ETV Bharat / city

ଅର୍ଥତତ୍ତ୍ବ ଚିଟଫଣ୍ଡର ଚାର୍ଜସିଟ ଦାଖଲ, ଆଶୀର୍ବାଦ ଓ କମଳକାନ୍ତଙ୍କ ନାମ ସାମିଲ - ଓଡିଶା କ୍ରିକେଟ ଆସୋସିଏସନ

ପୂର୍ବରୁ 33 ଜଣଙ୍କ ନାମରେ ୬ ଥର ଚାର୍ଜସିଟ ଫାଇଲ ହୋଇଛି । ଏଥର ଆଶୀର୍ବାଦଙ୍କ ସମେତ ଆଉ 2 ଜଣଙ୍କ ନାମରେ ଚାର୍ଜସିଟ ଦାଖଲ ।

ଡିଜାଇନ ଫଟୋ
author img

By

Published : Aug 30, 2019, 5:02 AM IST

ଭୁବନେଶ୍ବର: ଗୁରୁବାର ଅର୍ଥତତ୍ତ୍ବ(ଏଟି) ଚିଟଫଣ୍ଡ ମାମଲାରେ ସିବିଆଇ ଦାଖଲ କରିଛି ଚାର୍ଜସିଟ । ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି । ଏଥିରେ ଆଶୀର୍ବାଦ ବେହେରା ଓ କମଳାକାନ୍ତ ଦାସଙ୍କ ନାମ ରହିଛି ।

ଚାର୍ଜସିଟରେ ଏହି 2 ଜଣଙ୍କ ସହ ବ୍ୟବସାୟୀ ସମ୍ବିତ କୁମାର ଖୁଣ୍ଟିଆଙ୍କ ନାମ ମଧ୍ୟ ସାମିଲ ଅଛି । ଏଥିରେ ଦର୍ଶାଯାଇଛି ଯେ କିଭଳି ଓଡିଶା କ୍ରିକେଟ ଆସୋସିଏସନ(ଓସିଏ)ର ସ୍ପୋନଶରସିପ ରଖି ଲୋକଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇ ଟଙ୍କା ବିନିଯୋଗ ପାଇଁ ମତାଯାଇଥିଲା । ଏପରିକି କମ୍ପାନୀ ପକ୍ଷରୁ ରଣଜୀ କ୍ରିକେଟ ମ୍ୟାଚ ଏବଂ ଓପିଏଲ ଟୁର୍ଣାମେଣ୍ଟ ପାଇଁ ସ୍ପୋନଶରସିପ ବାହାନାରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଆଣି ଚଳୁ କରିଥିଲେ ତତ୍କାଳୀନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ।

ANI tweet
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ଏହାସହିତ ହୋଟେଲ ସୋଲାନ ଇନ ମାଲିକ କମଳାକାନ୍ତଙ୍କ ସହ ମିଶି ସମ୍ବିତ କିଭଳି ଏଟି ଚିଟଫଣ୍ଡର ବିଭିନ୍ନ ଫାର୍ମ କମ୍ପାନୀରୁ ଟଙ୍କା ହେରଫେର କରିଛନ୍ତି ସେନେଇ ଚାର୍ଜସିଟରେ ମଧ୍ୟ ଉଲ୍ଲେଖ କରିଛି ସିବିଆଇ । ଏଥିସହ ପୂର୍ବରୁ ମଧ୍ୟ ୬ ଥର ଚାର୍ଜସିଟ ଫାଇଲ ହୋଇଛି । ଏଥିରେ ୩୩ ଜଣଙ୍କ ନାମ ଉଲ୍ଲେଖ କରାଯାଇଛି ।

ତେବେ ୫୦୦ କୋଟିର ଏହି ଠକେଇ ପଛର ମାଷ୍ଟରମାଇଣ୍ଡ ତଥା କମ୍ପାନୀ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଏବେ ଜେଲରେ ସଜା କାଟୁଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଦାଖଲ ହେଲା ଏଟି ଚିଟଫଣ୍ଡର ଚାର୍ଜସିଟ,
ଆଶିର୍ବାଦ ଓ କମଳକାନ୍ତଙ୍କ ରହିଛି ଲିଷ୍ଟBody:

ସିବିଆଇ ଦାଖଲ କଲା ଏଟି ଚିଟଫଣ୍ଡର ଚାର୍ଜସିଟ।ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଦାଖଲ କରାଯାଇଛି ଚାର୍ଜସିଟ।ଚା ର୍ଜସିଟରେ ରହିଛି ଆଶିର୍ବାଦ ବେହେରା ଓ କମଳକାନ୍ତ ଦାସଙ୍କ ସହ ରହିଛି ଲିଷ୍ଟ।ଯେଉଁଥିରେ ଦର୍ଷାଯାଇଛି କିଭଳି ଓସିଏ ବା ଓଡିଶା କ୍ରିକେଟ ଆସୋସିଏସନର ର ସ୍ପନରଶିପ ରଖି ଲୋକଙ୍କ ମଧ୍ଯରେ ବିଶ୍ବାସ ଜନ୍ମାଇ ଲୋକଙ୍କୁ ଟଙ୍କା ବିନିଯୋଗ ପାଇଁ ମତାଇଦିଆଯାଇଥିଲା। ଏପରିକି ସେଥିପାଇଁ ସେହି କମ୍ପାନି ପକ୍ଷରୁ ରଣଜି କ୍ରିକେଟ ମ୍ଯାଚ ଓ ଓପିଏଲ ଟୁର୍ଣାମେଣ୍ଟ ପାଇଁ ସ୍ପନଶରଶିପ ବାହାନାରେ କୋଟିଏରୁ ଉର୍ଧ ଟଙ୍କା ଆଣି ଚଳୁ କରିଥିଲେ ତତ୍କାଳିନ ଓସିଏ ସମ୍ପାଦକ ଆଶିର୍ବାଦ ବେହେରା। ତା ସହିତ ହୋଟେଲ ସୋଲାନ ଇନ ମାଲିକ କମଳକାନ୍ତ ଦାସଙ୍କ ସହ ଆଉ ଜଣେ ବ୍ଯବସାୟି ସମ୍ବିତ ଖୁଣ୍ଟିଆ ମିଶି କିଭଳି ଏଟି ଚିଟଫଣ୍ଡର ବିଭିନ୍ନ ଫାର୍ମ କମ୍ପାନିରୁ ଟଙ୍କା ହେରଫେର କରିଛନ୍ତି ସେନେଇ ଚାର୍ଜସିଟରେ ଉଲେଖ କରିଛି ସିବିଆଇ। ଏଥିସହ ପୁର୍ବରୁ ମଧ୍ଯ ୬ଥର ଚାର୍ଜସିଟ ଫାଇଲ ହୋଇଥିବା ୩୩ଜଣଙ୍କ ନା ଚାର୍ଜସିଟରେ ଉଲେଖ କରାଯାଇଥିଲା।ତେବେ ୫୦୦ କୋଟିର ଏହି ଠକେଇ ପଛର ମାଷ୍ଟରମାଇଣ୍ଡ ତଥା କମ୍ପାନି ମୁଖ୍ଯ ଅଭିଯୁକ୍ତ ପ୍ରଦିପ ସେଠୀଙ୍କ କୋର୍ଟ ସଜା ଶୁଣାଣି କରିଥିବା ବେଳେ ସେ ଏବେ ଜେଲରେ ସଜା କାଟୁଛନ୍ତି।
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.