ETV Bharat / city

Dhamnagar Bypoll: ଧାମନଗର ଉପନିର୍ବାଚନ ଲାଗି ମୈଦାନରେ ୫ ପ୍ରାର୍ଥୀ - ମୈଦାନରେ ୫ ପ୍ରାର୍ଥୀ

ଭଦ୍ରକ ଧାମନଗର ଉପନିର୍ବାଚନ ଲାଗି ୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବାତିଲ ହୋଇଛି । ଫଳରେ ମୈଦାନରେ ୫ ପ୍ରାର୍ଥୀ ଥିବା ବେଳେ ଉପନିର୍ବାଚନ ଲାଗି ସିଇଓଙ୍କ ପ୍ରସ୍ତୂତି ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Dhamnagar Bypoll: ମୈଦାନରେ ୫ ପ୍ରାର୍ଥୀ, CEOଙ୍କ ପ୍ରସ୍ତୁତି ଚୂଡାନ୍ତ

author img

By

Published : Oct 17, 2022, 5:42 PM IST

Updated : Oct 18, 2022, 6:13 PM IST

ଭୁବନେଶ୍ବର: ଧାମନଗର ଉପନିର୍ବାଚନ (Dhamnagar Bypoll) ନେଇ ୬ ଜଣ ନାମାଙ୍କନ ଦାଖଲ କରିଥିଲେ । ଯାଞ୍ଚ ବେଳେ ସେଥି ମଧ୍ୟରୁ ଜଣଙ୍କର ନାମାଙ୍କନ ବାତିଲ ହୋଇଯାଇଛି । ଆଜି ଶେଷ ଦିନରେ କେହି ନାମାଙ୍କନ ପ୍ରତ୍ୟାହାରର କରିନଥିବାରୁ ନିର୍ବାଚନରେ ୫ ଜଣ ପ୍ରାର୍ଥୀ ରହିଛନ୍ତି (Five Candidates to fight for Dhamnagr seat) । ଚୂଡାନ୍ତ ପ୍ରାର୍ଥୀଙ୍କ ସଂଖ୍ୟା ଅନୁସାରେ ବାଲାଟ ପେପର ପ୍ରିଣ୍ଟ ହେବ । ଏହାସହ ଦୃଷ୍ଟିହୀନ ଭୋଟଙ୍କ ଲାଗି ବ୍ରେଲି ବାଲାଟ ପେପର ବ୍ୟବସ୍ଥା ମଧ୍ୟ କରାଯିବ ।

ଧାମନଗର ଉପନିର୍ବାଚନ ଲାଗି ମୈଦାନରେ ୫ ପ୍ରାର୍ଥୀ

ଲେକ୍ଟରାଲ ରୋଲ ଫାଇନାଲ ହୋଇଛି । ଧାମନଗରର ମୋଟ ଭୋଟର ସଂଖ୍ୟା ହେଉଛି ୨ ଲକ୍ଷ ୩୮ ହଜାର ୪୧୭ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୩ ହଜାର ୩୮ ଜଣ ପୁରୁଷ ଭୋଟର ଅଛନ୍ତି । ମହିଳା ଭୋଟର ସଂଖ୍ୟା ହେଉଛି ୧ ଲକ୍ଷ ୧୫ ହଜାର ୩୪୬ ଜଣ । ସେହିପରି ୩୩ ଜଣ କିନ୍ନର ଭୋଟର ରହିଛନ୍ତି । ୪୯୫୬ ଜଣ ଭିନ୍ନକ୍ଷମ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ୨୫୩୩ ଓ ମହିଳା ଭୋଟର ୨୪୨୩ ଅଛନ୍ତି । ୮୦ ବର୍ଷରୁ ଅଧିକ ଭୋଟର ସଂଖ୍ୟା ୭୨୦୬ ଜଣ । ସେମାନଙ୍କ ମଧ୍ୟରୁ ୩୪୯୫ ପୁରୁଷ ଓ ୩୭୧୧ ମହିଳା ଭୋଟର ଅଛନ୍ତି । ସେହିପରି ୪୫୬ ଜଣ ସର୍ଭିସ ଭୋଟର ଅଛନ୍ତି ।

ମୋଟ ପୋଲିଂ ଷ୍ଟେସନ ହେଉଛି ୨୫୨ । ସ୍କୁଲ ନାଁ ପରିବର୍ତ୍ତନ ହୋଇଥିବାରୁ ପୋଲିଂ ବୁଥ ନାଁ ମଧ୍ୟ ପରିବର୍ତ୍ତନ ହୋଇଛି । ୧୩୪ ବୁଥର ନାଁ ପରିବର୍ତ୍ତନ ହୋଇଛି । କିନ୍ତୁ ପୋଲିଂ ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ । ଲୋକଙ୍କ ସନ୍ଦେହ ଦୂର କରିବା ଲାଗି ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିବ । ଭିନ୍ନକ୍ଷମ ଓ ବରିଷ୍ଠ ଭୋଟରଙ୍କ ଲାଗି ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି ।

