ETV Bharat / city

ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ସିଇଓ: ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ଵ

author img

By

Published : Apr 14, 2022, 9:51 PM IST

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ନିର୍ଭୁଲ ଭୋଟର ତାଲିକା ସଂପର୍କରେ ସମୀକ୍ଷା କରିଛନ୍ତି ସିଇଓ । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ସିଇଓ: ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ଵ
ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ସିଇଓ: ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ଵ

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ନିର୍ଭୁଲ ଭୋଟର ତାଲିକା ସଂପର୍କରେ ସମୀକ୍ଷା କରିଛନ୍ତି ସିଇଓ । କ୍ଷେତ୍ର ପରିଦର୍ଶନ କରି ଏକାଧିକ ଭୋଟର ତାଲିକାରେ ଜଣାପଡୁଥିବା ଭୋଟରମାନଙ୍କୁ ସଠିକ୍ ଭାବେ ଯାଞ୍ଚ କରିବାକୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏକାଧିକ ନାମଗୁଡ଼ିକୁ ତାଲିକାରୁ ବାଦ୍ ଦେବାକୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି । ଭୋଟର ତାଲିକାରେ ନାମ ଥାଇ ଫଟୋ ନଥିବା କିମ୍ବା ଭୋଟର ତାଲିକାରେ ନାମ, ଠିକଣା ଇତ୍ୟାଦି ତ୍ରୁଟି ଥିଲେ ସଠିକ୍ ଭାବେ ଯାଞ୍ଚ କରି ସେମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯିବ । ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଛନ୍ତି ।

ଭାରତ ନିର୍ବାଚନ ଆୟୋଗ ପ୍ରଥମ ଥର ପାଇଁ ସମସ୍ତ ଭୋଟରମାନଙ୍କୁ ଫଟୋ ପରିଚୟ ଡାକ ମାଧ୍ୟମରେ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥି ନିମନ୍ତେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କଲାବେଳେ ଫର୍ମ ନଂ-୬ରେ ତାଲିକାରେ ନାମ ଯୋଗ ଓ ଫର୍ମ ନଂ-୮ରେ ତ୍ରୁଟି ସଂଶୋଧନ ପାଇଁ ଫର୍ମ ପୂରଣ କଲାବେଳେ ନାଗରିକମାନେ ଆବେଦନ ଫର୍ମରେ ସମ୍ପୂର୍ଣ୍ଣ ଡାକ ଠିକଣା ଓ ସଠିକ୍ ମୋବାଇଲ୍ ନମ୍ବର ଦେବାକୁ ହେବ । ନଚେତ୍ ଭୋଟରଙ୍କ ଘରେ ଡାକ ଯୋଗେ ଫଟୋ ପରିଚୟ ପତ୍ର ପହଞ୍ଚିବା ସମ୍ଭବ ହେବନାହିଁ । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଘରକୁ ଘର ଯାଇ ସଠିକ୍ ତଥ୍ୟ ସଂଗ୍ରହ କରି ନିର୍ବାଚନ ପଞ୍ଜିକରଣ ଅଧିକାରୀମାନଙ୍କୁ ସଠିକ୍‌ ତଥ୍ୟ ପ୍ରଦାନ କରିବେ । ପରେ ନିର୍ବାଚକ ପଞ୍ଜିକରଣ ଅଧିକାରୀମାନେ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ ହୋଇଥିବା ଫଟୋ ପରିଚୟ ପତ୍ରଗୁଡ଼ିକୁ ମଇ ମାସ ୧୫ ତାରିଖ ସୁଦ୍ଧା ଡାକ ମାଧ୍ୟମରେ ଭୋଟରମାନଙ୍କ ଘରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଯେଉଁ ଭୋଟରମାନଙ୍କ ନାମ ଭୋଟର ତାଲିକାରେ ନାହିଁ କିମ୍ବା ତାଲିକାରେ ନାମ ଓ ଡାକ ଠିକଣା ଇତ୍ୟାଦିରେ ତ୍ରୁଟି ଅଛି, ସେମାନେ ଏବେ ଅନ୍‌ଲାଇନ୍‌ ମାଧ୍ୟମରେ nvsp.in ପୋର୍ଟାଲକୁ ଯାଇ ଆବେଦନ କରିପାରିବେ । ଏହା ମଧ୍ୟ ନିଜ ମୋବାଇଲ୍ ମାଧ୍ୟମରେ ଭୋଟର ହେଲ୍ପ ଲାଇନ୍ ଆପ୍ ଡାଉନ୍‌ଲୋଡ୍ କରି ସେଥରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ବୈଠକରେ ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳମାନେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ସଂଘମିତ୍ରା ଶତପଥୀ, ଭବାନୀଶଙ୍କର ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଏଏସ୍‌ଇ ଇନ୍ଦ୍ରିଶ୍ ଖାନ୍, ରାମ ଟୁଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.