ବାଧ୍ୟ ହେଉଛନ୍ତି। ନିକଟରେ ତଦନ୍ତ କମିଶନଙ୍କ ପାଇଁ ଉଦ୍ଦିଷ୍ଟ ଟର୍ମସ୍ ଅଫ୍ ରେଫରେନ୍ସରେ ସଂଶୋଧନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସଂଶୋଧିତ ଟର୍ମସ ଅଫ ରେଫରେନ୍ସ ଅନୁସାରେ କମିଶନ କେବଳ କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ ତଦନ୍ତ କରିବେ । ପୂର୍ବରୁ ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ କରାଯିବ ବୋଲି ଟର୍ମସ ଅଫ ରେଫରେନ୍ସରେ ଉଲ୍ଲେଖ ରହିଥିଲା। ହେଲେ ଏବେ ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ ବୋଲି ଉଲ୍ଲେଖ ରହିଛି । ଯାହାକୁ ନେଇ ପ୍ରକୃତ ଜମାକାରୀ ଙ୍କ ଚିନ୍ତା ବଢି ଯାଇଛି। ସେମାନେ ଯେ ଟଙ୍କା ଫେରି ପାଇବେନି ଏଥିରୁ ସ୍ପଷ୍ଟ ହୋଇଛି। ସରକଙ୍କୁ ଏଭଳି ଆଭିମୁଖ୍ୟ ନେଇ ବର୍ଷିଛି ଆର୍ଥିକ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ। ମଂଚର ଆବାହକ ଜୟନ୍ତ ଦାସ କହିଛନ୍ତି, ସରକାର ଙ୍କ ଆନ୍ତରିକତା ଆଗରୁ ଜଣାପଡୁଥିଲା। ତେବେ ଆସନ୍ତା ଜାନୁୟାରୀ ମାସରୁ ମଞ୍ଚ ସବୁ ତହସିଲର ପ୍ରତିବାଦ ବିକ୍ଷୋଭ କରିବ। ଆବଶ୍ୟକ ପଫିଲେ ବିଧାନସଭା ଘେରିବ। ବିରୋଧୀ ବିଜେପି କହିଛି, କେବଳ ଭୋଟ ହାତେଇବାକୁ କାର୍ପସ ପାଣ୍ଠି ଗଠନ ହୋଇଥିଲା। ଜମାକାରୀ ଙ୍କ ପାଇଁ ସରକାର ଆଦୌ ଚିନ୍ତିତ ନୁହଁନ୍ତି। ଏହା ଏକ ଭେଳିକି। ସେପଟେ ଅର୍ଥ ସଚିବଙ୍କ ଯୁକ୍ତି ବି ଭିନ୍ନ। ସେ କହିଛନ୍ତି, ଜମାକାରୀ ନିଜ ଇଚ୍ଛାରେ ଟଙ୍କା ଜମା କରିଥିଲେ। ସରକାର ଗୋଟେ ଶାନ୍ତ୍ୱନ ପାଇଁ ପ୍ୟାକେଜ ଘୋଷଣା କରିଥିଲେ। ପ୍ରଥମେ କ୍ଷୁଦ୍ର ଜମାକାରୀ ଙ୍କ କଥା ବୁଝିବାକୁ ଚେଷ୍ଟା ଚାଲିଛି।ଚିଟ୍‌ଫଣ୍ଡ ମାମଲାରେ ଏବେ ତଦନ୍ତ କରୁଛନ୍ତି ଜଷ୍ଟିସ ମଦନ ମୋହନ ଦାସ । Body:ବାଇଟ ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ନେତ୍ରୀ
ବାଇଟ ଜୟନ୍ତ ଦାସ, ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ
ବାଇଟ ଅଶୋକ ମୀନା, ଅର୍ଥ ସଚିବ

ବାଲେଶ୍ଵର ରୁ ଜୀବନ ଜ୍ୟୋତି ଓ ଭୁବନେଶ୍ୱର ରୁ ଜ୍ଞାନଦର୍ଶୀ ସାହୁ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.