ETV Bharat / city

ରାୟଗଡା ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

author img

By

Published : Nov 23, 2021, 8:55 PM IST

ରାୟଗଡାକୁ ମିଳିଲା ସ୍ବତନ୍ତ୍ର ପ୍ୟାକେଜ । ଆଜି ଭିସି ଜରିଆରେ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ରାୟଗଡା ପାଇଁ ସ୍ବତନ୍ତ୍ର ପ୍ୟାକେଜ
ରାୟଗଡା ପାଇଁ ସ୍ବତନ୍ତ୍ର ପ୍ୟାକେଜ

ରାୟଗଡା/ଭୁବନେଶ୍ବର: ରାୟଗଡାକୁ ମିଳିଲା ସ୍ବତନ୍ତ୍ର ପ୍ୟାକେଜ । ଆଜି ଭିସି ଜରିଆରେ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ୟାକେଜ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ରାୟଗଡାରେ ଜଳସେଚନର ସୁବିଧା ପାଇଁ ଦୁଇଟି ମେଗା ଲିଫ୍ଟ ପ୍ରକଳ୍ପ ଶେଷ ହୋଇଛି । ଏହାଦ୍ବାରା ଗୁଣୁପୁର ବ୍ଲକର ୧୦୦୦ ହେକ୍ଟର ଜମିକୁ ପାଣି ମିଳିପାରିବ । ସେହିପରି ମୁଖ୍ୟମନ୍ତ୍ରୀ ଜନଜାତି ମାନଙ୍କର ଉଚ୍ଚ ପ୍ରଶଂସା କରି କହିଛନ୍ତି ସେମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇପାରିଛନ୍ତି । ନିଜ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିପାରିଛନ୍ତି ।

ଏହାବାଦ ଜିଲ୍ଲାରେ ମା ଓ ଭଉଣୀ ମାନେ ୪ ହଜାର ମିଶନ ଶକ୍ତି ଗ୍ରୁପରେ ସାମିଲ ହୋଇଛନ୍ତି । ନିଜର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି । ନିଜକୁ ସକ୍ଷମ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସଙ୍କ ସହ ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.