ETV Bharat / city

କୋଟିଆକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, 18 କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ - 18 crore project for Kotia

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ପଞ୍ଚାୟତ ପାଇଁ 18 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ
author img

By

Published : Feb 5, 2021, 2:28 PM IST

Updated : Feb 5, 2021, 7:42 PM IST

ଭୁବନେଶ୍ବର/କୋରାପୁଟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲା ପଟାଙ୍ଗି ଅଞ୍ଚଳର କୋଟିଆ ପଞ୍ଚାୟତ ପାଇଁ 18 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥି ମଧ୍ୟରୁ 13 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ 5 କୋଟି ଟଙ୍କାର ଗୋଟିଏ ହାଇ ଲେଭଲ ସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର କରିଛନ୍ତି ।

କୋଟିଆକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ସ୍ବାଧୀନତାର ଅନେକ ବର୍ଷ ପରେ ଆଜି କୋରାପୁଟ ଜିଲ୍ଲାର ଦେଓମାଳି ପର୍ବତମାଳାର କୋଳରେ ଥିବା ଉପାନ୍ତ କୋଟିଆରେ ସ୍ଥାନୀୟ ବାସିନ୍ଦା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ସହ କଥା ହୋଇଛନ୍ତି । କେତେକ ପୂର୍ବରୁ ନିର୍ଧାରିତ ହୋଇଥିବା କିଛି ବ୍ୟକ୍ତି ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହେବାର ସୁଯୋଗ ପାଇଲେ । ତେବେ ସମସ୍ତେ ମୁଖ୍ୟମନ୍ତ୍ରୀ କୋଟିଆ ଆସି ସେମାନଙ୍କ ସହ ମିଶିବାକୁ ଆଗ୍ରହ ପ୍ରକାଶ କରିଥିଲେ ହେଁ ସେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ କୋଟିଆ ପଞ୍ଚାୟତବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହା ସହ ଡାକ୍ତରଖାନା, ବିଭିନ୍ନ କାର୍ଯ୍ୟାଳୟର କ୍ଲଷ୍ଟର ବିଲ୍ଡିଂ , ଛାତ୍ରାବାସ ଓ ରାସ୍ତାଘାଟର ଉଦ୍ଘାଟନ କରିଛନ୍ତି ।

କୋଟିଆକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, 18 କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

କୋଟିଆର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗତ କିଛିଦିନ ପୂର୍ବେ ରାଜ୍ୟ ସରକାର 150 କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି ଓ ଆଜି ଉଦଘାଟିତ ଥୋଇଥିବା ସମସ୍ତ ପ୍ରକଳ୍ପ ଏହି ଯୋଜନାରେ ଅନ୍ତର୍ଭୁକ୍ତ । ବାକିଥିବା ଅନ୍ୟାନ୍ୟ ସମସ୍ତ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଅତିଶୀଘ୍ର ସମ୍ପୂର୍ଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଭବିଷ୍ୟତରେ ସେ ନିଜେ କୋଟିଆ ଆସି ଲୋକଙ୍କ ସହ ସାକ୍ଷାତ କରିବେ ବୋଲି ପ୍ରତିଶ୍ରୁତି ଦେଇ ଜନତାଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ସେ ଖୁବ୍‌ଶୀଘ୍ର କୋଟିଆ ଅଞ୍ଚଳକୁ ଗସ୍ତ କରି ଲୋକମାନଙ୍କୁ ଭେଟିବେ । କୋଟିଆ ଅଞ୍ଚଳକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି । ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଯୋଗାଇ ଦିଆଯାଉଛି। ଜୀବନଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ମାଲକାନଗିରିରୁ ମୟୂରଭଞ୍ଜ, କୋରାପୁଟରୁ କଟକ, ସବୁ ଅଞ୍ଚଳର ବିକାଶ ପାଇଁ ସେ କାମ କରୁଛନ୍ତି । ବିକାଶର ସୁଫଳ ପ୍ରତି ପରିବାର ପାଖରେ ପହଞ୍ଚାଇବା ସହିତ ରାଜ୍ୟର ସବୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଓଡିଶା ଆମର ମା’ । ଓଡିଆ ଆମର ଭାଷା । ମହାପ୍ରଭୁ ଜଗନ୍ନାଥ ଆମର ବଡ ଠାକୁର । ଜଗନ୍ନାଥ ସଂସ୍କୃତି ଆମର ସଂସ୍କୃତି। କୋରାପୁଟକୁ ଆମେ ଦ୍ବିତୀୟ ଶ୍ରୀକ୍ଷେତ୍ର କହିଥାଉ ବୋଲି ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ବାଧୀନତା ସଂଗ୍ରାମରେ ମଧ୍ୟ କୋରାପୁଟ ବଡ ଭୂମିକା ବିଷୟରେ ଆଲୋକପାତ କରି ସେ ଏହି ଅବସରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୂଚନାଥାଉକି, କୋଟିଆରେ ସମୁଦାୟ 150 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି। 150 କୋଟିର ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ 2018 ମସିହାରେ ଘୋଷଣା କରିଥିଲେ ।

ସୂଚନାଥାଉକି ଗତ କିଛିଦିନ ଧରି ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ଗୁଡିକରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ କିଛି ବାର୍ତ୍ତା ଦେଇ ଆନ୍ଧ୍ରପ୍ରଦେଶକୁ ଚେତାବନୀ ତଥା ଅଞ୍ଚଳବାସୀଙ୍କୁ ଓଡିଶା ପ୍ରତି ଭରଷା ରଖିବେ ବୋଲି ଲୋକେ ଆଶା କରାଯାଉଥିଲା କିନ୍ତୁ ସେ ସମ୍ପର୍କରେ ପଦେ ମଧ୍ୟ ନ କହିନାହାଁନ୍ତି ଫଳରେ ଅଞ୍ଚଳବାସୀଙ୍କ ମନରେ ନୈରାଶ୍ୟ ଦେଖାଦେଇଛି । ତେବେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ତାଙ୍କ ବକ୍ତବ୍ୟରେ ସ୍ଥାନୀୟ ଜନତାଙ୍କୁ ଆନ୍ଧ୍ର ପ୍ରଦେଶ ଦ୍ବାରା କରାଯାଉଥିବା ନିର୍ବାଚନରେ ଭୋଟ ନଦେବା ପାଇଁ ଅପିଲ କରିଥିଲେ ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ(ବ୍ୟୁରୋ ଚିଫ୍‌) ଓ କୋରାପୁଟରୁ ସିଏଚ ଶାନ୍ତାକାର , ଇଟିଭି ଭାରତ

Last Updated : Feb 5, 2021, 7:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.