ଭୁବନେଶ୍ବର: ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ଦ୍ବାରା ଶିଶୁ ଅପରାଧ ସଂଖ୍ୟା ହ୍ରାସ ପାଇବ । ଏହାସହ ପୋଲିସ କର୍ମଚାରୀଙ୍କର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଜରୁରୀ । ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ଫଳରେ ଶିଶୁ ଅପରାଧ ହ୍ରାସ ପାଇବ। ଏହା ସହ ଥାନାକୁ ଆସୁଥିବା ଶିଶୁଙ୍କୁ ଠିକ ଭାବରେ ନ୍ୟାୟ ମିଳିପାରିବ। ଯଦି ପୋଲିସ କର୍ମଚାରୀ ମାନେ ମଧ୍ୟ ନିଜର ବ୍ୟବହାର ପରିବର୍ତ୍ତନ କରିବେ ଫଳରେ ଥାନାକୁ ଆସୁଥିବା ଶିଶୁ ମନରୁ ଭୟ ଦୂର ହେବ । ରାଜ୍ୟରେ ଶିଶୁ ଅନୁକୂଳ ଥାନା ପ୍ରତିଷ୍ଠାକୁ ନେଇ ଏପରି କହିଛନ୍ତି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ।
ଗତକାଲି ରାଜ୍ୟରେ 34 ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ କରିବାକୁ ସରକାରଙ୍କ ନିଷ୍ପତିକୁ ସ୍ବାଗତ କରିଛନ୍ତି ଆୟୋଗ । ଏହି ପୋଲିସ ଷ୍ଟେସନ ମାନଙ୍କରେ ଖଟ, ଚୌକି, ଟେବୁଲ, ଖେଳଣା ଏବଂ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ରହିବ। ଏହା ପୋଲିସ ପ୍ରତି ସାଧାରଣଲୋକଙ୍କ ମନୋଭାବରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ । ପୋଲିସ ପ୍ରତି ଥିବା ଭୟ ଓ ଅନ୍ୟ ସବୁ ଅବଧାରଣା ଦୂର ହେବା ସହିତ ଏହାଦ୍ଵାର ପୋଲିସ ଜନସାଧାରଣଙ୍କ ନିକଟତର ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି ।
ଶିଶୁ ମୈତ୍ର ପୋଲିସ ଷ୍ଟେସନ ଦ୍ଵାରା ଶିଶୁଙ୍କ ପ୍ରତି ହେଉଥିବା ଅପରାଧ ସଂକ୍ରାନ୍ତୀୟ ସଚେତନତା, ଅନୁସନ୍ଧାନ ଓ ନ୍ୟାୟ ତ୍ବରିତ ହୋଇପାରିବ । ଏହା ଶିଶୁ ଅଧିକାରର ସୁରକ୍ଷାରେ ଆଉ ଏକ ବଳିଷ୍ଠ ପଦକ୍ଷେପ ହେବ । ଆଗାମୀ ଦିନରେ ରାଜ୍ୟର ସମସ୍ତ ପୋଲିସ ଷ୍ଟେସନକୁ ଶିଶୁ ମୈତ୍ର କରିବା ପାଇଁ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅନୁରୋଧକୁ ସରକାର ବିଚାରକୁ ନେବେ ବୋଲି ଆଶା ରଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧକ୍ଷା । ଏହା ସହ ଆଗାମୀ ଦିନରେ ରାଜ୍ୟର ସମସ୍ତ ଥାନାକୁ ଶିଶୁ ମୈତ୍ର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଆୟୋଗ ସନ୍ଧ୍ୟାବତୀ ପ୍ରଧାନ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