ETV Bharat / city

ବିଧାନସଭାରେ ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ

author img

By

Published : Feb 25, 2021, 12:00 PM IST

ମହାନଦୀ ଜଳବିବାଦ ନେଇ CWC ବିଭିନ୍ନ ପ୍ରକଳ୍ପ ଅନୁମୋଦନ ଦେଉନଥିବାରୁ କେନ୍ଦ୍ରୀୟ ଅବହେଳା କଥା କହିଲେ ବିଜେଡି ବିଧାୟକ ପ୍ରଦୀପ ଅମାତ । ଅଧିକ ପଢନ୍ତୁ...

ବିଧାନସଭାରେ ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ
ବିଧାନସଭାରେ ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭାରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ମହାନଦୀ ଜଳବିବାଦ ନେଇ CWC ବିଭିନ୍ନ ପ୍ରକଳ୍ପ ଅନୁମୋଦନ ଦେଉନଥିବାରୁ ଗୃହରେ ଏଭଳି ଅଭିଯୋଗ କଲେ ବିଜେଡି ବିଧାୟକ ପ୍ରଦୀପ ଅମାତ ।

ହୀରାକୁଦ ଉପର ମୁଣ୍ଡରେ ଥିବା ପ୍ରକଳ୍ପକୁ ନେଇ ବିବାଦ ରହିଛି । ତଳମୁଣ୍ଡରେ ବିବାଦ ନାହିଁ । ବୌଦ୍ଧ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ କାହିଁକି ବନ୍ଦ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସତୀଘାଟ ଲଷ୍ମୀପଦର ପ୍ରକଳ୍ପ CWC ଫେରାଇ ଦେଇଛି ବୋଲି କହିବା ସହ ସରକାର ଏଦିଗରେ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି ।

ତେବେ ଏହାର ଉତ୍ତର ଦେଇ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି,‘ଏହାକୁ CWC ସ୍ଥଗିତ ରଖିଛନ୍ତି । ଟ୍ରିବ୍ୟୁନାଲର ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ଅଛି । ବିଭାଗ CWC ସହ ଯୋଗାଯୋଗରେ ଅଛି ।’ ସେହିପରି ଟ୍ରିବ୍ୟୁନାଲ 3 ବର୍ଷ ପାଇଁ ହୋଇଥିଲା । ଆଉ 2 ବର୍ଷ ପାଇଁ ବଢ଼ିପାରେ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.