ETV Bharat / city

ଆକ୍ସନ ମୁଡରେ ଚେଲ୍ଲା କୁମାର, କଂଗ୍ରେସକୁ ମଜବୁତ କରିବାପାଇଁ ଦେଲେ ଗୁରୁମନ୍ତ୍ର

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ୩୩ଟି ସାଂଙ୍ଗଠନିକ ଜିଲ୍ଲାର ନବନିଯୁକ୍ତ ଜିଲ୍ଳା ସଭାପତିଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ନୂଆ ପ୍ରଭାରୀ ଚେଲ୍ଲାକୁମାର । ଦଳୀୟ ସଂଙ୍ଗଠନକୁ ତୃଣମୂଳ ସ୍ତରରେ ଚଳଚଞ୍ଚଳ କରିବା ପାଇଁ ଜିଲ୍ଳା ସଭାପତିମାନଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ।

author img

By

Published : Oct 21, 2020, 10:21 PM IST

Congress in the action mood
କଂଗ୍ରେସକୁ ମଜବୁତ କରିବାପାଇଁ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ବର: ଆକ୍ସନ ମୁଡରେ କଂଗ୍ରେସର ନୂଆ ଓଡିଶା ପ୍ରଭାରୀ ଚେଲ୍ଲା କୁମାର । କଂଗ୍ରେସର ଆଭିମୁଖ୍ୟ ଓ ଦଳ ସଫଳତାର ପ୍ରଚାର ଠିକ ଭାବେ ହୋଇପାରୁନାହିଁ । ଏଥିଲାଗି ତୃଣମୂଳ ସ୍ତରରୁ ଏହି କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ଫୋକସ କରିଛନ୍ତି ନୂଆ ପ୍ରଭାରୀ ଚେଲ୍ଲା କୁମାର । ତେଣୁ ଉପନିର୍ବାଚନ ପରେ ନିଜେ ପ୍ରଭାରୀ ଜିଲ୍ଳାସ୍ତରରୁ ଏହି ପ୍ରଚାର ଅଭିଯାନର ମଙ୍ଗ ଧରିଛନ୍ତି ।

୨ ମାସ ଭିତରେ ତୃଣମୂଳସ୍ତରରେ ସଂଙ୍ଗଠନକୁ କ୍ରୀୟାଶୀଳ କରିବା ପାଇଁ ଜିଲ୍ଲା ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପିସିସି ସଭାପତି ପଦ ଲାଗି ଭ୍ୟାକେନ୍ସି ନାହିଁ ଓ ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଦଳର ନେତାଙ୍କୁ ଚରମବାଣୀ ଶୁଣାଇଛନ୍ତି ଚେଲ୍ଲା କୁମାର ।ସଂଙ୍ଗଠନ ମଜବୁତ କରିବା ପାଇଁ ଜିଲ୍ଳାସଭାପତିଙ୍କୁ ନିର୍ଦ୍ଦେଶ ଦେବା ସହ ଆସନ୍ତା ୨ମାସ ମଧ୍ୟରେ ଗଠନ ହେବ ଜିଲ୍ଲା, ବ୍ଲକ,ପଞ୍ଚାୟତ,ବୁଥ କମିଟି। ପ୍ରଥମେ ତୃଣମୂଳସ୍ତରରୁ ସଂଙ୍ଗଠନକୁ ମଜବୁତ କରାଯିବ ।

ଏନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ୩୩ଟି ସାଂଙ୍ଗଠନିକ ଜିଲ୍ଲାର ନବ ନିଯୁକ୍ତ ଜିଲ୍ଳା ସଭାପତିଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ନୂଆ ପ୍ରଭାରୀ ଚେଲ୍ଲାକୁମାର । ଦଳୀୟ ସଂଙ୍ଗଠନକୁ ତୃଣମୂଳ ସ୍ତରରେ ଚଳଚଞ୍ଚଳ କରିବା ପାଇଁ ଜିଲ୍ଳା ସଭାପତିମାନଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ।

କେବଳ ସେତିକି ନୁହେଁ, କଂଗ୍ରେସର ଆଭିମୁଖ୍ୟ ଓ ପୂର୍ବ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳ ପ୍ରସ୍ତୁତ କରିଛି ରୋଡ଼ମ୍ୟାପ । ଉପ-ନିର୍ବାଚନ ପରେ ଜିଲ୍ଲାସ୍ତରରେ ଏହି କାର୍ଯ୍ୟକ୍ରମର ମଙ୍ଗ ଧରିବେ ଖୋଦ ପ୍ରଭାରୀ ଚେଲ୍ଲାକୁମାର ।

ସେପେଟ ପିସିସି ସଭାପତି କହିଛନ୍ତି, ତୃଣମୂଳସ୍ତରରୁ କଂଗ୍ରେସ ବେଶ କିଛିଦିନ ହେବ ନିଷ୍କ୍ରିୟ ହୋଇପଡ଼ିଛି । ଯାହାକୁ ଦଳ ଏବେ ଗୁରୁତ୍ବ ଦେଇଥିବା ସେ କହିଛନ୍ତି ।

ବୁଥ ଓ ପଞ୍ଚାୟତକୁ ଫୋକସ କରିବା ଦଳ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି । ଏନେଇ ପ୍ରତ୍ୟେକ ଜିଲ୍ଲାରେ ଖୁବଶୀଘ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯିବ । ଯେଉଁମାନେ ଜିଲ୍ଲାସ୍ତରରେ ସଂଙ୍ଗଠନ ଠିକ୍ ସେ କାମ କରୁଛି କି ନାହିଁ, ତାହାର ତଦାରଖ କରିବେ । ସେପଟେ ନବ ନିର୍ବାଚିତ ସଭାପତିମାନେ ମଧ୍ୟ ପ୍ରଭାରୀଙ୍କ ଠାରୁ ଗୁରୁମନ୍ତ୍ର ପାଇବା ପରେ ଉତ୍ସାହିତ ହୋଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.