ETV Bharat / city

ଅନଫିଟ ଅଫିସର, ଟେନସନରେ କମିଶନର, ଅପରାଧ ଘେରରେ ଭୁବନେଶ୍ବର - ବେଫିକର ପୋଲିସ ଅଫିସର

ଅପରାଧର ଚକ୍ରବ୍ୟୁହରେ ଭୁବନେଶ୍ବର । ଘଟୁଛି ଘଟଣା କିନ୍ତୁ ମିଳୁପାରୁନାହିଁ ସୁରାକ । ତଦନ୍ତ ଆଳରେ ବେଫିକର ପୋଲିସ ଅଫିସର । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 23, 2019, 1:31 AM IST

Updated : Nov 23, 2019, 10:05 AM IST

ଭୁବନେଶ୍ବର: ଅପରାଧର ଚକ୍ରବ୍ୟୁହରେ ଭୁବନେଶ୍ବର । ଘଟୁଛି ଘଟଣା କିନ୍ତୁ ମିଳୁପାରୁନାହିଁ ସୁରାକ । ତଦନ୍ତ ଆଳରେ ବେଫିକର ପୋଲିସ ଅଫିସର। ରାଜଧାନୀରେ ବିଗତ ଦିନରେ ଅପରାଧର ଲମ୍ବା ତାଲିକା ବଢି଼ଥିଲେ ମଧ୍ୟ ପୋଲିସ ପାଉନି ସୁରାକ୍ । ଛୋଟ ଘଟଣାଠୁ ଆରମ୍ଭ କରି ବଡ଼ ବଡ଼ ହାଇପ୍ରୋଫାଇଲ ଘଟଣାରେ ପୋଲିସ ହାତରେ ନାହିଁ ସୁରାକ୍ । ତଦନ୍ତ ଆଳ ଦେଖାଇ ଖସିଯାଉଛନ୍ତି ଥାନା ବାବୁ । ଫଳରେ ଅପରାଧ ଓ ଅପରାଧୀଙ୍କ ତାଲିକା ଦେଖି ଚିନ୍ତାରେ ପୋଲିସ କମିଶନର । ରାଜଧାନୀ କେମିତି ହେବ ଅପରାଧ ମୁକ୍ତ ତାହା ଏବେ ଟେନସନ। ତେବେ ଆସନ୍ତୁ ନଜର ପକାଇବା ଥାନା ଅଞ୍ଚଳର ଅପରାଧ ଓ ଥାନା ବାବୁଙ୍କ ଅପାରଗତାର ଉଦାହରଣ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଏୟାରଫିଲ୍ଡ ଥାନା

ଅକ୍ଟୋବର 27 ତାରିଖ ଦୀପାବଳିରେ ଅମରେଶ ନାୟକ ହତ୍ୟାକାଣ୍ଡକୁ 15 ଦିନରୁ ଅଧିକ ସମୟ ବିତିଲାଣି । ଘଟଣାରେ ରାଜନୈତିକ ଲୋକଙ୍କ ସମେତ 10ରୁ ଅଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା । କିନ୍ତୁ ଏଯାଏଁ 6 ଜଣ ଅଭିଯୁକ୍ତ ଧରାପଡିଥିବା ବେଳେ ଫେରାର ଅଛନ୍ତି ଅନ୍ୟ ଅପରାଧୀ ।

ଖଣ୍ଡଗିରି ଥାନା
ସରକନ୍ତରା ନିଶା ବେପାରକୁ ନେଇ ଗୁଳିମାଡ ଘଟଣା । ଘଟଣାକୁ 15ଦିନ ବିତିବାକୁ ବସିଲାଣି ତଥାପି ପୋଲିସ ହାତ ଖାଲି । ଗନ ପଏଣ୍ଟରେ ଜେଲରୁ ଫେରିଥିବା ଅପରାଧୀ ଏଭଳି କାଣ୍ଡ ଘଟାଇଥିଲେ କିନ୍ତୁ ପୋଲିସ ପାଉନି ଟେର୍ ।

ସେହିପରି ବରମୁଣ୍ଡା ବ୍ରିଜ କଡରୁ କଟାଗୋଡ ମିଳିବା ଘଟଣାରେ ଅଫିସର ଚୁପ୍ । ଗୋଡ କାହାର ଓ ମୃତଦେହ କୁଆଡେ ଗଲା ତାହାର ସୁରାକ୍ ପାଉନି ପୋଲିସ । ଓଲଟା ପୋତାଯାଇଥିବା ମୃତଦେହର ଗୋଡକୁ କୁକୁର ଟାଣି ଆଣିଥାଏ ପାରେ ବୋଲି ଥାନାବାବୁ କହୁଛନ୍ତି ।

ଖାରବେଳନଗର ଥାନା

ଖାରବେଳ ନଗର ଥାନା ଏମଏଲଏ କଲୋନୀରେ ଜଳିଗଲା କାର ଓ ବାଇକ । ଦୁର୍ବୃତ୍ତ ଆସି ହାଇ ସିକ୍ୟୁରିଟି ଜୋନରେ ପଶି ଏମଏଲଏଙ୍କ ଘରେ ନିଆଁ ଲଗାଇ ଫେରାର । ହେଲେ ପୋଲିସକୁ କୌଣସି ପତ୍ତା ମିଳିଲାନି।

