ETV Bharat / city

ଓଡିଶାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ମଙ୍ଗଳବାର(21 ଜୁନ୍) ଦିନ କୋଣାର୍କ ମନ୍ଦିରଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦାନ କରିବେ । ଭାରତର 75ଟି ଐତିହ୍ୟ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ମଧ୍ୟ ପାଳନ କରାଯିବ । ଅଧିକ ପଢନ୍ତୁ

କୋଣାର୍କ ମନ୍ଦିର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

author img

By

Published : Jun 19, 2022, 10:03 PM IST

Updated : Jun 20, 2022, 8:49 AM IST

ଭୁବନେଶ୍ବର: ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । 21 ଜୁନ୍ ଦିନ କୋଣାର୍କ ମନ୍ଦିରଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସରେ ରେଳମନ୍ତ୍ରୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଭାରତର 75ଟି ଐତିହ୍ୟ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ମଧ୍ୟ ପାଳନ କରାଯିବ । ମାନବିକତା ପାଇଁ ଯୋଗ - ଅନ୍ତର୍ଜାତୀୟ ଯୋଗ ଦିବସ 2022ର ହେଉଛି ବିଷୟବସ୍ତୁ । 21 ଜୁନ୍, 2022 ରେ, ରେଳ ମନ୍ତ୍ରୀ କୋଣାର୍କ ମନ୍ଦିର ଐତିହ୍ୟ ସ୍ଥଳରେ ଆନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେବେ ।

ଯେଉଁଠାରେ ସାଧାରଣ ଜନତା, ଛାତ୍ର ଏବଂ ବିଶେଷଜ୍ଞଙ୍କ ସହ ସମସ୍ତ କେନ୍ଦ୍ର ସରକାରୀ ଅନୁଷ୍ଠାନ ଅଂଶଗ୍ରହଣ କରିବେ । କୋଣାର୍କ ମନ୍ଦିରରେ କାର୍ଯ୍ୟକ୍ରମ ପ୍ରାୟ ସକାଳ 6ଘଟିକାରୁ ଆରମ୍ଭ ହୋଇ ପୂର୍ବାହ୍ନ ୮ଘ.୩୦ମି. ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହେବ । ସେଠାରେ ଆୟୋଜିତ ଯୋଗ ଦିବସରେ ପ୍ରାୟ 2ହଜାର ଅଂଶଗ୍ରହଣକାରୀ ଯୋଗଦେବେ ବୋଲି ଆଶା କରାଯାଉଛି । ଦେଶର 75ଟି ଐତିହ୍ୟ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି ଯେଉଁଠାରେ ଓଡିଶାର କୋଣାର୍କ ମନ୍ଦିରକୁ ମନୋନୀତ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିବେ । ମନୁଷ୍ୟ ଶରୀର ପାଇଁ ଯୋଗ ଶକ୍ତିଶାଳୀ ରହିବାକୁ ଏବଂ ଦୃଢ ପ୍ରତିରକ୍ଷା ପ୍ରଣାଳୀରେ ସାହାଯ୍ୟ କରେ । ଯୋଗ ହେଉଛି ଏକ ପ୍ରାଚୀନ ଆତ୍ମସଂଜମି ଅଭ୍ୟାସ ଯାହା ଭାରତରେ ଉତ୍ପନ୍ନ ହୋଇଛି ଯାହାକି ଶରୀର, ମନର ସମନ୍ୱୟ ହାସଲ କରିବା ପାଇଁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକୁ ଏକତ୍ର କରିଥାଏ ।

ନିୟମିତ ଭାବେ ଯୋଗ ଅଭ୍ୟାସ କରିବାର ଅନେକ ସକରାତ୍ମକ ପ୍ରଭାବ ଶରୀର ଉପରେ ପଡିଥାଏ । ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଡିସେମ୍ବର 2014ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ଯାହା 21 ଜୁନ୍, 2015 ଠାରୁ ବିଶ୍ବବ୍ୟାପୀ ପାଳନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 20, 2022, 8:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.