ETV Bharat / city

କେନ୍ଦ୍ରମନ୍ତ୍ରୀଙ୍କ ଟୀକାକରଣ ସମୀକ୍ଷା, କର୍ପୋରେଟ୍ ଭ୍ୟାକ୍ସିନେସନ ଟାସ୍କ ଫୋର୍ସ ଗଠନ ପାଇଁ ପ୍ରସ୍ତାବ

ଜୁଲାଇ ମାସରେ ଓଡ଼ିଶାର କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ନିଜ ଖର୍ଚ୍ଚରେ ୧୦ ଲକ୍ଷ ଲୋକଙ୍କୁ ମାଗଣା ଟିକା ଦେବାର ଖସଡା ପ୍ରସ୍ତୁତ କରନ୍ତୁ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରଣାଳୟର ସଚିବ, ଭାରତୀୟ ଶିଳ୍ପ ସଂଘ, ଘରୋଇ ସ୍ୱାସ୍ଥ୍ୟାନୁଷ୍ଠାନ ଏବଂ ପିଏସୟୁ ମୁଖ୍ୟଙ୍କ ସହ କୋଭିଡ୍‌ ଟୀକାକରଣର ସମୀକ୍ଷା କରିବା ଅବସରରେ ସେ ଏହା କହିଛନ୍ତି । ଅଧିକ ପଢ଼ନ୍ତୁ...

କେନ୍ଦ୍ରମନ୍ତ୍ରୀଙ୍କ ଟୀକାକରଣ ସମୀକ୍ଷା, କର୍ପୋରେଟ୍ ଭ୍ୟାକ୍ସିନେସନ ଟାସ୍କ ଫୋର୍ସ ଗଠନ ପାଇଁ ପ୍ରସ୍ତାବ
କେନ୍ଦ୍ରମନ୍ତ୍ରୀଙ୍କ ଟୀକାକରଣ ସମୀକ୍ଷା, କର୍ପୋରେଟ୍ ଭ୍ୟାକ୍ସିନେସନ ଟାସ୍କ ଫୋର୍ସ ଗଠନ ପାଇଁ ପ୍ରସ୍ତାବ
author img

By

Published : Jul 5, 2021, 10:41 PM IST

ଭୁବନେଶ୍ବର: ଜୁଲାଇ ମାସରେ ଓଡ଼ିଶାର କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ନିଜ ଖର୍ଚ୍ଚରେ ୧୦ ଲକ୍ଷ ଲୋକଙ୍କୁ ମାଗଣା ଟିକା ଦେବାର ଖସଡା ପ୍ରସ୍ତୁତ କରନ୍ତୁ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରଣାଳୟର ସଚିବ, ଭାରତୀୟ ଶିଳ୍ପ ସଂଘ, ଘରୋଇ ସ୍ୱାସ୍ଥ୍ୟାନୁଷ୍ଠାନ ଏବଂ ପିଏସୟୁ ମୁଖ୍ୟଙ୍କ ସହ କୋଭିଡ୍‌ ଟୀକାକରଣର ସମୀକ୍ଷା କରିବା ଅବସରରେ ସେ ଏହା କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, "ଭାରତ ସରକାରଙ୍କ ଟୀକାକରଣ ବ୍ୟବସ୍ଥା ବ୍ୟତୀତ ରାଜ୍ୟରେ କର୍ପୋରେଟ୍ ଅନୁଷ୍ଠାନ ଏବଂ ଘରୋଇ ହସ୍ପିଟାଲ ମିଳିତ ଭାବରେ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ୨୫ ପ୍ରତିଶତ ଟିକାକରଣ କରିବାର ଦାୟିତ୍ୱ ନିଅନ୍ତୁ । ଟିକା ସଂଗ୍ରହ, ଟିକା ଯୋଗାଣ ଏବଂ ଟିକାକରଣକୁ ସୁଗମ କରିବା ପାଇଁ କର୍ପୋରେଟ୍ ଭ୍ୟାକସିନ୍ ଟ୍ୟାସ୍କ ଫୋର୍ସ ଗଠନ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଇଣ୍ଡିଆନ ଅଏଲ, ସିଆଇଆଇ, ସେଲ ଏବଂ ନାଲକୋ ବିଭିନ୍ନ ଘରୋଇ ହସ୍ପିଟାଲ ସାହାଯ୍ୟରେ ଏହି ଟ୍ୟାସ୍କଫୋର୍ସ ଗଠନ କରନ୍ତୁ ।"

