ETV Bharat / city

ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ପାଇଁ ମୁଖ୍ୟ ଶାସନ ସଚିବଙ୍କ ବୈଠକ - ଭୁବନେଶ୍ବରରେ ସୁରେଶ ମହାପାତ୍ରଙ୍କ ବୈଠକ

ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟର ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା । ଅଧିକ ପଢନ୍ତୁ...

ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ପାଇଁ ମୁଖ୍ୟ ଶାସନ ସଚିବଙ୍କ ବୈଠକ
ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
author img

By

Published : Jan 5, 2021, 5:11 PM IST

Updated : Jan 5, 2021, 6:53 PM IST

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । କୋରୋନା କାରଣରୁ ରାଜ୍ୟରେ ଆର୍ଥିକ ସଙ୍କଟ ଦେଖାଦେଇଛି । ଆଗାମୀ ସମୟରେ କିଭଳି ରାଜ୍ୟର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ହୋଇପାରିବ ସେନେଇ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଆଜି(ମଙ୍ଗଳବାର) ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ଏହି ବୈଠକରେ ରାଜ୍ୟ କିଭଳି କୋଭିଡର ପରବର୍ତ୍ତୀ ସମୟରେ ଅଗ୍ରଗତି କରିବ ସେନେଇ ଆଲୋଚନା କରାଯାଇଛି । କୋଭିଡ ଭ୍ୟାକ୍ସିନକୁ କିପରି ଭାବେ ଜନସାଧାରଣଙ୍କ ପାଖରେ ପହଞ୍ଚା ଯାଇପାରିବ ସେନେଇ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଛି । ଏଥିସହ ବିଭିନ୍ନ ସରକାରୀ ସେବା ପ୍ରଦାନରେ ଜନ ସାଧାରଣଙ୍କ ଆସ୍ଥା ବୃଦ୍ଧି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହି ଅବସରରେ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, "ସ୍ବଚ୍ଛ ଓ ନିରପେକ୍ଷ ପ୍ରକ୍ରିୟା ମାଧ୍ୟମରେ ସମୟାନୁବନ୍ଧିତ ସେବା ପ୍ରଦାନ କଲେ ଲୋକେ ଉପକୃତ ହେବା ସହ ସରକାରୀ ବ୍ୟବସ୍ଥା ପ୍ରତି ସେମାନଙ୍କର ଆସ୍ଥା ବୃଦ୍ଧି ହେବ" ।

ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ପାଇଁ ମୁଖ୍ୟ ଶାସନ ସଚିବଙ୍କ ବୈଠକ
ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ପାଇଁ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ସେହିପରି କୋଭିଡ୍ ଅନଲକିଂ ସ୍ଥିତିରେ ଜୀବିକା ଅର୍ଜନ ଓ ନିଯୁକ୍ତି ସୃଷ୍ଟି ଭିତ୍ତିକ ପ୍ରକଳ୍ପଗୁଡିକରେ ତ୍ବରିତ କାର୍ଯ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଉଦ୍ୟାନ ଚାଷ, ପଶୁପାଳନ, ସମନ୍ବିତ କୃଷି, ଉଠା ଜଳସେଚନ, ପାନୀୟ ଜଳ ଯୋଗାଣ, ଗ୍ରାମୀଣ ଗୃହ ନିର୍ମାଣ, ରାସ୍ତାଘାଟ ନିର୍ମାଣ ଆଦି ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଏସବୁ କ୍ଷେତ୍ରରେ ପ୍ରତି ସପ୍ତାହରେ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jan 5, 2021, 6:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.