ETV Bharat / city

ରାଜ୍ଯରେ ଥମୁନି ବାଲ୍ଯ ବିବାହ, 8 ମାସରେ ୫୨୨ କେସ୍ ରିପୋର୍ଟ - ବାଲ୍ୟ ବିବାହ

କାମ ଦେଉନି ନିର୍ଭୟା କଢି, ମୋ ଗେଲ୍ହା ଝିଅ, ବେଟି ବଚାଓ ବେଟି ପଢାଓ , କନ୍ୟା ରତ୍ନ ଭଳି କାର୍ଯ୍ୟକ୍ରମ । ରାଜ୍ୟରେ ଏବେ ବି ଚାଲିଛି ବାଲ୍ୟ ବିବାହ । ସବୁଠୁ ଆଶ୍ଚର୍ଯ୍ୟ କଥା ଲକଡାଉନରେ 522ଟି ବାଲ୍ୟ ବିବାହ । ଯାହାକୁ ରୋକିବା ହୋଇଛି ସମସ୍ତଙ୍କ ପାଇଁ ଆହ୍ବାନ ପାଲଟିଛି । ଅଧିକ ପଢନ୍ତୁ..

ରାଜ୍ଯରେ ଏବେ ବି ଜାରି ରହିଛି ବାଲ୍ଯବିବାହ
ରାଜ୍ଯରେ ଏବେ ବି ଜାରି ରହିଛି ବାଲ୍ଯବିବାହ
author img

By

Published : Dec 26, 2020, 9:14 PM IST

Updated : Dec 27, 2020, 2:05 PM IST

ଭୁବନେଶ୍ବର: ଏବେ ବି ରାଜ୍ୟରେ ଖୁଲମଖୁଲା ହେଉଛି ବାଲ୍ୟ ବିବାହ । ଦାଉରେ ଲାଗୁଛି କୋମଳମତି ଶିଶୁଙ୍କ ଭାଗ୍ୟ । ଜାତୀୟସ୍ତରରେ ବାଲ୍ୟ ବିବାହ କ୍ଷେତ୍ରରେ ୧୫ଟି ରାଜ୍ୟ ମଧ୍ୟରେ ରହିଛି ଓଡିଶାର ସ୍ଥାନ । ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ଅନୁସାରେ ସାରା ଭାରତ ବର୍ଷର ବାଲ୍ୟ ବିବାହ ହାର ୨୬.୮ ପ୍ରତିଶତ ରହିଥିବା ବେଳେ ଓଡିଶାର ହାର ରହିଛି ୨୧.୩ ପ୍ରତିଶତ । ସର୍ବାଧିକ ୧୮ ରୁ କମ ବୟସର ଝିଅ ମାଲକାନଗିରି ଜିଲ୍ଲାରେ ବିବାହ କରିଥିବାବେଳେ ୨୧ ବର୍ଷରୁ କମ ବୟସ ପୁଅ ସର୍ବାଧିକ ରାୟଗଡା ଜିଲ୍ଲାରେ ବିବାହ କରିଛନ୍ତି । ଆଉ ଏହା ସ୍ପଷ୍ଟ କରୁଛି ଏବେବି ରାଜ୍ୟରେ ବାଲ୍ୟ ବିବାହ ପ୍ରତି ସଚେତନତା ଅଭାବ ଏବଂ ବ୍ୟବସ୍ଥାରେ ସୁଧାରିବା ଦିଗରେ ପ୍ରଶାସନିକ ଢାଞ୍ଚାରେ ପରିବର୍ତ୍ତନ ଆବଶ୍ୟକତା ରହିଛି ।

