ETV Bharat / city

ଗୋହତ୍ୟା ନିବାରଣ ଆଇନ କଡାକଡି କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

ଗୋ-ହତ୍ୟା ଦଣ୍ଡନୀୟ ଅପରାଧ । ଏହାକୁ ଉଲଙ୍ଘନ କରୁଥିବା ଦୋଷୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏଥିସହ ଦୋତୀଙ୍କୁ 10ରୁ 15 ବର୍ଷର ସଶ୍ରମ କାରଦାଣ୍ଡ ଦେବାକୁ ଦାବି କଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଅଧିକ ପଢନ୍ତୁ...

ଗୋହତ୍ୟା ନିବାରଣ ଆଇନକୁ କଡାକଡି କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

author img

By

Published : Feb 18, 2021, 8:59 PM IST

ଭୁବନେଶ୍ବର: ରାଜ୍ୟରେ ବଢୁଛି ବେଆଇନ ଗୋ-ଚାଲାଣ ଘଟଣା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବେଆଇନ ଗୋ-ଚାଲାଣ ଓ ଗୋ ସୁରକ୍ଷା ନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଗୋହତ୍ୟା ନିବାରଣ ଆଇନକୁ କଡାକଡି କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ
ଗୋହତ୍ୟା ନିବାରଣ ଆଇନକୁ କଡାକଡି କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

ରାଜ୍ୟରେ ଗୋହତ୍ୟା ନିବାରଣ ଆଇନ, ପଶୁ କ୍ରୁରତା ନିବାରଣ ଆଇନ ଓ ପଶୁ ଚାଲାଣ ଅଧିନିୟମର ଖୋଲାଖୋଲି ଉଲଙ୍ଘନ ହେଉଛି । ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ରାୟର ଖୋଲା ଉଲ୍ଲଙ୍ଘନ କରି ଅବିରତ ଗୋଚାଲାଣ ଓ ଗୋହତ୍ୟା ଚାଲୁଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଘଟଣାରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଅଧିକାରୀଙ୍କର ସମ୍ପୃକ୍ତି ରହୁଥିବା କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି । ପ୍ରଶାସନ ଏହି ଆଇନକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀଙ୍କ କାଳରେ ପାରିତ ହୋଇଥିବା ଗୋହତ୍ୟା ନିବାରଣ ଆଇନକୁ ଦୃଢତା ପୂର୍ବକ ପାଳନ ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କର୍ଣ୍ଣାଟକ ସରକାରଙ୍କ ପରି ଦୋଷୀଙ୍କ ବିରୋଧରେ ୧୦ ରୁ ୧୫ ବର୍ଷ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି ।

ବାଲେଶ୍ବର ବସ୍ତା ଥାନା ଗାନ୍ଧୀ ଛକ ନିକଟରେ ଗୋରୁ ବୋଝେଇ କଣ୍ଟେନର ବୋଲେରୋ ସହ ଧକ୍କା ହୋଇ ଓଲଟି ପଡିବାରୁ ୨୮ ଟି ଗୋରୁଙ୍କର ମୃତ୍ୟୁ ହୋଇଛି । ଏ ବାବଦରେ ସୂଚନା ପାଇବା ପରେ ବାଲେଶ୍ବର ଜିଲ୍ଲାପାଳ , ଏସ୍.ପି. ଓ ଆଇ.ଜି.ଙ୍କ ସହ କଥା ହୋଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଜିଲ୍ଲା ପ୍ରଶାସନକୁ ଗାଡିର ଡ୍ରାଇଭର, ମାଲିକ, ଚାଲାଣକାରୀ ଓ ଗୋରୁ ବିକୁଥିବା ଲୋକଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏସ୍.ପି, କଲେକ୍ଟର ଓ ଆଇ.ଜି. ଉଚ୍ଚସ୍ତରୀୟ ଅଧିକାରୀ ମାନଙ୍କ ବୈଠକ ଡାକି ଏହାର ପୁନରାବୃତ୍ତି ନ ହେବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.