ଭୁବନେଶ୍ବର: ଇଟିକିଲି ମିଟିକିଲି ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଏଥିରେ 150 ରୁ ଉର୍ଦ୍ଧ୍ବ କୁନିକୁନି ଶିଶୁମାନେ ଭାଗନେଇ 6ମାସ ତଳେ ଘଟି ଯାଇଥିବା ଫନିର କରାଳ ଦୃଶ୍ୟକୁ ଚିତ୍ର ମାଧ୍ୟମରେ କାନଭାସ ଉପରେ ରୁପ ଦେଉଥିବା ଦେଖାଯାଇଛି। ଯାହାକି ଆଗାମୀ ବର୍ଷ ପ୍ରଦର୍ଶନ କରାଯିବ ବୋଲି ଅନୁଷ୍ଠାନର ସଚିବ ଶରତ କୁମାର ନାୟକ ପ୍ରକାଶ କରିଛନ୍ତି।
ସେହିପରି ସ୍ଥାନୀୟ ଜୟଦେବ ଭବନ ଠାରେ ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଇଟିକିଲି ମିଟିକିଲି ପକ୍ଷରୁ ଆୟୋଜିତ ହୋଇଥିବା ଚିତ୍ରକଳା ପ୍ରଦର୍ଶନୀରେ ଗାନ୍ଧିଜୀଙ୍କ ଉପରେ ସୁନ୍ଦର ଚିତ୍ରମାନ ସ୍ଥାନୀତ ହୋଇଛି । ଯାହାକୁ ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀର ପିଲାମାନେ ମହାତ୍ମାଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ଭାଗନେଇ ଅଙ୍କନ କରିଥିଲେ।
ଏହି ପ୍ରଦର୍ଶନୀ ସୋମବାର ପର୍ଯ୍ୟନ୍ତ ଦର୍ଶକଙ୍କ ନିମନ୍ତେ ଉନ୍ମୁକ୍ତ ଥିବାବେଳେ ଏଥିରୁ ଶ୍ରେଷ୍ଠ ବିବେଚିତ ଚିତ୍ରକଳାକୁ ଏକ ସ୍ବତନ୍ତ୍ର ଦିବସରେ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନର ସଚିବ ଶରତ କୁମାର ନାୟକ ପ୍ରକାଶ କରିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