ETV Bharat / city

ପାଟକୁରା ନିର୍ବାଚନ ନେଇ ପ୍ରସ୍ତୁତ ନିର୍ବାଚନ ଅଧିକାରୀ - ପାଟକୁରା ନିର୍ବାଚନ ପାଇଁ ପ୍ରସ୍ତୁତ

ଦିନକ ପରେ ପାଟକୁରାରେ ହେବ ମତଦାନ । ନିଜ ଅଞ୍ଚଳ ପାଇଁ ନେତା ବାଛିବେ ଏଠାକାର ଅଧିବାସୀ । ନିର୍ବାଚନ ଅଧିକାରୀ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 18, 2019, 5:48 PM IST

ଭୁବନେଶ୍ବର: ଆସନ୍ତା 20 ତାରିଖରେ ପାଟକୁରା ନିର୍ବାଚନ । ନିଜ ଅଞ୍ଚଳ ପାଇଁ ପ୍ରାର୍ଥୀ ବାଛିବେ ପାଟକୁରାବାସୀ । ଏଥିପାଇଁ ନିର୍ବାଚନ ଅଧିକାରୀ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଦାନ ସାବ୍ୟସ୍ତ କରିବେ ମତଦାତା ।

ସୂଚନାନୁସାରେ, ପାଟକୁରାରେ ମୋଟ 309ଟି ପୋଲିଂ ଭୋଟ ଗ୍ରହଣ କେନ୍ଦ୍ର ରହିଛି । ମୋଟ 10 ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ନିଜର ଭାଗ୍ୟ ପରୀକ୍ଷା କରିବେ । ସେଥିମଧ୍ୟରୁ 7 ଜଣ ପୁରୁଷ ପ୍ରାର୍ଥୀ ଥିବାବେଳେ ଜଣେ ମହିଳା ପ୍ରାର୍ଥୀ ନିର୍ବାଚନରେ ପ୍ରତିନ୍ଦ୍ବନ୍ଦିତା କରୁଛନ୍ତି । ପାଟକୁରାରେ ମୋଟ 2 ଲକ୍ଷ 44ହଜାର 7ଶହ 47ଜଣ ମତଦାତା ରହିଛନ୍ତି । ତନ୍ମଧରୁ 1 ଲକ୍ଷ 27ହଜାର 4ଶହ 31 ଜଣ ପୁରୁଷ ଏବଂ 1 ଲକ୍ଷ 17 ହଜାର 3 ଶହ 6 ଜଣ ମହିଳା ଭୋଟର ରହିଛନ୍ତି ।

ତେବେ ଏହି ଭୋଟ ଗ୍ରହଣ କେନ୍ଦ୍ରରେ ମୋଟ 1700 ପୋଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଏହା ସହ 5 ଜଣ ଜୋନାଲ ସେକ୍ଟର ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତ କରାଯାଇଛି । ଏଥିସହିତ 466 ଟି ଗାଡି ନିୟୋଜିତ ହୋଇଛି । ପାଟକୁରାରେ ମୋଟ 138ଟି ଅତି ସମ୍ବେଦନଶୀଳ ବୁଥ୍ ରହିଥିବାରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ମୁକ୍ତ, ଅବାଧ ଓ ନିରପେକ୍ଷ ମତଦାନ ପାଇଁ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମଦ ଜବତ କରାଯାଇଛି । ତେବେ ଜିଲ୍ଲାର କାଁ ଭାଁ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳୁଥିବାବେଳେ ନିର୍ବାଚନର ସମସ୍ତ ପ୍ରକ୍ରିୟା କ୍ୟାମେରାରେ ରେର୍କଡ କରାଯିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ପାଟକୁରା ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଙ୍କ ପ୍ରସ୍ତୁତ ।ସୂଚନା ଅନୁସାରେ ଆସନ୍ତା ୨୦ ତାରିଖରେ ପାଟକୁରା ନିର୍ବାଚନ ହେବ ।୨୦ ତାରିଖ ସଖାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂନ୍ଧ୍ୟା ୬ଟା ରେ ଷେଷ ହେବ ।
Body:ପାଟକୁରା ରେ ମୋଟ ୩୦୯ ଟି ପୋଲିଂ ଷ୍ଟେସନ ରହିଛି ।ଏଥିପାଇଁ ମୋଟ ୧୦ ଜଣ ପାର୍ଥୀ ନିର୍ବାଚନ ମିଦାନରେ ନିଜର ଭାଗ୍ୟ ପରିକ୍ଷା କରିବେ ।ପାଟକୁରା ରେ ମୋଟ ୨୪ ଲକ୍ଷ ୪ହଜାର ୭ଶହ ୪୭ଜଣ ମତଦାତା ରହିଛନ୍ତି ।ସେମାନଙ୍କ ମଧ୍ୟରେ ପୁରଷ ଭୋଟର ସଂଖ୍ୟା ୧୨ଲକ୍ଷ ୭ହଜାର ୪ଶହ ୩୧ ଜଣ ରହିଥିବା ବେଳେ ,ମହିଳାଭୋଟର ଙ୍କ ସଂଖ୍ୟା ହେଉଛି ୧୧ଲକ୍ଷ ୭ହଜାର ୩ଶହ ୬ ଜଣ ରହିଛନ୍ତି ।Conclusion:ଏଥିପାଇଁ ମୋଟ ୧୭୦୦ ପୋଲିଂ ଅଧିକାରୀ ଙ୍କୁ ନିୟୋଜିତ କରାଯାଇଛି ।ଏହା ସହ ୫ଜଣ ଜୋନାଲ ସେକ୍ଟର ମାଝିଷ୍ଟେଟ ନିଜୁକ୍ତ ହୋଇଛ ।୪୬୬ଟି ଗାଡି ମଧ୍ୟ ନିୟୋଜିତ ହୋଇଛି ।ପାଟକୁରା ରେ ମୋଟ ୧୩୮ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି ।ବଭିନ୍ନ ସ୍ତାନରେ ମଦ ଜବତ କରାଯାଇଛି ।ଏହା ସହ କାଁ ଭା ସ୍ତାନରେ ନିର୍ବାଚନ ହିଂସା ହୋଇଥିବା ସୂଚନା ।ନିର୍ବାଚନ ର ସମସ୍ତ ପ୍ରକ୍ରିୟା କ୍ୟାମେରା ରେ ରେର୍କଡ କରାଯିବ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.