ETV Bharat / city

କୋଭିଡ ଯୋଦ୍ଧାଙ୍କ ସେବା ଓ ତ୍ୟାଗକୁ କେବେ ଭୁଲିପାରିବୁନି: ମୁଖ୍ୟମନ୍ତ୍ରୀ - Chief Minister naveen pattanaik

କୋଭିଡ ଟିକାକରଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୀକା ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା । ଆପଣଙ୍କ ସେବା ଓ ତ୍ୟାଗକୁ କେବେ ଭୁଲିପାରିବୁନାହିଁ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

କୋଭିଡ ଯୋଦ୍ଧାଙ୍କ ସେବା ଓ ତ୍ୟାଗକୁ କେବେ ଭୁଲିପାରୁବୁ ନାହିଁ- ମୁଖ୍ୟମନ୍ତ୍ରୀ
କୋଭିଡ ଯୋଦ୍ଧାଙ୍କ ସେବା ଓ ତ୍ୟାଗକୁ କେବେ ଭୁଲିପାରିବୁନି: ମୁଖ୍ୟମନ୍ତ୍ରୀ
author img

By

Published : Jan 16, 2021, 2:02 PM IST

Updated : Jan 16, 2021, 3:42 PM IST

ଭୁବନେଶ୍ବର: ଟିକା ନେଇଥିବା ସ୍ଵାସ୍ଥ୍ୟକର୍ମୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟକର୍ମୀଙ୍କୁ କହିଛନ୍ତି, ଆପଣଙ୍କ ସେବା ଓ ତ୍ୟାଗକୁ କେବେ ଭୁଲିପାରିବୁ ନାହିଁ । ‘2021 ଆମ ସମସ୍ତଙ୍କ ପାଇଁ ଭଲ ଖବର ନେଇ ଆସିଛି। ଅପେକ୍ଷାର ଆଜି ଅନ୍ତ ଘଟିଛି। ବହୁତ ଖୁସି ଯେ, କୋଭିଡ ପାଇଁ ଟୀକାକରଣ ଆରମ୍ଭ ହୋଇଛି। 10 ମାସ ଧରି କୋଭିଡ ଯୋଦ୍ଧାମାନେ ଜୀବନକୁ ବାଜି ଲଗାଇ ସେବା କରିଆସୁଛନ୍ତି । ତେବେ ସ୍ବାସ୍ଥ୍ୟକର୍ମୀଙ୍କ ସେବା ଓ ତ୍ୟାଗକୁ କେବେ ଭୁଲିପାରିବୁ ନାହିଁ । ଟୀକାକରଣ ଏକ ବଡ ଓ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ । ତେବେ ଏଥିପାଇଁ ଆପଣଙ୍କ ସହଯୋଗ କାମନା କରୁଛି’ ବୋଲି ଭିଡିଓ କନଫରେସନ୍ସ ମାଧ୍ୟମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

କୋଭିଡ ଯୋଦ୍ଧାଙ୍କ ସେବା ଓ ତ୍ୟାଗକୁ କେବେ ଭୁଲିପାରିବୁନି: ମୁଖ୍ୟମନ୍ତ୍ରୀ

ଏହାସହ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ସାରା ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାସହ ରାଜ୍ୟର ୧୬୨ଟି ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ସମସ୍ତଙ୍କ ସହଯୋଗ ଯୋଗୁଁ ଓଡିଶା କୋଭିଡ ମୁକାବିଲାରେ ସଫଳ ହୋଇଛି । ଯାହାଫଳରେ ଓଡ଼ିଶାର ରିକଭରି ହାର ସବୁଠାରୁ ଅଧିକ ଥିବାବେଳେ ମୃତ୍ୟୁହାର କମ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କୋଭିଡ ଟିକା ପାଇଁ ଦେଶର ବୈଜ୍ଞାନିକ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ସ୍ଵାସ୍ଥ୍ୟକର୍ମୀ, ସୁନ୍ଦରଗଡର ଜଣେ ସ୍ଵାସ୍ଥ୍ୟକର୍ମୀ ଓ ବ୍ରହ୍ମପୁରର ଜଣେ ଡାକ୍ତରଙ୍କ ସହ କଥା ହୋଇଥିଲେ । ସେମାନେ ଟିକା ନେବା ପରେ ସମସ୍ତେ ସୁସ୍ଥ ଥିବା ସହ କୈଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 16, 2021, 3:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.