ETV Bharat / city

ସ୍ମାର୍ଟସିଟିରେ ସିସିଟିଭି ଅଚଳ !

ଭୁବନେଶ୍ବରରେ ଲାଗିଥିବା 28ଟି ସିସିଟିଭିରୁ 22ଟି ଅଚଳ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପୋଲିସ କମିଶନର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 28, 2019, 12:24 PM IST

ଭୁବନେଶ୍ବର: ରାଜଧାନୀକୁ ଜଗିରହିଥିବା ସିସିଟିଭି କ୍ୟାମେରା ଅଚଳ । ଫନି ମାଡରେ ଭୁବନେଶ୍ବରରେ ଲାଗିଥିବା 28ଟି ସିସିଟିଭିରୁ 22ଟି ଅଚଳ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପୋଲିସ କମିଶନର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସିସିଟିଭି ପାଇଁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି । ଖୁବଶୀଘ୍ର ଅଚଳ ହୋଇଥିବା ସିସିଟିଭିକୁ ହଟାଇ ନୂତନ ସିସିଟିଭି ଲଗାଯିବ ବୋଲି ଅତିରିକ୍ତ କମିଶନର କହିଛନ୍ତି । ଅନ୍ୟପଟେ ଭୁବନେଶ୍ବରର ବ୍ୟସ୍ତ ବହୁଳ ଛକ ମାନଙ୍କରେ ଚାଳକଙ୍କ ଉପରେ ନଜର ରଖିବା ପାଇଁ ଟ୍ରାଫିକ ପୋଲିସ ଡ୍ରୋନର ବ୍ୟବହାର କରୁଛି । ଗତ ମେ 3 ତାରିଖରେ ସାମୁଦ୍ରିକ ଝଡ ଫନି ଯୋଗୁଁ ରାଜଧାନୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ସ୍ୱାୟତ ଶାସନ ଦିବସ ଉପଲକ୍ଷେ ବିଏମସିର ସ୍ୱତନ୍ତ୍ର ପ୍ରକଳ୍ପ।

Body:ସ୍ୱାୟତ ଶାସନ ଦିବସ ଅବସରରେ ସ୍ମାର୍ଟସିଟିରେ ସ୍ୱତନ୍ତ୍ର ପ୍ରକଳ୍ପ ଲୋକାର୍ପିତ ହେବ।ଏହା ପୁଣି ସରକାରଙ୍କ ପ୍ରଣୀତ "5 ଟି " ରେ ଆଧାରିତ କାର୍ଯ୍ୟପନ୍ଥା।ପାଖାପାଖି ୪୦ କୋଟିରୁ ଉର୍ଧ୍ବ ଟଙ୍କା ବ୍ୟୟରେ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହେବ ବହୁ ପ୍ରକଳ୍ପ।ବିଏମସି ଅଞ୍ଚଳରେ ସାଧାରଣ ଲୋକଙ୍କ ହାତ ପାଆନ୍ତାରେ ସମସ୍ତ ବିବିଧ ସେବା ଓ ସୁବିଧା ମିଳିବା ନେଇ ସମସ୍ତ ୬୭ ଟି ୱାର୍ଡରେ ଶୁଭଉଦଘାଟନ ହେବ ୱାର୍ଡ କାର୍ଯ୍ୟାଳୟ।ସ୍ୱତନ୍ତ୍ର ରହିବ ଏହାର ବ୍ୟବସ୍ଥା ୱାର୍ଡ କାର୍ଯ୍ୟାଳୟର ସ୍ଥିତି,ଅବସ୍ଥିତି ଓ କାର୍ଯ୍ୟକାରିତାର ନିର୍ଦେଶାବଳୀ ଅନୁଯାୟୀ ଏଗୁଡିକର ପରିଚାଳନା କରାଯିବ।

ରାଜଧାନୀର ପରିମଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ପାଇଁ ସମୁଦାୟ ୪୦ ଗୋଟି ମାଇକ୍ରୋ କମ୍ପୋସ୍ଟିଙ୍ଗ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନା ହେବ।ସମସ୍ତ ଏମସିସି ପାଇଁ ପ୍ରାୟ ଅଟକଳ ରହିଛି ୩୨ କୋଟି ଟଙ୍କା।ବିଡିଏ ପ୍ଲାନିଂ ନିମନ୍ତେ ଏକ ସଫ୍ଟଓୟାର--ବିଲ୍ଡିଂଗ ପାସ ର ଶୁଭ ଉଦଘାଟନ ମଧ୍ୟ ହେବ।

ବିଏମସିର ୧୫ ଟି ପାର୍କ କୁ ଲୋକାର୍ପିତ କରାଯିବ।ଏନେଇ ଖର୍ଚ୍ଚ ହୋଇଛି ୫ କୋଟି ଟଂକା।ବର୍ଷାଜଳ ପରିଚାଳନା ଏବଂ ନିର୍ଗମନ ପାଇଁ ୧୧ଟି ବିବିଧ ଡ୍ରେନ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ବିଏମସି ସିଟି ଇଞ୍ଜିନିୟର ଦେବ ସୁନ୍ଦର ମହାପାତ୍ର କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.