ETV Bharat / city

5T ପାଇଁ ସମସ୍ତ ବିଭାଗର ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି - ମୁଖ୍ୟ ଶାସନ ସଚିବ

5T କାର୍ଯ୍ୟକାରୀ ନେଇ ସବୁ ବିଭାଗର ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି । ଖସଡ଼ା ପ୍ରସ୍ତୁତ ପାଇଁ ଶେଷ ସମୟ ସେପ୍ଟେମ୍ବର 15 ଧାର୍ଯ୍ୟ କରାଯାଇଛି ।

ଡିଜାଇନ ଫଟୋ
author img

By

Published : Aug 23, 2019, 9:22 AM IST

ଭୁବନେଶ୍ବର: ରାଜ୍ୟରେ 5T କାର୍ଯ୍ୟକାରୀ ନେଇ ସବୁ ବିଭାଗ ଖସଡ଼ା ପ୍ରସ୍ତୁତ କରି ସାରିଲେଣି । ଯେଉଁମାନେ କରି ନାହାଁନ୍ତି ସେମାନଙ୍କ ପାଇଁ ସେପ୍ଟେମ୍ବର 15 ଶେଷ ସମୟ ଧାର୍ଯ୍ୟ କରାଯାଇଛି । ଏ ନେଇ ସବୁ ବିଭାଗର ସଚିବଙ୍କୁ ମୁଖ୍ୟ ଶାସନ ସଚିବ ଚିଠି ଲେଖି ସାରିଛନ୍ତି ।

2020 ଅଗଷ୍ଟ 15 ସୁଦ୍ଧା ସବୁ ସେବା ଅନଲାଇନରେ ଉପଲବ୍ଧ ହେବ । ଯେଉଁ କର୍ମଚାରୀମାନେ ଏହା କାର୍ଯ୍ୟକାରୀ କରିବେ ସେମାନଙ୍କ ପ୍ରଦର୍ଶନ ମାପିବାକୁ ଜାନୁଆରୀ ପହିଲାରୁ ଲାଗୁ ହେବ ପଲିସି ।

ସବୁ ବିଭାଗ ବାର୍ଷିକ ବେତନ ବୃଦ୍ଧି ସମୟରେ ପ୍ରଦର୍ଶନ ମୂଲ୍ୟାୟନ ବେଳେ 5Tକୁ 20 ପ୍ରତିଶତ ନମ୍ବର ରଖାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ମୋ ସରକାର ଯୋଜନାରେ ଲୋକଙ୍କ ହାତ ପାଆନ୍ତାରେ ସେବା ଯୋଗାଇବା ପାଇଁ ଖସଡ଼ା ପ୍ରସ୍ତୁତ କରିବାକୁ କୁହାଯାଇଛି । ଅଗଷ୍ଟ 31 ସୁଦ୍ଧା ଖାରବେଳ ଭବନ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ବିଭାଗ ଗୁଡିକୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ସେ କହିଛନ୍ତି। ସେହିପରି ଅକ୍ଟୋବର ମାସ ଶେଷ ସୁଦ୍ଧା ନିର୍ଦ୍ଦେଶାଳୟ ସବୁ ବିଭାଗ ସହ ମିଶିବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସବୁ ବିଭାଗର ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି। ରାଜ୍ୟରେ 5ଟି କାର୍ଯ୍ୟକାରୀ ନେଇ ସବୁ ବିଭାଗ ଖସଡ଼ା ପ୍ରସ୍ତୁତ କରିସାରିଲେଣି। ଯେଉଁମାନେ କରି ନାହାଁନ୍ତି ସେମାନଙ୍କ ପାଇଁ ସେପ୍ଟେମ୍ବର 15 ଶେଷ ସମୟ ଧାର୍ଯ୍ୟ କରାଯାଇଛି। 2020 ଅଗଷ୍ଟ 15 ସୁଦ୍ଧା ସବୁ ସେବା ଅନଲାଇନରେ ଉପଲବ୍ଧ ହେବ। ଅଥବା କମନ ସର୍ଭିସ ସେଣ୍ଟର ମାଧ୍ୟମରେ କରାଯିବ। ଆଉ କିଛି ଘରେ ପହଞ୍ଚିବ। କର୍ମଚାରୀ ମନେ ଯେଉଁମାନେ କି ଏହା କାର୍ଯ୍ୟକାରୀ କରିବେ ସେମାନଙ୍କ ପ୍ରଦର୍ଶନ ମାପିବାକୁ ଏକ ପଲିସି ଜାନୁଆରୀ1 ପହିଲାରୁ ଲାଗୁ ହେବ। Body:ସବୁ ବିଭାଗ ବାର୍ଷିକ ବେତନ ବୃଦ୍ଧି ସମୟରେ ପ୍ରଦର୍ଶନ ମୂଲ୍ୟାୟନ ବେଳେ 5 ଟିକୁ 20 ପ୍ରତିଶତ ନମ୍ବର ରଖାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ମୋ ସରକାର ଯୋଜନାରେ ଲୋକଙ୍କ ହାତ ପାନ୍ତ ରେ ସେବା ଯୋଗାଇବା ପାଇଁ ଖସଡ଼ା ପ୍ରସ୍ତୁତ କରିବାକୁ କୁହାଯାଇଛି। ଅଗଷ୍ଟ 31 ସୁଦ୍ଧା ଖାରବେଳ ଭବନ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ସେ ନେଇ ବିଭାଗ ଗୁଡିକ କାର୍ଯ୍ୟ ଆରମ୍ଭ କରିବା ପାଇଁ ସେ କହିଛନ୍ତି। ସେହିପରି ଅକ୍ଟୋବର ମାସ ଶେଷ ସୁଦ୍ଧା ନିର୍ଦ୍ଦେଶାଳୟ ସବୁ ବିଭାଗ ସହ ମିଶିବେ।Conclusion:null
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.