ETV Bharat / city

ଆଉ ନାହିଁ ଇଞ୍ଜେକ୍ସନ ଚିନ୍ତା, ଖୁସିରେ ପିଲାଏ ନେବେ ଟିକା - ଶିଶୁଙ୍କୁ ଟୀକାକରଣ

କୋରୋନାର ଜାଇପର ଡି ଡୋଜ ଟିକା ବିନା ଛୁଞ୍ଚିରେ ଶିଶୁମାନଙ୍କୁ ଦେବାକୁ ପରମର୍ଶ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ବିନା ଛୁଞ୍ଚି ଜାଇପର ଡି ଟିକା ନେବେ ଶିଶୁ
ବିନା ଛୁଞ୍ଚି ଜାଇପର ଡି ଟିକା ନେବେ ଶିଶୁ
author img

By

Published : Oct 22, 2021, 1:39 PM IST

Updated : Oct 22, 2021, 4:53 PM IST

ଭୁବନେଶ୍ବର: ବିନା ଛୁଞ୍ଚିରେ ଟିକା ନେବେ ଶିଶୁ । କୋରୋନାର ଜାଇପର ଡି ଟିକା ବିନା ଛୁଞ୍ଚିରେ ଶିଶୁମାନଙ୍କୁ ଦେବାକୁ ପରାମର୍ଶ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

12 ବର୍ଷରୁ 18 ବର୍ଷ ମଧ୍ୟରେ ଶିଶୁଙ୍କୁ ଡିସିଜିଆଇ ଅନୁମତି ଦେଇଥିବା ଜାଇପର ଡି ଟିକା ଦିଆଯିବ । କୋଭାକ୍ସିନକୁ ପରୀକ୍ଷା କରି DCGI ଏହି ଅନୁମତି ଦେଇଛି l ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଜିଠୁ ତାଲିମ ଆରମ୍ଭ ହୋଇଛି । ରାଜ୍ୟରେ 2ବର୍ଷ ରୁ 18ବର୍ଷ ପର୍ଯ୍ୟନ୍ତ ଟିକା ନେବାକୁ 1କୋଟି 40 ଲକ୍ଷ ଶିଶୁ ଅଛନ୍ତି । ଏକା ସାଙ୍ଗେ ଶିଶୁଙ୍କୁ ଟିକା ଦେବାକୁ ହେଲେ ଟୀକାକାରଣ କେନ୍ଦ୍ର ବଢ଼େଇବାକୁ ପଡିବ । ଯେଉଁ ମୁହୂର୍ତ୍ତରେ ନିର୍ଦ୍ଦେଶ ଆସିବ ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ବିନା ଛୁଞ୍ଚି ଜାଇପର ଡି ଟିକା ନେବେ ଶିଶୁ

ପିଲାମାନେ ସାଧାରଣତଃ ଇଞ୍ଜେକ୍ସନକୁ ଡରନ୍ତି ତେବେ ସେମାଙ୍କୁ ଫର୍ମା ଡେପଥ୍ ଟେକ୍ନୋଲୋଜି ମାଧ୍ୟମରେ ଟିକା ଦିଆଯିବ l ଏଥିପାଇଁ ସ୍ବତନ୍ତ୍ର ଏସଓପି ଆଧାରରେ ଟୀକାକରଣ ହେବ । ବର୍ତ୍ତମାନ ସୁଦ୍ଧା 3କୋଟି 50ଲକ୍ଷ ଡୋଜ ଟୀକାକରଣ ସରିଛି । 2କୋଟି 47ଲକ୍ଷ ପ୍ରଥମ ଡୋଜ 7୮ ପ୍ରତିଶତ ଓ 1କୋଟି 3ଲକ୍ଷ ଦ୍ବିତୀୟ ଡୋଜ 33% ଶେଷ ହୋଇଛି । ଆଜି 1830 ଟି ଟୀକାକରଣ କେନ୍ଦ୍ରରେ ଟୀକାକରଣ ଜାରି ରହିଛି ।

ବର୍ତ୍ତମାନ ରାଜ୍ୟରେ 24 ଲକ୍ଷ ଟିକା ମହଜୁଦ ଥିବା ସୂଚନା ଦେଇଛନ୍ତି l ବର୍ତ୍ତମାନ ସୁଦ୍ଧା ଆମେ 3କୋଟି 50ଲକ୍ଷ ଡୋଜ ଟିକା ଦିଆସାରିଲାଣି l 2କୋଟି 47ଲକ୍ଷ ପ୍ରଥମ ଡୋଜ 78% ଓ 1କୋଟି 3ଲକ୍ଷ ଦ୍ୱିତୀୟ ଡୋଜ 33% ଦିଆସାରିଛି l ଆଜି 1830 ଟି ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଯାଉଛି l ବର୍ତ୍ତମାନ ରାଜ୍ୟରେ 24 ଲକ୍ଷ ଟିକା ମହଜୁଦ ଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 22, 2021, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.