ଭୁବନେଶ୍ବର: କୋରୋନା ପାଇଁ ରାଜ୍ୟ ସରକାର ଆଗକୁ ଆସୁଥିବା ଛଟ୍ ପୂଜା ଓ ସମୂହ ସ୍ନାନ ଉପରେ କଟକଣା ଲଗାଇଛନ୍ତି । ଏନେଇ ଏସଆରସିଙ୍କ ପକ୍ଷରୁ ଏକ ନିର୍ଦ୍ଦେଶ ନାମା ଜାରି କରାଯାଇଛି ।
![କୋରୋନା ପାଇଁ ଛଟ ପୂଜାରେ କଟକଣା](https://etvbharatimages.akamaized.net/etvbharat/prod-images/od-bbs-2-nochhatpooja-avo-7205239_16112020180729_1611f_1605530249_494.png)
ନଭେମ୍ବର ୨୦ ଓ ୨୧ ତାରିଖରେ ନିଷେଧାଦେଶ କାର୍ଯ୍ୟକାରୀ ହେବ । ନଦୀ ଘାଟରେ ପୂଜା ସହ ସମୂହ ବୁଡ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଘରେ ପୂଜା କରିବା ପାଇଁ ପରାମର୍ଶ ଦିଆଯାଇଛି ।
ଏହାସହ କଟକଣା ନମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