ETV Bharat / city

ନିର୍ବାଚନ ସମୟରେ ଶିଶୁ ଅଧିକାର ସୁରକ୍ଷା ଚିନ୍ତା - protection

ଶିଶୁ ସୁରକ୍ଷା ଅଧିକାର କର୍ମୀଙ୍କ ପକ୍ଷରୁ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ନିର୍ବାଚନ ସମୟରେ ଶିଶୁ ଅଧିକାର ସୁରକ୍ଷା ଚିନ୍ତା । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ଶିଶୁ ସୁରକ୍ଷା କର୍ମୀ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
author img

By

Published : Mar 21, 2019, 7:39 AM IST

ଭୁବନେଶ୍ୱର: ସାଧାରଣ ନିର୍ବାଚନ ସମୟରେ ଶିଶୁ ଅଧିକାର ସୁରକ୍ଷା ଚିନ୍ତା। ଏନେଇ ଉଦବେଗ ପ୍ରକାଶ କରିଛନ୍ତି ଶିଶୁ ସୁରକ୍ଷା କର୍ମୀ। ବିଗତ ଦିନମାନଙ୍କରେ ଶିଶୁମାନଙ୍କୁ ନିର୍ବାଚନ ସମୟରେ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟରେ ନିୟୋଜିତକୁ ରୋକିବା ପାଇଁ ଏହି ପ୍ରୟାସ।

କାରଣ ପୂର୍ବରୁ ନିର୍ବାଚନ ସମୟରେ ଶିଶୁମାନଙ୍କୁ ପ୍ରଲୋଭିତ କରିବା ପାଇଁ ନିର୍ବାଚନୀ ରାଲିରେ ଭାଗ ନେବା,ପ୍ରଚାର ପତ୍ର ବାଣ୍ଟିବା, ପ୍ରତିବନ୍ଧିତ ନିଶାଦ୍ରବ୍ୟ, ମଦ ଆଦି ମଗାଇବା ଭଳି କାର୍ଯ୍ୟ କରାଯାଇଥାଏ । ଯାହାଫଳରେ ଏହି ସମୟରେ ହେଉଥିବା ନିର୍ବାଚନୀ ହିଂସା ଓ ଗଣ୍ଡଗୋଳ ସେମାନଙ୍କ ମାନସିକତା ଉପରେ ପ୍ରଭାବ ପକାଇଥାଏ। ଯାହାକି ଚଳିତ ନିର୍ବାଚନ ସମୟରେ ମଧ୍ୟ ପୁନରାବୃତ୍ତି ହେବାର ଯଥେଷ୍ଟ ଆଶଙ୍କା ପ୍ରକାଶ ପାଇଛି।

ତେଣୁ ଶିଶୁ ସୁରକ୍ଷା ଅଧିକାର କର୍ମୀଙ୍କ ପକ୍ଷରୁ ବୁଧବାର ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମସ୍ତ ରାଜନୀତିକ ଦଳ,ନିର୍ବାଚନ କମିଶନ ଓ ପୋଲିସ ବିଭାଗ ଉପସ୍ଥିତ ରହିବା ସହ ଏହା କିପରି ନଘଟିବ ସେ ବିଷୟରେ ପୁଙ୍କାନୁପୁଙ୍ଗ ଆଲୋଚନା କରାଯାଇଛି।

ଏହି ଅବସରରେ କାର୍ଯ୍ୟକ୍ରମର ଆବାହକ ରତ୍ନାକର ସାହୁ ପ୍ରକାଶ କରିଛନ୍ତି କି ଏନେଇ ସେମାନେ ଶିଶୁ ସୁରକ୍ଷା କମିଶନର,ପୋଲିସ କମିଶନର, ନିର୍ବାଚନ କମିଶନର ବିଭିନ୍ନ ରାଜନୈତିକ ଦଳକୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ଜରୁରୀ। ଏହାସହ ଏକ ନିର୍ଦ୍ଦେଶନାମା ଜାରି କରି ଏହା ଉପରେ ନଜର ରଖିବାକୁ ଦାବି କରିବା ଦରକାର। ଯାହାକୁ ପାଳନ ନକଲେ ଶିଶୁ ସୁରକ୍ଷା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।

ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସାଂସଦ ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ହରପ୍ରସାଦ ମହାପାତ୍ର,ଚିନ୍ମୟୀ ଖଟୁଆ,ପ୍ରିତ୍ୟୁଷା ପାତ୍ର ଓ ଅନ୍ୟ ଶିଶୁ ସୁରକ୍ଷା କର୍ମୀମାନେ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.