ମଞ୍ଚେଶ୍ବର ଥାନା

ଗତ 16 ତାରିଖରେ ପଳାଶୁଣି ସତ୍ୟ ବିହାରରେ ଘରେ ଏକାକି ଥିବା ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ ସହ ଟଣାଓଟରା କରିଥିଲେ ଦୁର୍ବୃତ୍ତ । ଏନେଇ ମହିଳାଙ୍କ ରିପୋର୍ଟକୁ ନେଇ ଧାରା 354/323/341/506/34ରେ ମାମଲା ରୁଜୁ ହୋଇଥିଲା । ହେଲେ ପୋଲିସ ବାବୁଙ୍କ ଦୂର ସମ୍ପର୍କୀୟ ଯୋଗୁଁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପଛଘୁଞ୍ଚା ଦେଲା ମଞ୍ଚେଶ୍ବର ଥାନା ପୋଲିସ । ଏନେଇ ପାଲଟା କାଉଣ୍ଟର କେସ ଆଳ ଦେଖାଇ ଗଡାଇ ଚାଲିଛନ୍ତି ମାମଲା ।

ନୟାପଲ୍ଲୀ ଥାନା

ଗତ ଅକ୍ଟୋବର 23 ତାରିଖରେ ନୟାପଲ୍ଲୀ ବେହେରା ସାହିରୁ ନିଖୋଜ ହୋଇଥିଲେ ପଟ୍ଟାମୁଣ୍ଡାଇର ସୁବୋଧ ବାରିକ । ଘଟଣାକୁ ନେଇ ପୋଲିସ ନିଖୋଜ ରିପୋର୍ଟ କରି ଫାଇଲ ଭିତରେ ରଖିଦେଲା । ନା ଖୋଜିଲା ନା ଏଥିପ୍ରତି ଦୃଷ୍ଟି ଦେଲା। ଶେଷରେ ବାଣୀବିହାରର ପରିଜା ଲାଇବ୍ରେରୀ ଉପରୁ ଜଣେ ଯୁବକ ଉଦ୍ଧାର ହେବା ପରେ ଜଣାପଡିଲା ସେ ହେଉଛନ୍ତି ସୁବୋଧ । ଅର୍ଥାତ୍ ଭୁବନେଶ୍ବରରେ ଥାଇବି ଖୋଜି କିମ୍ବା ଧରି ନପାରିବା ଅଫିସରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଛିଡା କରିଛି ।

ନନ୍ଦନକାନନ ଥାନା

ନନ୍ଦନକାନନ ହାଇ-ସିକ୍ୟୁରିଟି ଜୋନରୁ ଏଟିଏମ ତାଡିଲେ ଦୁର୍ବୃତ୍ତ । ସୌଭାଗ୍ୟବଶତଃ କ୍ୟାସ ନେବାରେ ବିଫଳ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ଏଟିଏମ ମେସିନ ତାଡି ଖିନଭିନ କଲେ । ହେଲେ ଘଟଣାର କୌଣସି ସୁରାକ ପାଇଲାନି ପୋଲିସ ।

ଧଉଳି ଥାନା

ଲେଡି ଆଡଭୋକେଟଙ୍କ ଆତ୍ମହତ୍ୟାକୁ ପୂରିଲାଣି ମାସେ । ହେଲେ ଏଯାଏଁ ପୁରୁଷ ବନ୍ଧୁ ବିକ୍ରମର ପତ୍ତା ପାଇଲାନି ପୋଲିସ । ତଦନ୍ତ ଆଳରେ ବିକ୍ରମର ବେତାଳ ସାଜି ପୋଲିସର ତଦନ୍ତକୁ ହାଲୁକା ଭାବେ ନେଇ ଏଯାଏ ନେଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ ।

ଚନ୍ଦ୍ରଶେଖରପୁର ଜଣେ କମ୍ପିଟେଟିଭ ପରୀକ୍ଷା ପ୍ରସ୍ତୁତ ହେଉଥିବା ଛାତ୍ରଙ୍କ ଲ୍ୟାପଟପ ବ୍ୟାଗ ସହ ମୋବାଇଲ ଓ ଟଙ୍କା ନେଇ ଘରୁ ଚମ୍ପଟ ମାରିଲା ଅଭିଯୁକ୍ତ। ସିସିଟିଭି ଫୁଟେଜ ସହ ଅଭିଯୁକ୍ତ ଯୋଗାଯୋଗ କରିଥିବା ନମ୍ବର ପୋଲିସକୁ ମିଳିଥିଲେ ମଧ୍ୟ ସ୍ମାର୍ଟ ଚୋରକୁ ଧରିପାରୁନି ପୋଲିସ । ହେଲେ କୁକୁର ଛୁଆ କିଲରକୁ ଗିରଫ କରି ବାଃ ବାଃ ନେଉଛନ୍ତି ଅଫିସର।

