ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପାଇଁ ନାମାଙ୍କନ ପତ୍ର ଦାଖଲ । ସବୁ ଦଳର ପ୍ରାର୍ଥୀଙ୍କ ନିଜ ସମର୍ଥକଙ୍କ ଶୋଭାଯାତ୍ରାର କରିଛନ୍ତି । ବାଜା ବାଜିଲା ବାଣ ଫୁଟିଲା, ଶଙ୍ଖ ଧ୍ବନିରେ ରାସ୍ତା କମ୍ପିଲା । ବିରାଟ ପଟୁଆରା ଶୋଭାଯାତ୍ରାରେ ଆସିଲେ ବିଜେଡି ପ୍ରାର୍ଥୀ । ନିଜ ନିଜ ଓ୍ବାର୍ଡର ଦଳୀୟ ସମର୍ଥକଙ୍କ ସହ ଓପନ ଜିପ୍ ଓ ବାଇକ ରାଲିରେ ପହଞ୍ଚିଥିଲେ ଏଡିଏମ ଅଫିସରେ । ପୌର ନିର୍ବାଚନ ଲାଗି ଦାଖଲ କରିଲେ ନାମାଙ୍କନ ପତ୍ର । ହେଲେ ରାଲିରେ ନବୀନ ଓ ବିଜେଡି ପତାକା ସହ ବେକରେ ଶଙ୍ଖ ଚିହ୍ନର ଉତରୀୟ ଥିଲେ ବି ହାତରେ ନଥିଲା ବିଜେଡିର ଦଳୀୟ ଟିକେଟ । ବିନା ଟିକେଟରେ ସ୍ବାଧିନ ଭାବେ ନାମାଙ୍କନ ପତ୍ର ଭରିଛନ୍ତି ଅନେକ ବିଜେଡି ହେବିଓ୍ବେଟ କର୍ପୋରେଟର ପ୍ରାର୍ଥୀ ।
ଭୁବନେଶ୍ବରର ବିଭିନ୍ନ ଓ୍ବାର୍ଡରୁ ବିଜେଡି ସମର୍ଥିତ ପ୍ରାର୍ଥିୀ ଦାଖଲ କରିଛନ୍ତି ଏପରି ଢଙ୍ଗରେ ନାମାଙ୍କନ ପତ୍ର । ସ୍ଥାନୀୟ ବିଧାୟକଙ୍କ ଅନୁମତି କ୍ରମେ ଅଧାରୁ ଅଧିକ ଓ୍ବାର୍ଡରେ ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ । ମହିଳା ଓ ପୁରୁଷ ପାର୍ଥୀ ସମର୍ଥକଙ୍କ ଗହଣରେ ଦାଖଲ କରିଛନ୍ତି ନାମାଙ୍କନ ପତ୍ର । ହେଲେ ବିଜେଡିର ଟିକେଟ ଲିଷ୍ଟ ବାହାରି ନଥିବାରୁ ବିନା ଟିକେଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅନେକ ହେବିଓ୍ବେଟ । ପ୍ରାର୍ଥି କହିଛନ୍ତି ବିଧାୟକଙ୍କ ଅନୁମତିରେ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର । ଅମରେଶ ଜେନା, ଲିଟୁ ମହାସୁପକାର, ମହାମାୟା ସ୍ବାଇଁ ଭଳି ଅନେକ ବିଜେଡି ହେବିଓ୍ବେଟ ଏପରି ଢଙ୍ଗରେ କର୍ପୋରେଟର ପ୍ରାର୍ଥୀ ପାଇଁ ବିନା ଦଳୀୟ ଟିକେଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ଏନେଇ ପୂର୍ବତନ ମେୟର କହିଛନ୍ତି କି, ଦଳ ନିଷ୍ପତ୍ତି ନେଇଛି ନବୀନଙ୍କ ଭାବମୂର୍ତ୍ତିରେ ବିଜେଡି ବିପୁଳ ମାତ୍ରାରେ ବିଜୟ ଲାଭ କରିବ ।
ସେପଟେ ଏହି ରେସରୁ ବାଦ ପଡିନାହାନ୍ତି କଂଗ୍ରେସ ଓ ବିଜେପି । ଶୋଭାଯାତ୍ରା ସହ ସମର୍ଥକଙ୍କ ଗହଣରେ ପଞ୍ଚିଥିଲେ କର୍ପୋରେଟର ଓ ମେୟର ପ୍ରାର୍ଥୀ । ନାମାଙ୍କନ ଦାଖଲ ସହ ଦଳୀୟ ରଣନୀତିରେ ନିର୍ବାଚନ ବୈତରଣୀ ପାର ହେବାକୁ ଅଣ୍ଟା ଭିଡିଛନ୍ତି ଉଭୟ ଦଳ । ବୟସ୍କଠୁ ଆରମ୍ଭ କରି ଯୁବ ପ୍ରାର୍ଥୀ ଓ ନୂଆ ମୁହଁଙ୍କୁ ଟିକେଟ ଦେଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ସେପଟେ କଂଗ୍ରେସର ମେୟର ପ୍ରାର୍ଥୀଙ୍କ ପାଇଁ ରାଲିରେ ସାମିଲ ହୋଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ କର୍ମୀଙ୍କୁ ଉତ୍ସାହିତ ସହ ବିଜେପି କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ପାଖରେ ଠିଆ ହୋଇ ନାମାଙ୍କ ପତ୍ର ଦାଖଲ ପର୍ବରେ ସାମିଲ ହୋଇଥିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ ।
ସେପଟେ ବିଜେପି ଓ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ବି ଭରିଛନ୍ତି ନାମାଙ୍କନ ପତ୍ର । ନିଜ ନିଜର ସମର୍ଥକଙ୍କ ସହ ବିଭିନ୍ନ ଓ୍ବାର୍ଡ଼ ପାଇଁ ଭରିଛନ୍ତି ନାମାଙ୍କନ ପତ୍ର । ସ୍ବାଧିନ ପ୍ରାର୍ଥୀ ଭାବେ ଅନେକ ପ୍ରାର୍ଥୀ ଭରିଛନ୍ତି ନାମାଙ୍କନ ପତ୍ର ।
ଭୁବନେଶ୍ବରର ତାପସ ପରିଡା, ଇଟିଭି ଭାରତ