ETV Bharat / city

72 ବର୍ଷରେ ପ୍ରଥମ, କୋରୋନା ପାଇଁ ପାଳନ ହେଉନି ରାଜଧାନୀ ପ୍ରତିଷ୍ଠା ଦିବସ

author img

By

Published : Apr 13, 2020, 7:34 PM IST

ଭୁବନେଶ୍ବର ଆଜି ଓଡିଶାର ରାଜଧାନୀ ଭାବରେ 72 ବର୍ଷରେ ପାଦ ଦେଇଛି । ସାରା ଭାରତରେ ମହାମାରୀ କୋରୋନା ପାଇଁ ଲକଡାଉନ ଚାଲିଥିଲା ବେଳେ ଚଳିତବର୍ଷ କୌଣସି ସଭା କିମ୍ବା ଉତ୍ସବର ଆୟୋଜନ କରାଯାଇନାହିଁ ବୋଲି ରାଜଧାନୀ ପ୍ରତିଷ୍ଠା ଉତ୍ସବ କମିଟି ମଧ୍ୟ କହିଛି । ଅଧିକ ପଢନ୍ତୁ...

capital-foundation-day-not-celebrated-for-the-first-time
ପ୍ରଥମ ଥର ପାଇଁ ପାଳନ ହେଉନି ରାଜଧାନୀ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଆଜି ହେଉଛି ରାଜଧାନୀର ପ୍ରତିଷ୍ଠା ଦିବସ । ଭୁବନେଶ୍ବର ଆଜି ଓଡିଶାର ରାଜଧାନୀ ଭାବରେ 72 ବର୍ଷରେ ପାଦ ଦେଇଛି । ସାରା ଭାରତରେ ମହାମାରୀ କୋରୋନା ପାଇଁ ଲକଡାଉନ ଚାଲିଥିଲା ବେଳେ ଚଳିତବର୍ଷ କୌଣସି ସଭା କିମ୍ବା ଉତ୍ସବର ଆୟୋଜନ କରାଯାଇନାହିଁ ବୋଲି ରାଜଧାନୀ ପ୍ରତିଷ୍ଠା ଉତ୍ସବ କମିଟି ମଧ୍ୟ କହିଛି । ପ୍ରଥମ ଥର ପାଇଁ ପାଳନ ହେଉନି ରାଜଧାନୀ ପ୍ରତିଷ୍ଠା ଦିବସ ।

୧୯୪୮ ମସିହା ଏପ୍ରିଲ ମାସର ୧୩ ତାରିଖରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଭୁବନେଶ୍ବର ଓଡ଼ିଶାର ରାଜଧାନୀ ଭାବେ ଶୁଭ ଦେଇଥିଲେ । ସେହି ବର୍ଷ ଠାରୁ ଏହି ଦିନଟି ଓଡିଶା ପାଇଁ ଖାସ କରି ରାଜଧାନୀବାସୀଙ୍କ ପାଇଁ ଏକ ସ୍ବତନ୍ତ୍ର । ତେଣୁ ଏହି ଦିନକୁ ମନେ ପକାଇବା ସହ କିପରି ରାଜ୍ୟବାସୀଙ୍କର ସର୍ବାଙ୍ଗୀନ ଉନ୍ନତିକରଣ କରାଯାଇପାରିବ ସେ ବିଷୟରେ ତର୍ଜମା କରାଯାଏ । ଏହି ଅବସରରେ ରାଜଧାନୀର ଏହାକୁ ବେଶ ଉତ୍ସାହର ସହ ମଧ୍ୟ ପାଳନ କରିଥାନ୍ତି ।

ତେବେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଏଭଳି ଦୁଃସମୟ ଆସି ପହଁଚିଛି । ଯେଉଁଥିପାଇଁ ସରକାର ଏହି ଉତ୍ସବକୁ ପାଳନ କରିବାକୁ ବାରଣ କରିଛନ୍ତି । ଯାହାକୁ ରାଜଧାନୀ ପ୍ରତିଷ୍ଠା ଉତ୍ସବ କମିଟିର ସଭାପତି ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ସ୍ବାଗତ କରିଛନ୍ତି । ତେବେ ଏହି ସମୟରେ ରାଜଧାନୀର ଅନେକ ଲୋକ ଭୋକ ଉପାସରେ ଜୀବନ କାଟୁଛନ୍ତି । ଯେଉଁମାନେ ରାଜଧାନୀକୁ ସୁସଙ୍ଗଠିତ କରି ଗଢି ତୋଳିବାରେ ତାଙ୍କର ସାର୍ଥକ ଶ୍ରମ ପ୍ରଦାନ କରିଛନ୍ତି । କିନ୍ତୁ ଏହି କୋରୋନା ମହାମାରୀ ସମୟରେ ସେମାନଙ୍କ ପାଖରେ ମୁଠେ ଖାଇବା ପାଇଁ ନାହିଁ । ତେଣୁ ସରକାରଙ୍କ ସହ ସାଧାରଣ ନାଗରିକ ମାନେ ଏକତ୍ରିତ ହୋଇ ଏହି ସମୟକୁ ସମ୍ମୁଖୀନ ହେବା ସହ ଭବିଷ୍ୟତରେ ଏହାକୁ ଆହୁରି ସମୃଦ୍ଧ କରିବା ପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.