ETV Bharat / city

ପଞ୍ଜାବ ନ୍ୟାସନାଲ ବ୍ଯାଙ୍କରୁ ୩୨କୋଟି ଠକେଇ, ଭୁବନେଶ୍ବରରେ ସିବିଆଇର ଛାନଭିନ - fraud case

ଭୁବନେଶ୍ବର ଷ୍ଟେସନ ସ୍କୋୟାରସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବଡ ଧରଣର ଠକେଇ। ଏହି ଅଭିଯୋଗ ମିଳିବା ପରେ ସିବିଆଇ ଭୁବନେଶ୍ବର, କୋଲକାତା, ବିଶାଖାପାଟଣା, ବରୋଦା ଏବଂ ଜମ୍ମୁରେ ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ କରିବା ସହ ରାଜଧାନୀରେ ଛାନଭିନ ଆରମ୍ଭ କରିଛି । ଅଧିକ ପଢନ୍ତୁ..

cbi-raid-link-with-punjab-national-bank-fraud-case

author img

By

Published : Jun 11, 2020, 3:46 PM IST

ଭୁବନେଶ୍ବର:ଷ୍ଟେସନ ସ୍କୋୟାରସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବଡ ଧରଣର ଠକେଇ। ବ୍ୟାଙ୍କ ଅଧିକାରୀଙ୍କ ଗୋଚରରେ ୩୨ କୋଟି ଟଙ୍କା ଠକି ନେଇଛି ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନ ନାମକ ସଂସ୍ଥା। ଯାହାକୁ ନେଇ ଗୁରୁବାର ଦେଶର ୫ଟି ସ୍ଥାନରେ ରେଡ କରିଛି ସିବିଆଇ ଟିମ। ଏଥି ସହ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜେରା କରିଛି ସିବିଆଇ ଟିମ। ବ୍ୟାଙ୍କ କର୍ମଚାରୀଙ୍କୁ ହାତ କରି ୩୨ କୋଟି ଟଙ୍କା ଠକେଇ ପରେ ଷ୍ଟେସନ ସ୍କୋୟାର ଶାଖାର ମ୍ୟାନେଜର ଗଣପତ ଲାଲ ସିବିଆଇ ପାଖରେ ଅଭିଯୋଗ କରିଥିଲେ l

ତେବେ କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ଅନୁମତି କ୍ରମେ ସିବିଆଇ ଭୁବନେଶ୍ବର, କୋଲକାତା, ବିଶାଖାପାଟଣା, ବରୋଦା ଏବଂ ଜମ୍ମୁରେ ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ କରିଥିଲା । ତେବେ ପିଏନବି ଠକେଇ ସମୟରେ ଥିବା ମହାପ୍ରବନ୍ଧକ ନାଗମଣି ସତ୍ୟନାରାୟଣ ପ୍ରକାଶ, ଏଜିଏମ ସିଏସ ଶର୍ମା, ମୁଖ୍ୟ ପ୍ରବନ୍ଧକ ମନୋରଞ୍ଜନ ଦାସ ଏବଂ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ପ୍ରିୟତୋଷ ଦାସଙ୍କ ସମେତ ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନର ଏମଡି ଅବିନାଶ ମହାନ୍ତି, ପୂର୍ବତନ ନିର୍ଦ୍ଦେଶକ କୌଶିକ ମହାନ୍ତି ଓ ଅଂଶୁମାନ ସାମନ୍ତରାୟ ଓ ନିର୍ଦ୍ଦେଶକ ବିଧୁଭୁଷଣ ନାୟକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ସିବିଆଇ l

ଏନେଇ ଗୋଟିଏ ପରେ ଗୋଟିଏ ଅଧିକାରୀଙ୍କୁ ସିବିଆଇ ଜେରା କରୁଥିବାବେଳେ ସୋମାନଙ୍କ ଆକାଉଣ୍ଟ ଓ ବିଭିନ୍ନ ଅର୍ଥନୈତିକ ସୋର୍ସ ଉପରେ ମଧ୍ୟ ତଦନ୍ତ ଚଳାଇଛି। ତେବେ କିପରି ଏଭଳି ଏକ ବଡ ଧରଣର ଠକେଇ ହେଲା ସେ ନେଇ ସିବିଆଇ ଜାଣିବାକୁ ଚେଷ୍ଟା କରୁଛି। ତେବେ ସବୁଠୁ ବଡ କଥା ହେଉଛି ଷ୍ଟେସନ ସ୍କୋୟାର ଶାଖା ସହ ସମ୍ପୃକ୍ତ ଠକେଇ କରିଥିବା ସଂସ୍ଥାର ମୁଖ୍ୟ ସୁତ୍ରଧର କିଏ ସେନେଇ ସିବିଆଇ ପଚରାଉଚରା ବେଳେ ଜାଣିବାକୁ ଚେଷ୍ଟା କରୁଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.