ଉଭୟ ବର୍ଗର ମୋଟ ୧୨ ହଜାର ୭୭ ଭୋଟରଙ୍କ ମଧ୍ୟରୁ ୫୦୫ ଜଣ ପୋଷ୍ଟାଲ ବାଲାଟ ଲାଗି ଅପ୍ସନ ଦେଇଛନ୍ତି । ପୋଷ୍ଟାଲ ବାଲାଟ ଭୋଟିଂ ପାଇଁ ୨୦ଟି ପୋଲିଂ ପାର୍ଟି ଗଠନ ହୋଇଛି । ଧାମନଗର ଲାଗି ୧୪ଟି ଓ ତିହିଡି ବ୍ଲକ ଲାଗି ୬ଟି ପୋଲିଂ ପାର୍ଟି ରହିବ । ରୁଟ ଚାଟ୍‌ ଅନୁସାରେ ଏହା କାର୍ଯ୍ୟକାରୀ କରାଯିବ ।

ଏହା ବି ପଢନ୍ତୁ- Dhamnagar bypoll: ରାଜୁ ଦାସଙ୍କ ଷ୍ଟାର ପ୍ରଚାରକ ତାଲିକା ଭାଇରାଲ, ଜାଣନ୍ତୁ କିଏ କରିବେ ପ୍ରଚାର

ଇଭିଏମ ଓ ଭିଭିପାଟର ବ୍ୟବସ୍ଥା ହୋଇସାରିଛି । MCM3ର ଇଭିଏମ ବ୍ୟବହାର ହେବ । ଏଥିରେ ବହୁତ କମ ବୈଷୟିକ ତ୍ରୁଟି ରୁହେ । ପୋଲିଂ ଅଧିକାରୀଙ୍କ ପ୍ରଥମ ରାଉଣ୍ଡ ପ୍ରଶିକ୍ଷଣ ଶେଷ ହୋଇଛି । ଦ୍ଵିତୀୟ ରାଉଣ୍ଡ ପ୍ରଶିକ୍ଷଣ ଆସନ୍ତା ସପ୍ତାହରେ ହେବ । ଗତକାଲି ସୁଦ୍ଧା ୧୮୭ ସ୍ବୀକୃତିପ୍ରାପ୍ତ ଅସ୍ତ୍ରଶସ୍ତ୍ର ଡିପୋଜିଟ ହୋଇଛି । ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବା ଲାଗି ଆଶଙ୍କା ଥିବା ୧୧୬୭ ଜଣଙ୍କୁ ଗିରଫ କରାଯାଇଛି । ୫୩ ନନ ବେଲେବୁଲ ୱାରେଣ୍ଟଙ୍କୁ ଗିରଫ କରାଯାଇଛି ।

ଏହି ପ୍ରକ୍ରିୟା ନିର୍ବାଚନ ପର୍ଯ୍ୟନ୍ତ ଜାରୀ ରହିବ । ସେହିପରି ୫୧ଟି ଅବକାରୀ ମାମଲା ରୁଜ୍ଜୁ ହୋଇଛି । ଏହି ମାମଲାରେ ୪୮ ଜଣଙ୍କୁ ଗିରଫ କରାଯାଇଛି । ୧୦ ଲକ୍ଷ ଟଙ୍କାର ମାଦକଦ୍ରବ୍ୟ ଜବତ କରାଯାଇଛି । ନିର୍ବାଚନର ୨ ଦିନ ପୂର୍ବରୁ ଡ୍ରାଏ ଡେ ଘୋଷଣା ହେବ । ମଦ ଦୋକାନ ବନ୍ଦ କରାଯିବ । ୨୬ ଜଣ ମାଇକ୍ରୋ ଅବଜରଭର ନିୟୋଜିତ ହେବେ । ୧୦୭ ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ଆଗକୁ ଏହି ସଂଖ୍ୟା ବଢିବାର ସମ୍ଭାବନା ରହିଛି ।

୪ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ । ସେଥିରେ ୨ଟି ସିଆରପିଏଫ ଓ ୨ ଟି ବିଏସଏଫ କମ୍ପାନୀ ନିୟୋଜିତ ହେବେ । ଗୋଟେ କମ୍ପାନୀ ଆସି ସାରିଛନ୍ତି । ରାଜ୍ୟ ପୋଲିସର ୧୭ ପ୍ଲାଟୁନ ଫୋର୍ସ ମୃତୟନ ହେବେ । ପ୍ରତି ପ୍ରାର୍ଥୀ ୪୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଲୋହାନି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 18, 2022, 6:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.