ETV Bharat / city

କୋରୋନା କବଳରେ ଶିଶୁ, ଭୟଭୀତ ନ ହୋଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ - କୋରୋନା କବଳରେ ଶିଶୁ

ପ୍ରଥମ ଓ ଦ୍ବିତୀୟ ଲହରରେ ଶିଶୁ ସଂକ୍ରମିତ ହେଉଥିଲେ । ଏବେ ମଧ୍ୟ ହେଉଛନ୍ତି । ଏଣୁ ଭୟଭୀତ ନ ହୋଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

କୋରୋନା କବଳରେ ଶିଶୁ, ଭୟଭୀତ ନ ହୋଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

author img

By

Published : Aug 28, 2021, 12:37 PM IST

ଭୁବନେଶ୍ବର: ରାଜ୍ୟରେ ଶିଶୁଙ୍କ କୋରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଶିଶୁମାନେ ପ୍ରଥମ ଓ ଦ୍ବିତୀୟ ଲହରରେ ସଂକ୍ରମିତ ହେଉଥିଲେ । ତେବେ ବର୍ତ୍ତମାନ ମଧ୍ୟ ଶିଶୁ ସଂକ୍ରମିତ ହେବା ସହିତ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି । ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ପ୍ରତିଶତ ହୋମ ଆଇସୋଲେସନରେ ଭଲ ହେଉଛନ୍ତି । ଏଣୁ ଭୟଭୀତ ନ ହୋଇ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

କୋରୋନା କବଳରେ ଶିଶୁ, ଭୟଭୀତ ନ ହୋଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ବିଶେଷଜ୍ଞମାନଙ୍କ ମତରେ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବେ। ସେଥିପାଇଁ ଆମେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛୁ । ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ବେଡ଼, ସେଣ୍ଟର ଅଫ ଏକସିଲେନ୍ସ ତିଆରି ଚାଲିଛି । ଆତଙ୍କିତ ନ ହୋଇ ଆଗକୁ ଶିଶୁ କିପରି ଭାବରେ ସଂକ୍ରମିତ ନ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି । ଏଥିଲାଗି ସର୍ଭିଲାନ୍ସ ସହ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ବହୁତ ଦିନ ଧରି କେରଳରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଜାତୀୟ ସ୍ତରରେ ଯେତିକି ବଢୁଛି ସେଥିରେ ଅଧିକ ଆକ୍ରାନ୍ତ କେରଳରୁ ଚିହ୍ନଟ ହେଉଛନ୍ତି । ଏହାକୁ ତୃତୀୟ ଲହର ମଧ୍ୟ କହିପାରିବା ବୋଲି ସେ କହିଛନ୍ତି । ରାଜ୍ୟରେ ଯେପରି ଅଧିକ ଆକ୍ରାନ୍ତ ଓ ଗୁରୁତର ରୋଗୀ ଚିହ୍ନଟ ନ ହେବେ ସେଥିଲାଗି ସର୍ଭିଲାନ୍ସ ଜାରି ରହିଛି । ଏଥିଲାଗି ମନିଟରିଂ ମଧ୍ୟ କରାଯାଉଛି । ଓନମ ଯୋଗୁଁ କେରଳରେ ସଂକ୍ରମଣ ବୃଦ୍ଧି ହୋଇଛି । ଏହି ଘଟଣାରୁ ରାଜ୍ୟବାସୀ ସତର୍କ ହେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଏଭଳି ସ୍ଥିତିକୁ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡ଼ଲାଇନକୁ ଭଲ ଭାବରେ ପାଳନ କରି ନିୟନ୍ତ୍ରଣରେ ରହିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସବୁ ତଥ୍ୟକୁ ଅନୁଧ୍ୟାନ କରି SRC ପକ୍ଷରୁ ରାଜ୍ୟ ସରକାର ଗାଇଡ଼ଲାଇନ ଜାରି କରିବେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.