ସହିଦନଗର ଥାନା

ଗଣ୍ଡା ଗଣ୍ଡା ଅନଲାଇନ ଠକେଇ ରିପୋର୍ଟ ହୋଇଛି । ତଦନ୍ତକାରୀ ଅଫିସରଙ୍କ ତଦନ୍ତର ପ୍ରକ୍ରିୟା ନେଇ ପ୍ରଶ୍ନ ଉଠିଲାଣି । ଗୋଟିଏ ମାସ ମଧ୍ୟରେ ଏକାଧିକ ଅନଲାଇନ ଠକେଇ ଅଭିଯୋଗ ହୋଇଥିଲେ ମଧ୍ୟ ଠକଙ୍କ ସୁରାକ ତ ଦୂରର କଥା ତଦନ୍ତ କିପରି କରିବେ ସେନେଇ କିଛି ବାଟ ପାଉନାହାଁନ୍ତି ଅଫିସର।

ଲକ୍ଷ୍ମୀସାଗର ଥାନା

ଗତ ୧୮ ତାରିଖରେ ପୁରୁଣା ଷ୍ଟେସନ 6ନମ୍ବର ପ୍ଲାଟଫର୍ମ ସାମ୍ନାରେ ବୃଦ୍ଧଙ୍କୁ ଉଲଗ୍ନ ଓ ନିର୍ମମ ହତ୍ୟାର କୌଣସି ତଥ୍ୟ ପାଉନାହାଁନ୍ତି ଅଫିସର। ଘଟଣାକୁ ତିନି ଦିନ ବିତିଥିଲେ ବି ସିସିଟିଭି ପାଖରେ ପହଞ୍ଚିନାହାଁନ୍ତି ଆୱାର୍ଡ ୱିନିଂ ଅଫିସର।

ବଡଗଡ ଥାନା

ଥାନା ଅଞ୍ଚଳରେ ଥାନାବାବୁଙ୍କ ଟେନସନ ନାହିଁ । କୋର୍ଟ ଡ୍ୟୁଟି ସମ୍ଭାଳି ଦେଲେ ସବୁ ସରିଲା ପରି ଭାବୁଛନ୍ତି। ହେଲେ କଳ୍ପନା ତେଲ ଟାଙ୍କିରେ ଆକ୍ରମଣ ଘଟଣା ନେଇ କିପରି ଡିଲ କରୁଛନ୍ତି ତାହା ସାମ୍ନାକୁ ଆସିଛି । ଅଭିଯୁକ୍ତ ଖୁଲମଖୁଲା ତେଲଟାଙ୍କି କର୍ମଚାରୀଙ୍କୁ ଧମକ ଦେଉଛନ୍ତି । ସେପଟେ ଥାନାବାବୁ ତେଲ ଟାଙ୍କି କର୍ମଚାରୀଙ୍କୁ ଅଲଗା ବାଟ ଦେଖାଇବା ଏବେ ଥାନା ବାବୁଙ୍କୁ ଅଡୁଆରେ ପକାଇଛି । ଯାହାକୁ ନେଇ ଡିସିପିଙ୍କ ନିକଟରେ ମଧ୍ୟ ଥାନାବାବୁଙ୍କ ବିରୋଧରେ ଅଭିଯୋଗ ପହଞ୍ଚିଛି।

ସେହିପରି ବାଲିଅନ୍ତା, ବାଲିପାଟଣା, ଚନ୍ଦକା, ତମାଣ୍ଡୋ,କ୍ୟାପିଟାଲ ଥାନା, ଲିଙ୍ଗରାଜ ଥାନା ଅଞ୍ଚଳରେ ଚୋରି ଡକାୟତି ବଢୁଥିଲେ ବି କାନ ମୁଣ୍ଡ ଆଉଁସି ଚୁପ ରହୁଛନ୍ତି ଅଭିଯୋଗକାରୀ । ଯାହା କ୍ରାଇମ ମିଟିଂରେ ପୋଲିସ କମିଶନରଙ୍କ ଚିନ୍ତା ବଢାଇ ଦେଇଛି । ତଦନ୍ତକୁ ତ୍ବରାନିତ କରି ଅପରାଧୀଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଥାନା ବାବୁଙ୍କ ଅପାରଗତା କମିଶନରେଟ ପୋଲିସକୁ ଚିନ୍ତାରେ ପକାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

ଅପରାଧର ଚକ୍ରବ୍ୟୁହରେ ଭୁବନେଶ୍ବର । ଘଟୁଛି ଘଟଣା କିନ୍ତୁ ମିଳୁପାରୁନାହିଁ ସୁରାକ । ତଦନ୍ତ ଆଳରେ ବେଫିକର ପୋଲିସ ଅଫିସର । ଅଧିକ ଖବର ପଢନ୍ତୁ...

Conclusion:
Last Updated : Nov 23, 2019, 10:05 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.