ରାଜ୍ଯରେ ଏବେ ବି ଜାରି ରହିଛି ବାଲ୍ଯବିବାହ

ଏପରିକି ଲକଡାଉନ ସମୟରେ ରାଜ୍ୟରେ ହୋଇଛି ଅନେକ ବାଲ୍ୟ ବିବାହର ରିପୋର୍ଟ । ଯାହା ଆଶ୍ଚର୍ଯ୍ୟ କରିବା କଥା ନିଶ୍ଚୟ । ତଥ୍ୟ କହୁଛି ମାର୍ଚ୍ଚ ମାସରୁ ଅକ୍ଟୋବର ମାସ ବିଗତ ୮ ମାସ ମଧ୍ୟରେ ୫୨୨ ଟି ବାଲ୍ୟ ବିବାହର ରିପୋର୍ଟ ହୋଇଛି । ଯେଉଁଥିରୁ ସର୍ବାଧିକ ୧୧୭ ଟି ବାଲ୍ୟ ବିବାହ ମାର୍ଚ୍ଚମାସରେ ହୋଇଛି । ୮ ମାସ ମଧ୍ୟରେ ସର୍ବାଧିକ ୮୫ ଟି ବାଲ୍ୟ ବିବାହ କୋରାପୁଟ ଜିଲ୍ଲାରେ ହୋଇଛି । ତେବେ ବାଲ୍ୟ ବିବାହ ଦୃଷ୍ଟିରୁ ୧୩ ଟି ଜିଲ୍ଲା ଏବେବି ସମ୍ବେଦନଶୀଳ ରହିଛି ।

ସେଥିମଧ୍ୟରେ ରହିଛି କୋରାପୁଟ, ମାଲକାନଗିରି, ନୂଆପଡା, କଳହାଣ୍ଡି, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର, ରାୟଗଡା, ନବରଙ୍ଗପୁର ଓ କେନ୍ଦୁଝର, ମୟୂରଭଞ୍ଜ ଭଳି ଜିଲ୍ଲା । ଏସମସ୍ତ ଜିଲ୍ଲାରେ ଶିଶୁ ବିକାଶ,ଶିଶୁ ସୁରକ୍ଷା, ଶିଶୁ ଅଧିକାର, ଶିଶୁ ସଂଯୋଗ ବା ସମାନତା ଦିଗରେ ପ୍ରଧାନ୍ୟ ଦିଆଯାଉଛି । ତା ସହିତ ସମସ୍ତ ଜିଲ୍ଲାରେ ଶିଶୁ ସୁରକ୍ଷା ଆୟୋଗର କର୍ମକର୍ତ୍ତା ଓ ବିଭିନ୍ନ ସଂଗଠନ ସହ ଚାଇଲ୍ଡ ଲାଇନ ଦ୍ବାରା ବିଭିନ୍ନ ପଥପ୍ରାନ୍ତ ନାଟକ ଓ ବିଭିନ୍ନ କାର୍ଯକ୍ରମ ଜରିଆରେ ସଚେତନତା ସୃଷ୍ଟି କରାଯାଉଛି । 2030 ଓଡିଶା ବାଲ୍ୟ ବିବାହ ମୁକ୍ତ ହେବ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧକ୍ଷ୍ୟା ସନ୍ଧ୍ୟାବତୀ ପ୍ରଧାନ ।

ଶିଶୁ ସୁରକ୍ଷା ଓ ସଚେତନତା ଦିଗରେ ସରକାରଙ୍କ ସମେତ ଅନେକ ସାମାଜିକ ସଂଗଠନ କାମ କରୁଛି । ନିର୍ଭୟା କଢି, ମୋ ଗେଲ୍ହା ଝିଅ, ବେଟି ବଚାଓ ବେଟି ପଢାଓ , କନ୍ୟା ରତ୍ନ ଭଳି କାର୍ଯ୍ୟକ୍ରମ ପ୍ରଶାସନ ହାତକୁ ନେଇଛି । ହେଲେ ଏସବୁ ସତ୍ତ୍ବେ ଏବେବି ଜାରି ରହିଛି ଏଭଳି କୁସଂସ୍କାର ପ୍ରଥା । ଯାହାକୁ ରୋକିବା ହୋଇଛି ସମସ୍ତଙ୍କ ପାଇଁ ଆହ୍ବାନର କଥା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 27, 2020, 2:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.