ETV Bharat / city

ନବବର୍ଷରେ 47 ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ନବୀନ - ନୂଆବର୍ଷରେ ଆମ୍ବୁଲାନ୍ସ ସେବା

ଓଡି଼ଆ ନୂଆବର୍ଷ ଅବସରରେ ରାଜ୍ୟ ସରକାର 47ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ରାଜ୍ୟବାସୀଙ୍କୁ ଭେଟି ଦେଇଛନ୍ତି । 19ଟି ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଜରୁରୀକାଳୀନ ରୋଗୀ ପରିବହନ କରିବ । ଅଧିକ ପଢନ୍ତୁ...

ନବବର୍ଷରେ 47 ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ନବୀନ

author img

By

Published : Apr 14, 2021, 7:19 PM IST

ଭୁବନେଶ୍ବର: ଓଡି଼ଆ ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ବୁଧବାର) 47ଟି ନୂତନ ଉନ୍ନତ ଜୀବନ ସହାୟତା ଆମ୍ବୁଲାନ୍ସକୁ ଓଡ଼ିଶାବାସୀଙ୍କୁ ଭର୍ଚୁଆଲ ମୋଡରେ ଭେଟି ଦେଇଛନ୍ତି । ରୋଗୀଙ୍କ ପରିବହନ ପାଇଁ ଉନ୍ନତ ଜୀବନ ସହାୟତା ବ୍ୟବସ୍ଥା ଥିବା ଏହି ଆମ୍ବୁଲାନ୍ସ ଚାହିଦା ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । କୋଭିଡର ଦ୍ୱିତୀୟ ଲହରକୁ ପ୍ରତିରୋଧ କରିବା ଲାଗି ଜରୁରୀକାଳୀନ ରୋଗୀ ପରିବହନକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର 47ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପଣ ହୋଇଛି । ଏହି ଆମ୍ବୁଲାନ୍ସଗୁଡିକ ଏମପି-ଲାଡ଼, ସିଏସଆର, ଡିଏମଏଫ ଏବଂ OMBADC ଅର୍ଥରୁ ବ୍ୟବସ୍ଥା କରାଯାଇଛି ।

47 ନୂତନ ଆମ୍ବୁଲାନ୍ସକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଏହି 47ଟି ALS ଆମ୍ବୁଲାନ୍ସ ମଧ୍ୟରୁ 28ଟି 108 ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଅଧୀନରେ ପରିଚାଳିତ ହେବ । 19ଟି ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଜରୁରୀକାଳୀନ ରୋଗୀ ପରିବହନ କରିବ । ରାଜ୍ୟରେ 5 ମାର୍ଚ୍ଚ 2013 ରୁ ଜରୁରୀକାଳୀନ ମେଡିକାଲ ଆମ୍ବୁଲାନ୍ସ ସେବା ଚାଲିଛି । ବର୍ତ୍ତମାନ ରାଜ୍ୟରେ 596ଟି ଆମ୍ବୁଲାନ୍ସ ଅଛି । ସେଥିମଧ୍ୟରୁ 540ଟିରେ ମୌଳିକ ଜୀବନ ସହାୟତା ବ୍ୟବସ୍ଥା ରହିଛି । 56ଟିରେ ଉନ୍ନତ ଜୀବନ ସହାୟତା ବ୍ୟବସ୍ଥା ରହିଛି । ଏହି ନୂତନ ଆମ୍ବୁଲାନ୍ସ ସହିତ ଆଡଭାନ୍ସ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସର ମୋଟ ସଂଖ୍ୟା 103ଟି ହୋଇଛି ।ଗର୍ଭବତୀ, ମହିଳା ଏବଂ ଅସୁସ୍ଥ ଶିଶୁମାନଙ୍କୁ ମାଗଣାରେ ପରିବହନ ସେବା ଯୋଗାଇବା ପାଇଁ 500 ଜନନୀ ଏକ୍ସପ୍ରେସ 14 ଜୁଲାଇ 2014 ମସିହାରୁ ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି । ରାଜ୍ୟରେ ଉଭୟ 108 ଏବଂ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ସେବା ଦ୍ୱାରା 62 ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ଏହାବ୍ୟତୀତ କେନ୍ଦ୍ରାପଡା, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରିର 4ଟି ଜିଲ୍ଲାର ନଦୀ କୂଳରେ ଅବସ୍ଥିତ ଅସୁସ୍ଥ ତଥା ଆହତମାନଙ୍କୁ ପରିବହନ ଯୋଗାଇବା ପାଇଁ ସରକାର 6ଟି ଡଙ୍ଗା ଆମ୍ବୁଲାନ୍ସକୁ ମଧ୍ୟ ମଞ୍ଜୁର କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.