ETV Bharat / city

ସିଡିଏମଓ ନିଲମ୍ବନ ଘଟଣା: ଆଦେଶ ପ୍ରତ୍ୟାହାର ପାଇଁ ସୁନ୍ଦରଗଡ ବିଧାୟିକାଙ୍କ ଦାବି

ସୁନ୍ଦରଗଡ ସିଡିଏମଓଙ୍କ ନିଲମ୍ବନ ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ । ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁନ୍ଦରଗଡ ବିଜେପି ବିଧାୟିକା କୁସୁମ ଟେଟେ ଦାବିପତ୍ର ଦେଇଥିବାବେଳେ ଆଦେଶକୁ ଯଥାର୍ଥ କହିଛି ବିଜେଡି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 14, 2019, 3:17 PM IST

ଭୁବନେଶ୍ବର: ସୁନ୍ଦରଗଡ ସିଡିଏମଓଙ୍କ ନିଲମ୍ବନ ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ । ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁନ୍ଦରଗଡ ବିଜେପି ବିଧାୟିକା କୁସୁମ ଟେଟେ ଦାବିପତ୍ର ଦେଇଥିବାବେଳେ ଆଦେଶକୁ ଯଥାର୍ଥ କହିଛି ବିଜେଡି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

ସୁନ୍ଦରଗଡ ସିଡିଏମଓଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଦାବି ଆଜି(ସୋମବାର) ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେଇଛନ୍ତି ବିଧାୟିକା କୁସୁମ ଟେଟେ । ଡାକ୍ତର ଅଭାବ ଥିବାବେଳେ ଜଣେ ଭଲ ଡାକ୍ତରଙ୍କୁ କାହିଁକି ସରକାର ନିଲମ୍ବନ କରୁଛନ୍ତି ବୋଲି ବିଧାୟିକା କହିଛନ୍ତି । ଏହା ସହ ସେ ଜଣେ ଭଲ ଡାକ୍ତର ଥିଲେ, ତାଙ୍କର ବାହାରେ କ୍ଲିନିକ ନଥିବାବେଳେ ଗରିବ ଲୋକଙ୍କୁ ବିନା ଅର୍ଥରେ ସେ ସେବା କରନ୍ତି ବୋଲି ମଧ୍ୟ ବିଧାୟିକା କହିଛନ୍ତି । ତେଣୁ କାହିଁକି ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଗଲା ନାହିଁ ବୋଲି ବିଧାୟିକା ପ୍ରଶ୍ନ କରିଛନ୍ତି । ସେହିପରି ବିଜେପି ଆଜି ଏନେଇ 6ଘଣ୍ଟିଆ ସୁନ୍ଦରଗଡ ବନ୍ଦ କରିଥିବାବେଳେ ଏହା ସାଧାରଣ ଆନ୍ଦୋଳନ ବୋଲି ସେ କହିଛନ୍ତି ।

ସେପଟେ ଏହାର ଜବାବ ଦେଇଛନ୍ତି ବିଜେଡି ବିଧାୟିକା ଲତିକା ପ୍ରଧାନ । ଲୋକଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି । ‘5ଟି’ ଏକ ଭଲ ପଦକ୍ଷେପ ବୋଲି ସେ କହିଛନ୍ତି। ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ବାରା ‘ମୋ ସରକାର’ । ମୁଖ୍ୟମନ୍ତ୍ରୀ ଦେଇଥିବା ଦାଇତ୍ବ ‘5ଟି’ ସଚିବ ଠିକ୍‌ ଭାବେ ତୁଲାଉଛନ୍ତି ବୋଲି ବିଜେଡି ବିଧାୟିକା କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସୁନ୍ଦରଗଡ଼ ସିଡିଏମଓଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଦାବି କଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ | ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଦାବି ପତ୍ର ଦେଲେ କୁସୁମ | ଡାକ୍ତର ଅଭାବ ଥିଲା ବେଳେ ଜଣେ ଭଲ ଡାକ୍ତର ଙ୍କୁ କାହିଁକି ନିଲମ୍ବନ କରୁଛନ୍ତି ସରକାର |ସେ ଜଣେ ଭଲ ଡାକ୍ତର ଥିଲେ, ତାଙ୍କର ବାହାରେ କ୍ଲିନିକ ନାହିଁ | ଗରିବ ଲୋକଙ୍କୁ ବିନା ଅର୍ଥ ରେ ସେବା କରନ୍ତି | କାହିଁକି ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଗଲା ନାହିଁ | ସୁନ୍ଦରଗଡ଼ ରେ ବିଜେପି ଆନ୍ଦୋଳନ କରିନି, ଏ ଆନ୍ଦୋଳନ ସାଧାରଣ ଲୋକଙ୍କର |

ସେପଟେ ଏହାର ଜବାବ ରଖିଲେ ବିଜେଡି ବିଧାୟିକା ଲତିକା ପ୍ରଧାନ |ଲୋକଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି | 5t ଏକ ଭଲ ପଦକ୍ଷେପ | ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ୱାରା ମୋ ସରକାର | ମୁଖ୍ୟମନ୍ତ୍ରୀ ଦେଇଥିବା ଦାଇତ୍ୱ 5T ସଚିବ ଠିକ ଭାବେ ତୁଲାଉଛନ୍ତିBody:ବାଇଟ କୁସୁମ ଟେଟେ, ସୁନ୍ଦରଗଡ ବିଧାୟକConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.