ETV Bharat / city

Agnipath Scheme: ନିଯୁକ୍ତି ନାଁରେ କେନ୍ଦ୍ର ପ୍ରହସନ କରୁଥିବା କହିଲା କଂଗ୍ରେସ - ଅଗ୍ନିପଥ ଯୋଜନା ବିରୋଧ ପ୍ରଦର୍ଶନ

ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ହେଉଥିବାବେଳେ ଏହାକୁ ନେଇ ରାଜନୀତି ବି ତେଜିବାରେ ଲାଗିଛି । ନିଯୁକ୍ତି ନାଁରେ କେନ୍ଦ୍ର ସରକାର ପ୍ରହସନ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

Agnipath Scheme: ନିଯୁକ୍ତି ନାଁରେ କେନ୍ଦ୍ର ପ୍ରହସନ କରୁଥିବା କହିଲା କଂଗ୍ରେସ

author img

By

Published : Jun 20, 2022, 10:11 PM IST

ଭୁବନେଶ୍ବର: ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ହେଉଥିବାବେଳେ ଏହାକୁ ନେଇ ରାଜନୀତି ବି ତେଜିବାରେ ଲାଗିଛି । ଅଗ୍ନିପଥ ଯୋଜନାକୁ ବିରୋଧ କରି ବିହାରରୁ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ସମଗ୍ର ଦେଶକୁ ବ୍ୟାପିଛି । ଏହାର ପ୍ରତିଫଳନ ଓଡ଼ିଶାରେ ବି ଦେଖିବାକୁ ମିଳିଛି । ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି (ସୋମବାର) ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ନିଯୁକ୍ତି ନାଁରେ କେନ୍ଦ୍ର ସରକାର ପ୍ରହସନ କରୁଥିବା କଂଗ୍ରେସ ଅଭିଯୋଗ କରିଛି ।

Agnipath Scheme: ନିଯୁକ୍ତି ନାଁରେ କେନ୍ଦ୍ର ପ୍ରହସନ କରୁଥିବା କହିଲା କଂଗ୍ରେସ

ରାଜଧାନୀରେ ଭାରତ ବନ୍ଦ ସାମାନ୍ୟ ପ୍ରଭାବ ଦେଖା ଦେଇଥିଲା । CPI, BKMU(Bharat Kishan Morcha United) ଏବଂ ଭୀମ ଆର୍ମୀ ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ସମେତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିରୋଧୀଦଳ ଏବଂ ଯୁବଗୋଷ୍ଠୀ ସରକାରଙ୍କ ଏହି ଯୋଜନାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଏହାକୁ ନେଇ ଜୋର ଧରିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଅଗ୍ନିପଥ ଯୋଜନାକୁ ନେଇ ପୁର୍ନବିଚାର କରିବାକୁ ଦାବି କରିଛି ଶାସକ ବିଜେଡି । ଅଗ୍ନିପଥ ହିଂସାକାଣ୍ଡରେ କେତେକ ରାଜନୈତିକ ଦଳ, କୋଚିଂ ସେଣ୍ଟର, ଛାତ୍ର ସଙ୍ଗଠନକୁ ଦାୟୀ କରିଛି ବିଜେପି । ଅପରପକ୍ଷରେ ନିଯୁକ୍ତି ନାଁ ରେ କେନ୍ଦ୍ର ସରକାର ପ୍ରହସନ କରୁଥିବା କଂଗ୍ରେସ ଅଭିଯୋଗ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.