ETV Bharat / city

ନନ୍ଦନକାନନରେ କେନ୍ଦ୍ରୀୟ ଟିମ: ‘ହାତୀ ମୃତ୍ୟୁ ପଛରେ ହରପିସ୍ ଭୂତାଣୁ’ - କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣର ସଦସ୍ୟ ସଚିବ ଉପସ୍ଥିତ

ନନ୍ଦନକାନନରେ ଚାଲିଛି ହାତୀ ମୃତ୍ୟୁର ଅନୁଧ୍ୟାନ । କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣର ସଦସ୍ୟ ସଚିବ ଉପସ୍ଥିତ । ଜାତୀୟ ହରପିସ ପ୍ରକଳ୍ପ ମୁଖ୍ୟ ଗୌରାଙ୍ଗ ମାହାତୋଙ୍କ ମଧ୍ୟ ଏଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ନନ୍ଦନକାନନରେ କେନ୍ଦ୍ରୀୟ ଟିମ: ‘ହାତୀ ମୃତ୍ୟୁ ପଛରେ ହରପିସ୍ ଭୂତାଣୁ’
author img

By

Published : Sep 25, 2019, 7:04 PM IST

ଭୁବନେଶ୍ବର: ନନ୍ଦନକାନନରେ ପହଞ୍ଚିଲା କେନ୍ଦ୍ରୀୟ ଟିମ । ଚାଲିଛି ହାତୀ ମୃତ୍ୟୁର ଅନୁଧ୍ୟାନ । ଉପସ୍ଥିତ ଅଛନ୍ତି କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣର ସଦସ୍ୟ ସଚିବ ଓ ଜାତୀୟ ହରପିସ ପ୍ରକଳ୍ପ ମୁଖ୍ୟ ଗୌରାଙ୍ଗ ମାହାତୋ ।

ନନ୍ଦନକାନନରେ କେନ୍ଦ୍ରୀୟ ଟିମ: ‘ହାତୀ ମୃତ୍ୟୁ ପଛରେ ହରପିସ୍ ଭୂତାଣୁ’

ଉଭୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ଏମାନେ 4 ହାତୀଙ୍କ ଚିକିତ୍ସାର ତଦାରଖ କରିବେ । ଉଲ୍ଲେଖଯୋଗ୍ୟ ଯେ ଦେଢ ମାସରେ 4 ହାତୀଙ୍କ ଜୀବନ ନେଇଛି ହରପିସ ଭୂତାଣୁ ।

ତେବେ କେନ୍ଦ୍ରୀୟ ଟିମଙ୍କ କହିବା ଅନୁଯାୟୀ, ହାତୀ ମୁତ୍ୟୁର କାରଣ ଭାଇରସ । ଚିକିତ୍ସାରେ କୌଣସି ପ୍ରକାର ଅବହେଳା ହୋଇନି । ଫନି ପରେ ନନ୍ଦନକାନନରେ ପରିବେଶ ବଦଳି ଯାଇଛି । ଫଳରେ ହାତୀ ମୁତ୍ୟୁ ଘଟିଛି । ତେବେ ଏହି ଭୂତାଣୁ କେବଳ ହାତୀ ଛୁଆଙ୍କୁ ଆକ୍ରାନ୍ତ କରିଥାଏ । ଏହା ଅନ୍ୟ କୌଣସି ଜୀବଜନ୍ତୁଙ୍କୁ ଆକ୍ରାନ୍ତ କରିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି କେନ୍ଦ୍ରୀୟ ଟିମ ।

