ETV Bharat / city

ତୃତୀୟ ପର୍ଯ୍ୟାୟ ଟୀକାକରଣ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା

author img

By

Published : Feb 26, 2021, 5:07 PM IST

Updated : Feb 26, 2021, 7:28 PM IST

ତୃତୀୟ ପର୍ଯ୍ୟାୟ ଟୀକାକରଣରେ ବୟସ୍କ ଓ ଅନ୍ୟ ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ସାମିଲ କରାଯିବ । କେନ୍ଦ୍ର ସ୍ଵାସ୍ଥ୍ୟ ସଚିବଙ୍କ ସହିତ ସମସ୍ତ ସ୍ବାସ୍ଥ୍ୟ ସଚିବଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

ତୃତୀୟ ପର୍ଯ୍ୟାୟ ଟୀକାକରଣ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ହେଲା ଆଲୋଚନା

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ଟୀକାକରଣରେ ବୟସ୍କ ଓ ଅନ୍ୟ ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ସାମିଲ କରାଯିବ । ଏନେଇ ଆଜି କେନ୍ଦ୍ର ସ୍ଵାସ୍ଥ୍ୟ ସଚିବଙ୍କ ସହିତ ସମସ୍ତ ସ୍ୱାସ୍ଥ୍ୟ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଟୀକାକରଣ ପ୍ରକ୍ରିୟା କେମିତି ରହିବ ସେ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିଛନ୍ତି ।

ତୃତୀୟ ପର୍ଯ୍ୟାୟ ଟୀକାକରଣ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା

ବିଭିନ୍ନ ରାଜ୍ୟରେ ନିଜସ୍ଵ ସ୍ୱାସ୍ଥ୍ୟ ଯୋଜନା ଲାଗୁ କରିଛନ୍ତି ସମ୍ପୃକ୍ତ ରାଜ୍ୟ ସରକାର । ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଛି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା । ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦ୍ଵନ୍ଦ ଲାଗି ରହିଛି । ଲୋକଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ବିକଳ୍ପ ବ୍ୟବସ୍ଥା କରିବା ଲାଗି ବୈଠକରେ ଆଲୋଚନା ହୋଇଛି । ଓଡ଼ିଶାରେ ଚାଲିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଅଧୀନରେ ଅନ୍ତର୍ଭୁକ୍ତ ହୋଇଥିବା ୧୮୩ ହସ୍ପିଟାଲକୁ ଟୀକାକରଣ କେନ୍ଦ୍ର ପାଇଁ ଆୟୁଷ୍ମାନ ଭାରତରେ ସାମିଲ କରିବାକୁ କେନ୍ଦ୍ରକୁ ରାଜ୍ୟ ସରକାର ଅବଗତ କରାଇଛନ୍ତି । ଆଜି କେନ୍ଦ୍ର ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ହୋଇଥିବା ବୈଠକରେ ଏ ବାବଦରେ ମଧ୍ୟ ଆଲୋଚନା ହୋଇଛି । ଏହି ହସ୍ପିଟାଲ ସାମିଲ ହେବା ପରେ ସେଠାରେ ମାଗଣା ଟୀକା ମିଳିବ କି ନାହିଁ କେନ୍ଦ୍ର ସରକାର ଏ ନେଇ ନିଷ୍ପତ୍ତି ନେବେ ।

ତୃତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୧ ରୁ ବୟସ୍କ ଓ ଅନ୍ୟ ଗୁରୁତର ରୋଗର ପୀଡିତ ବ୍ୟକ୍ତିଙ୍କୁ ଟୀକା ଦିଆଯିବ । ସେମାନେ ଗୁରୁତର ରୋଗରେ ପୀଡିତ ଅଛନ୍ତି ବୋଲି ଏକ ସାର୍ଟିଫିକେଟ ଦେବାକୁ ପଡିବ । ତା' ପରେ ସେମାନଙ୍କର ପଞ୍ଜିକରଣ ହେବ । ଦୁଇଟି ଉପାୟରେ ଏହି ପଞ୍ଜିକରଣ କରିହେବ । ପ୍ରଥମତଃ କୋୱିନ ପୋର୍ଟାଲରେ ପଞ୍ଜିକରଣ କରିବେ ନଚେତ୍ ଟୀକାକରଣ କେନ୍ଦ୍ରକୁ ଆସି ପଞ୍ଜିକରଣ କରି ଟୀକାକରଣରେ ସାମିଲ ହୋଇପାରିବେ । ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ଦିଆଯିବ । ଯଦି ଘରୋଇ ହସ୍ପିଟାଲରେ ଟିକା ନିଅନ୍ତି, ତେବେ କିଛି ଅର୍ଥ ଦେବାକୁ ପଡିବ । ମାତ୍ର କେତେ ଟଙ୍କା ଦେବାକୁ ପଡିବ ସେନେଇ ନିଷ୍ପତ୍ତି ହୋଇନାହିଁ । କେନ୍ଦ୍ର ସରକାର ଅଗାମୀ ଦିନେ ଦୁଇ ଦିନ ଭିତରେ ଏହି ନିଷ୍ପତ୍ତି ନେବେ । ଏନେଇ ବିଭିନ୍ନ ଷ୍ଟେକ ହୋଲଡ଼ରଙ୍କ ସହିତ ଆଲୋଚନା କରିଛନ୍ତି ସରକାର । ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ବର୍ତ୍ତମାନ ଟୀକା ମହଜୁଦ ଅଛି । ଆଜି ବି କିଛି ଟିକା ଆସି ପହଞ୍ଚିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଧ୍ୟାଙ୍କ ଟୀକାକରଣ ଚାଲିଛି । ପ୍ରଥମ ଡୋଜରେ ୮୮ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟୀକାକରଣଭୁକ୍ତ ହୋଇଥିବାବେଳେ ଓ ଦ୍ୱିତୀୟ ଡୋଜ ୮୬ ପ୍ରତିଶତ ହୋଇଛି । ଅପରପକ୍ଷେ ପ୍ରଥମ ଡୋଜ ଟୀକାକରଣରେ ୭୮ ପ୍ରତିଶତ ସମ୍ମୁଖ ଯୋଦ୍ଧା ଟିକା ନେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Feb 26, 2021, 7:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.