ETV Bharat / city

ଓଡିଶାରେ ଶିଶୁ ଯୌନ ଶୋଷଣ ମାମଲା: 10 ବର୍ଷରେ ୧୮% ବୃଦ୍ଧି - ଓଡିଶାରେ ଶିଶୁ ଯୌନ ଶୋଷଣ ମାମଲା

2009 ରୁ 2019 ମଧ୍ୟରେ ଓଡିଶାରେ କ୍ରମାଗତ ଭାବେ ବୃଦ୍ଧି ପାଇଛି ଶିଶୁ ଯୌନ ଶୋଷଣ ମାମଲା । ଗତ 10 ବର୍ଷ ମଧ୍ୟରେ ରାଜ୍ୟରେ ଶିଶୁ ନିର୍ଯାତନା ଏବଂ ଦୁଷ୍କର୍ମ ମାମଲା 18 ଗୁଣରୁ ଅଧିକ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଓଡିଶାରେ ଶିଶୁ ଯୌନ ଶୋଷଣ ମାମଲା: 10 ବର୍ଷରେ ୧୮% ବୃଦ୍ଧି

author img

By

Published : Aug 4, 2021, 10:27 PM IST

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି ଶିଶୁଙ୍କ ବିରୋଧରେ ଅପରାଧ । ଶିଶୁ ଚାଲାଣ ହେଉ କି ଯୌନ ଶୋଷଣ, ଅପରାଧ ଉପରେ ଲାଗୁନି ଲଗାମ । ଏଭଳିସ୍ଥଳେ 2009 ରୁ 2019 ମଧ୍ୟରେ ଓଡିଶାରେ କ୍ରମାଗତ ଭାବେ ବୃଦ୍ଧି ପାଇଛି ଶିଶୁ ଯୌନ ଶୋଷଣ ମାମଲା ।

ଦେଶର ବିଭିନ୍ନ ରାଜ୍ୟରେ ଶିଶୁ ଯୌନ ଶୋଷଣ ମାମଲାରେ ଚତୁର୍ଥ ସ୍ଥାନରେ ରହିଛି ଓଡିଶା । ଗତ 10 ବର୍ଷ ମଧ୍ୟରେ ରାଜ୍ୟରେ ଶିଶୁ ନିର୍ଯାତନା ଏବଂ ଦୁଷ୍କର୍ମ ମାମଲା 18 ଗୁଣରୁ ଅଧିକ ବୃଦ୍ଧି ପାଇଛି । ସଂସଦରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଏକ ଲିଖିତ ଉତ୍ତରରୁ ଏହି ବିଷୟ ହୋଇଛି ସ୍ପଷ୍ଟ ।

ଦେଶରେ ଯୌନ ଶୋଷଣ ମାମଲା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଉତ୍ତର ଅନୁଯାୟୀ, ୨୦୦୯ରେ ଓଡିଶଆରେ ଶିଶୁ ଯୌନ ଶୋଷଣ ମାମଲା ରହିଥିଲା ୮୭ । ତେବେ ୨୦୧୯ରେ ଏଥିରେ ଅହେତୁ ବୃଦ୍ଧି ଘଟି ୧୬୪୮ରେ ପହଞ୍ଚିଛି । ସାଂସଦଙ୍କ ଉତ୍ତରରେ ଲୋକସଭାରେ ଉଦବେଗ ପ୍ରକାଶ ପାଇଥିଲା ।

ଏହି ମାମଲାଗୁଡିକ ଶିଶୁ ସୁରକ୍ଷା ଆଇନ ପୋକ୍ସ ଆକ୍ଟ ୨୦୧୨ (Pocso) ଅଧିନସ୍ଥ ଦୁଷ୍କର୍ମ ଓ ଅନ୍ୟାୟ ଅପରାଧ ସହିତ ଜଡିତ ରହିଛି । ଏହି ବିଷୟ ରାଜ୍ୟରେ ନାବାଳିକାଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ବଢାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.