ETV Bharat / city

କ୍ୟାପିଟାଲ ହସ୍ପିଟାଲ ନାଁରେ ସାଙ୍ଘାତିକ ଅଭିଯୋଗ, ରୋଗୀଙ୍କୁ ମିଳୁନି ଗୁଣାତ୍ମକ ଖାଦ୍ୟ ! - କ୍ୟାପିଟାଲ ହସ୍ପିଟାଲରେ ଖାଦ୍ୟ ସମସ୍ୟା

ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଏବଂ ପରିମାଣକୁ ନେଇ ଅନେକ ସମୟରେ ରୋଗୀ ଓ ସମ୍ପର୍କୀୟ ମାନେ ଅସନ୍ତୋଷ ପ୍ରକାଶ କରୁଥିବା ନଜରରେ ଆସିଛି। ଅଧିକ ପଢନ୍ତୁ...

କ୍ୟାପିଟାଲ ହସ୍ପିଟାଲ ନାଁରେ ସାଙ୍ଘାତିକ ଅଭିଯୋଗ, ରୋଗୀଙ୍କୁ ମିଳୁନି ଗୁଣାତ୍ମକ ଖାଦ୍ୟ !

author img

By

Published : Mar 14, 2021, 8:58 PM IST

Updated : Mar 14, 2021, 9:14 PM IST

ଭୁବନେଶ୍ବର: ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଏବଂ ପରିମାଣକୁ ନେଇ ଅନେକ ସମୟରେ ରୋଗୀ ଓ ସମ୍ପର୍କୀୟ ମାନେ ଅସନ୍ତୋଷ ପ୍ରକାଶ କରୁଥିବା ନଜରରେ ଆସିଛି। ତେବେ ଏହାକୁ କିଭଳି ଭାବରେ ରୋଗୀଙ୍କୁ ଗୁଣାତ୍ମକ ଖାଦ୍ୟ ଓ ସତର୍କତା ଅବଲମ୍ବନ କରାଯିବ ଏନେଇ ବାରମ୍ବାର ଧ୍ୟାନ ଦିଆଯାଉଥିଲେ ମଧ୍ୟ ଅନେକ ସମୟରେ ହସ୍ପିଟାଲରେ ଖାଦ୍ୟକୁ ନେଇ ଆସନ୍ତୋଷ ପ୍ରକାଶ ପାଉଛି । ଏପଟେ ଏନେଇ ରୋଗୀମାନେ ଅନେକ ସମୟରେ ବାରମ୍ବାର ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରୁଥିବା ବେଳେ ଖାଦ୍ୟକୁ ନେଇ ସବୁ ସମୟରେ ଅସନ୍ତୋଷ ଦେଖାଯାଉଛି। ଖାଦ୍ୟକୁ ନେଇ ରୋଗୀଙ୍କୁ ଉଚିତ ମାନର ଖାଦ୍ୟ ଓ ଭଲ ପରିମାଣ ଖାଦ୍ୟ ସହ ପ୍ରତ୍ୟେକ ଦିନ ଯାଞ୍ଚ କରିବାକୁ କର୍ତ୍ତୃପକ୍ଷଙ୍କ ଅନୁରୋଧ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ।

ଏପଟେ କ୍ୟାପିଟାଲ ହସ୍ପିଟାଲରେ ଏଣିକି ରୋଗୀଙ୍କୁ ମିଳିବ ନୂଆ ଖାଦ୍ୟ। ଏଥିପାଇଁ ବହୁ ପୂର୍ବରୁ ପ୍ରତି ମିଲ ପିଛା ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ନିର୍ଦ୍ଦେଶନାମା ଆସିଛି। କେବେଠାରୁ ନୂଆ ଦର ଲାଗୁହେବ ଏବଂ କେଉଁ ସଂସ୍ଥା ଖାଦ୍ୟ ଯୋଗାଇବା ଏନେଇ ବୈଠକରେ ହୋଇଛି ଆଲୋଚନା। ଏହି ବୈଠକ ରେ ଖାଦ୍ୟ ନିରୀକ୍ଷକଙ୍କ ଡାଏଟ ଭିଜିଲାନ୍ସ କମିଟର ଦୁଇ ସଦସ୍ୟଙ୍କ ସହିତ ହୋଇଛି ଆଲୋଚନା। ସକାଳ ଖାଦ୍ୟରୁ ଆରମ୍ଭ କରି ରାତ୍ର ଭୋଜନ ମିଲରେ ରୋଗୀଙ୍କୁ ମିଳିବ ଉତ୍ତମ ଖାଦ୍ୟ।

କ୍ୟାପିଟାଲ ହସ୍ପିଟାଲ ନାଁରେ ସାଙ୍ଘାତିକ ଅଭିଯୋଗ, ରୋଗୀଙ୍କୁ ମିଳୁନି ଗୁଣାତ୍ମକ ଖାଦ୍ୟ !

ପ୍ରାୟ 500ରୁ 700 ଆଇପିଡ଼ି ରୋଗୀ ରହୁଥିବା ବେଳେ ରୋଗ ଅନୁସାରେ ଖାଦ୍ୟର ଆବଶ୍ୟକତା ରହିଛି। ପୂର୍ବରୁ ଜଣଙ୍କ ରୋଗୀଙ୍କ ପାଇଁ ଖାଦ୍ୟର ଦର ଥିଲା 42 ଟଙ୍କା 50 ପଇସା। ହେଲେ ଏବେ ଏହାକୁ ବୃଦ୍ଧି କରାଯାଇ 75 ଟଙ୍କା, 85 ଟଙ୍କା ଓ 95 ଟଙ୍କା ରଖାଯାଇଛି। ସାଧାରଣ ଖାଦ୍ୟ ପାଇଁ 85 ଟଙ୍କା, ତରଳ ଶିଶୁ ଖାଦ୍ୟ ପାଇଁ 75 ଟଙ୍କା ଏବଂ ଟିବି ରୋଗୀଙ୍କ ପାଇଁ 95 ଟଙ୍କା ରଖାଯାଇଛି। ଯେହେତୁ ଏନେଇ ଟେଣ୍ଡର ପ୍ରକ୍ରିୟା କରାଯିବ । ତେଣୁ ପାଖାପାଖି ମାସେରୁ ଦେଢ଼ ମାସେ ଲାଗିବ। ତେବେ ଏସବୁ କିଭଳି କାର୍ଯ୍ୟକାରୀ ହେବ ଏବଂ ରୋଗୀମାନେ କିଭଳି ଉପକୃତ ହେବେ ସେ ପ୍ରତି ଧ୍ୟାନ ଦିଆଯିବ। ଏହାଛଡା ସମସ୍ତ ଖାଦ୍ୟ ପରିଷ୍କାର ପାରିଚ୍ଛନତାରେ କରାଯାଉଛି ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Mar 14, 2021, 9:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.