ETV Bharat / city

ଧର୍ମେନ୍ଦ୍ର କହିଲେ ଓଡିଶାର ସବୁ ଚାଷୀଙ୍କୁ ମିଳୁ ପିଏମ୍-କିଷାନ ଟଙ୍କା, ଜବାବ ରଖିଲେ ପ୍ରଣବ

author img

By

Published : May 14, 2021, 8:21 PM IST

ଓଡିଶାର ସବୁ ଚାଷୀ ପିଏମ କିଷାନ ଯୋଜନାର ଲାଭ ପାଇବା ନେ‍ଇ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଅପିଲ୍ କଲେ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ଏହାକୁ କାଉଣ୍ଟର କରି ବିଜେଡି ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ କରିଛନ୍ତି । କେନ୍ଦ୍ର ସରକାର ପିଏମ କିଷାନ ଯୋଜନାରେ ଭୂମିହୀନ ଚାଷୀ, ଭାଗଚାଷୀଙ୍କୁ ସାମିଲ କରନ୍ତୁ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

PM Kisan Yojana appeal by Dharmendra pradhan
ଧର୍ମେନ୍ଦ୍ର କହିଲେ, ଓଡିଶାର ସବୁ ଚାଷୀଙ୍କୁ ମିଳୁ ପିଏମ୍-କିଷାନ ଟଙ୍କା, ଜବାବ ରଖିଲେ ପ୍ରଣବ

ଭୁବନେଶ୍ବର: ଓଡିଶାର ସମସ୍ତ ଚାଷୀ ପିଏମ କିଷାନ ଯୋଜନାର ଲାଭ ପାଆନ୍ତୁ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶରେ ଆଜି 9 କୋଟି ଚାଷୀଙ୍କୁ କେନ୍ଦ୍ର ସରକାର ପ୍ରାୟ 19 ହଜାର କୋଟି ଟଙ୍କା ପିଏମ-କିଷାନ ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ରାଜ୍ୟ ସରକାରଙ୍କୁ ସମସ୍ତ ଚାଷୀ କିଭଳି ପିଏମ-କିଷାନର ଲାଭପାଇପାରିବେ ସେ ନେଇ ଦୃଷ୍ଟି ଦେବାକୁ କହିଛନ୍ତି ।

  • ଓଡିଶାର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ମୁଁ ପୁନର୍ବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରୁଛି ଯେ ପିଏମ କିଷାନ ଯୋଜନାରେ ପଞ୍ଜିକୃତ ହୋଇଥିବା ରାଜ୍ୟର ସମସ୍ତ ଚାଷୀ ଯେପରି ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେଥିପାଇଁ ପଦକ୍ଷେପ ନିଅନ୍ତୁ ।

    — Dharmendra Pradhan (@dpradhanbjp) May 14, 2021 " class="align-text-top noRightClick twitterSection" data=" ">
ରାଜ୍ୟରେ ଚାଷୀଙ୍କ ହିତ ପାଇଁ ପିଏମ କିଷାନ ଯୋଜନାରେ ଓଡ଼ିଶାର ୪୦,୫୦,୧୦୩ ଚାଷୀ ପଞ୍ଜିକୃତ ହୋଇଛନ୍ତି । ସେଥିମଧ୍ୟରୁ ସପ୍ତମ କିସ୍ତିରେ ୨୪,୭୦,୬୭୧ ଚାଷୀ ମୋଟ ୪୯୪.୧୩ କୋଟି ଟଙ୍କାର ସହାୟତା ରାଶି ପାଇଥିଲେ । ଏ ନେଇ ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଅଷ୍ଟମ କିସ୍ତିରେ ୨୭,୮୩,୨୦୯ ଚାଷୀ ଲାଭ ପାଇଛନ୍ତି ଯାହା ସପ୍ତମ କିସ୍ତିରୁ ୩,୧୨,୫୩୮ ଅଧିକ ଚାଷୀ ଥିଲେ ।
  • ଭାଇ @dpradhanbjp, ଭଲ କଥା କହିଲେ I ଓଡ଼ିଶାର କାଳିଆ ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି I କାଳିଆ ଭଳି ଆପଣ PM-KISAN ରେ ମଧ୍ୟ ଏହି ଭୂମିହୀନ ଗରିବ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାନ୍ତୁ I ସମସ୍ତେ ଉପକୃତ ହେବେ I

    — Pranab Prakash Das (@pranabpdas) May 14, 2021 " class="align-text-top noRightClick twitterSection" data=" ">
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡିଶାର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରୁଛି । ପିଏମ କିଷାନ ଯୋଜନାରେ ପଞ୍ଜିକୃତ ହୋଇଥିବା ରାଜ୍ୟର ସମସ୍ତ ଚାଷୀ ଯେପରି ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେଥିପାଇଁ ପଦକ୍ଷେପ ନିଅନ୍ତୁ । ଆଜି ପିଏମ କିଷାନ ଯୋଜନାରେ ୮ମ କିସ୍ତିରେ ଓଡ଼ିଶାର ୨୭,୮୩,୨୦୯ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ଟଙ୍କା ପଠାଯାଇଛି । ସେପଟେ ଏହାକୁ ନେଇ ବଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଚିହିଁକି ଉଠିଛନ୍ତି । ଓଡ଼ିଶାର କାଳିଆ ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । କାଳିଆ ଯୋଜନା ଭଳି ପିଏମ କିଷାନରେ ଭୂମିହୀନ ଓ ଭାଗଚାଷୀଙ୍କୁ ସାମିଲ କରନ୍ତୁ ବୋଲି କେନ୍ଦ୍ରକୁ କହିଛନ୍ତି । ଏହା ଦ୍ବାରା ସମସ୍ତେ ଉପକୃତ ହେବେ ବୋଲି ପ୍ରଣବ ପ୍ରକାଶ ଦାଶ ଟ୍ବିଟ କରିଛନ୍ତି । ସୂଚନାଥାଉକି ସାରା ଦେଶର ପିଏମ କିଷାନ ଯୋଜନାରେ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ବ୍ୟାଙ୍କ ଖାତାରେ ପଠାଯାଇଛି । ଏହାକୁ କାଉଣ୍ଟର କରି ବିଜୁ ଜନତା ଦଳ ମଧ୍ୟ ରାଜ୍ୟରେ କାଳିଆ ଯୋଜନାରେ ରାଜ୍ୟରେ 920 କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛି । ଏଥିରେ ମୋଟ 42 ଲକ୍ଷ ଚାଷୀ ଉପକୃତ ହେବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.