ହାତୀ ମୃତ୍ୟୁକୁ ନେଇ କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣର ସଦସ୍ୟ ସଚିବ ଏସପି ଯାଦବ, ଆସାମର ଜାତୀୟ ହରପିକ ପ୍ରୋଜେକ୍ଟର ମୁଖ୍ୟ ଗୌରାଙ୍ଗ ମାହାତୋ, ନନ୍ଦନକାନନର ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ ଏବଂ ଓୟୁଏଟିର ଡାକ୍ତରୀ ଦଳଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା । ଏହାସହ ଅନ୍ୟ 4ଟି ହାତୀ କିଭଳି ଭାବରେ ସୁରକ୍ଷିତ ରହିବେ ସେନେଇ ଦୃଷ୍ଟି ରଖାଯିବ ବୋଲି କେନ୍ଦ୍ରୀୟ ଟିମ ସୂଚନା ଦେଇଛି । ହାତୀ ଛଡା ଅନ୍ୟ ଜୀବଜନ୍ତୁ କିଭଳି ଭାବରେ ସୁରକ୍ଷିତ ରହିବେ ସେନେଇ ମଧ୍ୟ ଆଲୋଚନା ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ନନ୍ଦନକାନନରେ କେନ୍ଦ୍ରୀୟ ଟିମ। ନନ୍ଦନକାନନ ବୁଲି ସ୍ଥିତି ପରଖିଲେ।

କେନ୍ଦ୍ରୀୟ ଟିମ ଙ୍କ ମତ ଅନୁଯାୟୀ, ହାତୀ ମୁତ୍ଯୁ ର କାରଣ ଫନି ପରେ ନନ୍ଦନକାନନରେ ପରିବେଶ ବଦୁଲି ଯାଇଛି । ଯାହା ଦ୍ୱାରା ହାତୀ ମୁତ୍ଯୁ ଘଟିଛି। ହରପିକ ଜୀବାଣୁ ଉପରେ କୌଣସି ସଠିକ ସ୍ପଠିକରଣ ଜଣାପଡିନାହିଁ ବୋଲି କହିଛନ୍ତି କେନ୍ଦ୍ରୀୟ ଟିମ।

Body:
ନନ୍ଦନକାନନରେ କେନ୍ଦ୍ରୀୟ ଟିମ। ହାତୀ ମୃତ୍ୟୁକୁ ନେଇ ସେଣ୍ଟ୍ରାଲ ଜୁ ର ସେକ୍ରେଟାରୀ ଏସ ପି ୟାଦବ ଓ ଆସାମର ଜାତୀୟ ହରପିକ ପ୍ରୋଜେକ୍ଟ ର ମୁଖ୍ୟ ଗୌରାଙ୍ଗ ମହାତ୍ୱ୍ୱ। ଏବଂ ନନ୍ଦନକାନନରେ ଡ଼ାଇରେକ୍ଟର, ଡେ଼ପୁଟି ଡ଼ାଇରେକ୍ଟର ଓୟୁଏଟି ର ଡାକ୍ତରୀ ଦଳ ଆଦି ଉପସ୍ଥିତ ରହିଥିଲେ। ଅନ୍ୟ 4 ଟି ହାତୀ କିଭଳି ଭାବରେ ସୁରକ୍ଷିତ ରହିବେ। ସେ ନେଇ ଦୃଷ୍ଟି ରଖାଯିବ। ହାତୀ ଚଡ଼ା ଅନ୍ୟ ଜୀବଜନ୍ତୁ କିଭଳି ଭାବରେ ସୁରକ୍ଷାର ସହ ରହିବେ ସେନେଇ ଆଲୋଚନା କରାଯାଇଛି। ଏକ ବର୍ଷ ରୁ 12 ବର୍ଷ ଭିତରେ ଛୋଟ ହାତୀ ହୋଇଥାଏ। ତେବେ କୌଣସି ଘଟଣା ର ଭାଇରସ ଭିତରେ ସତ୍ୟା ସତ୍ୟ ଭାବରେ ଲୋକ ଲୋଚନକୁ ଆସିପାରିନାହିଁ।

Byte- ଏସ ପି ୟାଦବ, ସେଣ୍ଟ୍ରାଲ ଜୁ ସଚିବ।
Byte- ଗୌରାଙ୍ଗ ମହତ୍ତ୍ୱ, ଆସାମ ଜାତୀୟ ହରପିକ ପ୍ରୋଜେକ୍ଟ ର ମୁଖ୍ୟ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.