କେନ୍ଦ୍ରମନ୍ତ୍ରୀଙ୍କ ଟୀକାକରଣ ସମୀକ୍ଷା, କର୍ପୋରେଟ୍ ଭ୍ୟାକ୍ସିନେସନ ଟାସ୍କ ଫୋର୍ସ ଗଠନ ପାଇଁ ପ୍ରସ୍ତାବ
କେନ୍ଦ୍ରମନ୍ତ୍ରୀଙ୍କ ଟୀକାକରଣ ସମୀକ୍ଷା, କର୍ପୋରେଟ୍ ଭ୍ୟାକ୍ସିନେସନ ଟାସ୍କ ଫୋର୍ସ ଗଠନ ପାଇଁ ପ୍ରସ୍ତାବ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବୁ ନାଗରିକଙ୍କୁ ମାଗଣା ଟିକା ମିଳିବା ସୁନିଶ୍ଚିତ । ଏ ଦିଗରେ ସରକାରଙ୍କ ବ୍ୟତୀତ ୨୫ ପ୍ରତିଶତ ଟୀକାକରଣ କର୍ପୋରେଟ୍ ଅନୁଷ୍ଠାନ ଏବଂ ବେସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମିଳିତ ଭାବରେ ନିଜ ନିଜ ବ୍ୟବସ୍ଥାରେ ଟିକା କିଣି ଲୋକଙ୍କୁ ଟିକା ଲଗାଇବା ପାଇଁ ନୀତିଗତ ନିଷ୍ପତି ନିଆଯାଇଛି । ଭାରତ ସରକାର ଚଳିତ ଜୁଲାଇ ମାସରେ ଓଡିଶାକୁ ୩୦.୫ ଲକ୍ଷ ମାଗଣା ଟିକା ଆବଣ୍ଟନ କରିଥିବା ବେଳେ କର୍ପୋରେଟ୍ ମାଧ୍ୟମରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ଆବଣ୍ଟନ କରାଯାଇଛି । ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ଅଧିକରୁ ଅଧିକ ଲୋକ କିଭଳି ଟିକାକରଣ ହୋଇପାରିବେ, ତାହାକୁ ଲକ୍ଷ୍ୟ ରଖିବାକୁ ପଡ଼ିବ । କର୍ପୋରେଟ୍ ଅନୁଷ୍ଠାନମାନେ ନିଜର କର୍ମଚାରୀ ସହ ଆଖପାଖରେ ଥିବା ଗରିବ ଲୋକଙ୍କୁ ମଧ୍ୟ ଟିକା ଦିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ ସମସ୍ତ ଷ୍ଟେକ୍ ହୋଲଡରମାନେ କୋୱିନ୍ ଟେକ୍ନୋଲୋଜିକୁ ବ୍ୟବହାର କରି ଲୋକଙ୍କୁ ତାଙ୍କ କାର୍ଯ୍ୟସ୍ଥଳୀ ଘରେ ଏବଂ ଘରୋଇ ଡାକ୍ତରଖାନାରେ ଟିକା ଦେବା ପାଇଁ ଖସଡ଼ା ପ୍ରସ୍ତୁତ କରନ୍ତୁ । କର୍ପୋରେଟ୍ ସଂସ୍ଥା ଗୁଡ଼ିକ ଦ୍ୱାରା ଜୁନ ମାସରେ ୫୫ ହଜାର ଲୋକଙ୍କୁ ଟିକାକରଣ କରାଯାଇଥିଲା । ଆଗାମୀ ଦିନରେ ୧୦ ଲକ୍ଷ ଟିକା ଦେବା ପାଇଁ ଧର୍ମେନ୍ଦ୍ର କର୍ପୋରେଟ୍ ସଂସ୍ଥା ଏବଂ କର୍ପୋରେଟ୍ ହସ୍ପିଟାଲକୁ ମିଳିତ ଭାବରେ ଆହ୍ୱାନ କରିଛନ୍ତି । ବୈଜ୍ଞାନିକ ଓ ଦେଶର ଡ଼ାକ୍ତରମାନଙ୍କ ଅନୁଯାୟୀ କୋରୋନାକୁ ହରାଇବା ପାଇଁ ଏକମାତ୍ର ବିକଳ୍ପ ଟିକାକରଣ ବୋଲି ଧର୍ମେନ୍ଦ୍ର ମତବ୍ୟକ୍ତ କରିଛନ୍ତି ।

ଏହି ସମୀକ୍ଷା ବୈଠକରେ ସମ୍ ହସ୍ପିଟାଲ, କଳିଙ୍ଗ, ଉତ୍କଳ, ଆପୋଲୋ, କିମ୍ସ, ଆମରୀ, ବିକାଶ ହସ୍ପିଟାଲ, ଆଇଜିଏଚ୍‌, ନାଲକୋ ରାଉରକେଲା ସମେତ ରାଜ୍ୟର ଅନେକ ବେସରକାରୀ ହସ୍ପିଟାଲର ପ୍ରତିନିଧି ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଯଥା ରେଲୱେ, ପାରାଦୀପ ପୋର୍ଟ, ଇଣ୍ଡିଆନ ଅଏଲ, ଏଚପିସିଏଲ, ବିପିସିଏଲ, ଗେଲ୍‌, ସେଲ, ଏସବିଆଇ, ଏମସିଏଲ, ଏନଟିପିସିର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ସାମିଲ ହୋଇ ଟୀକାକରଣ ଉପରେ ନିଜର ମତ ରଖିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.