ETV Bharat / city

କର୍କଟ କେନ୍ଦ୍ର ଓ ଜନସ୍ବାସ୍ଥ୍ୟ ପରୀକ୍ଷାଗାରକୁ ପ୍ରଶାସନିକ ମଞ୍ଜୁରି, ଖର୍ଚ୍ଚ ହେବ ୭୦ କୋଟି - ରାଜଧାନୀ ଚିକିତ୍ସାଳୟରେ ମିଳିବ ଅତ୍ୟାଧୁନିକ ରୋଗୀ ସେବା

ମାରାତ୍ମକ କର୍କଟ ରୋଗ ବିରୋଧରେ ଏଣିକି ରାଜଧାନୀ ଚିକିତ୍ସାଳୟରେ ମିଳିବ ଅତ୍ୟାଧୁନିକ ସେବା । ଏ ନେଇ ପ୍ରଶାସନିକ ମଞ୍ଜୁରି ମିଳିଥିବା ବେଳେ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

କର୍କଟ କେନ୍ଦ୍ର ଓ ଜନସ୍ବାସ୍ଥ୍ୟ ପରୀକ୍ଷାଗାରକୁ ପ୍ରଶାସନିକ ମଞ୍ଜୁରି, ଖର୍ଚ୍ଚ ହେବ ୭୦ କୋଟି

author img

By

Published : Apr 24, 2022, 3:23 PM IST

ଭୁବନେଶ୍ବର: ରାଜଧାନୀ ଚିକିତ୍ସାଳୟରେ(Capital Hospital) ମିଳିବ ଅତ୍ୟାଧୁନିକ ରୋଗୀ ସେବା । ଏଣିକି ଉପକୃତ ହେବେ କର୍କଟ ରୋଗୀ । କର୍କଟ ଆକ୍ରାନ୍ତଙ୍କୁ ଅନ୍ୟତ୍ର କିମ୍ବା ଘରୋଇ ଚିକିତ୍ସାଳୟକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ରୋଗ ଚିହ୍ନଟରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ସେବା ଉପଲବ୍ଧ ହେବ । ଏ ନେଇ ସ୍ବୟଂ ସମ୍ପୂର୍ଣ୍ଣ କର୍କଟ କେନ୍ଦ୍ର(Cancer center) ଓ ରାଜ୍ୟ ଜନସ୍ବାସ୍ଥ୍ୟ ପରୀକ୍ଷାଗାରକୁ ପ୍ରଶାସନିକ ଅନୁମୋଦନ ଓ ମଞ୍ଜୁରୀ ମିଳିଛି । ଉଭୟ ପ୍ରକଳ୍ପ ପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି ।

କର୍କଟ କେନ୍ଦ୍ର ଓ ଜନସ୍ବାସ୍ଥ୍ୟ ପରୀକ୍ଷାଗାରକୁ ପ୍ରଶାସନିକ ମଞ୍ଜୁରି, ଖର୍ଚ୍ଚ ହେବ ୭୦ କୋଟି

ଏଠାରେ ସ୍ବୟଂସମ୍ପୂର୍ଣ୍ଣ କର୍କଟ କେନ୍ଦ୍ର ଓ ରାଜ୍ୟ ଜନସ୍ବାସ୍ଥ୍ୟ ପରୀକ୍ଷାଗାରକୁ ସବୁଜ ସଂକେତ ମିଳିଛି । ସ୍ଥାନ ଚିହ୍ନଟ ହୋଇଥିବାବେଳେ ଉଭୟ ପ୍ରକଳ୍ପ ପାଇଁ ଯଥାକ୍ରମେ ୪୯ କୋଟି ୩୪ ଲକ୍ଷ ଏବଂ ୨୦ କୋଟି ୩୫ ଲକ୍ଷ ବ୍ୟୟବରାଦ ହୋଇଛି । ଗତ ୩ ବର୍ଷ ହେବ ସ୍ବୟଂ ସମ୍ପୂର୍ଣ୍ଣ କର୍କଟ କେନ୍ଦ୍ର ନେଇ ଆଲୋଚନା ହେଉଥିବାବେଳେ, ବିଧିବଦ୍ଧ ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଥିରେ ମୋହର ମାରିଛି । ତେବେ ପୂର୍ବରୁ ବୈଷୟିକ ଟିମ ଚିକିତ୍ସାଳୟ ପରିଦର୍ଶନ କରି ୧୦ ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ କରିଥିଲେ ।

କର୍କଟ କେନ୍ଦ୍ର ଓ ଜନସ୍ବାସ୍ଥ୍ୟ ପରୀକ୍ଷାଗାରକୁ ପ୍ରଶାସନିକ ମଞ୍ଜୁ

ଭୂତଳ କୋଠାକୁ ମିଶାଇ ମୋଟ ୭ ମହଲା କରାଯିବା ନେଇ ରୂପରେଖ ଚୂଡାନ୍ତ ହୋଇଥିଲେ ମଧ୍ୟ ସେହି ଆଧାରରେ ଭିତ୍ତିପ୍ରସ୍ତର କରାଯାଇ ୪ ମହଲା କୋଠା କରାଯିବ । ବେସ୍‌ମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର ସହିତ ପ୍ରଥମ ଓ ଦ୍ବିତୀୟ ମହଲାକୁ ମିଶାଇ ମୋଟ ୪ ମହଲା ନେଇ ପ୍ରଶାସନିକ ମଞ୍ଜୁରୀ ମିଳିଛି । ବେସ୍‌ମେଣ୍ଟରେ ରେଡିଓଥେରାପି ସାଙ୍ଗକୁ ଗ୍ରାଉଣ୍ଡ ଫ୍ଲୋରରେ ବହିର୍ବିଭାଗ, ପ୍ରଥମ ମହଲାରେ ପେଟ ସିଟି ସ୍କାନ ସାଙ୍ଗକୁ ୫୦ ଶଯ୍ୟାର ୱାର୍ଡ ରହିବ । ଦ୍ବିତୀୟ ମହଲାରେ କୋମା, ପାଲିଏଟିଭ୍‌ କେୟାର ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରହିବ ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ଚିକିତ୍ସାଳୟ ପରିସରରେ ରାଜ୍ୟ ଜନସ୍ବାସ୍ଥ୍ୟ ପରୀକ୍ଷାଗାର ନିର୍ମାଣ କରାଯିବ । ଏନେଇ ସ୍ଥାନ ଚିହ୍ନଟ ସରିଥିବା‌ବେଳେ ବିଭାଗ ପକ୍ଷରୁ ୨୦ କୋଟି ୩୫ ଲକ୍ଷ ବ୍ୟୟବରାଦ କରାଯାଇଛି । ଏହି ପରୀକ୍ଷାଗାର ୪ ମହଲା ବିଶିଷ୍ଟ ହେବା ସହିତ ରାଜଧାନୀ ଚିକିତ୍ସାଳୟ ସମେତ ରାଜ୍ୟର ବିଭିନ୍ନ ଜିଲା ମୁଖ୍ୟ ଚିକିତ୍ସାଳୟରୁ ନମୁନା ଏଠାରେ ପରୀକ୍ଷା କରାଯିବ । ଏହି ଦୁଇ ପ୍ରକଳ୍ପ ଖୁବଶୀଘ୍ର ଆରମ୍ଭ ହେବ ଏବଂ ନିର୍ଦ୍ଧାରିତ ସମୟରେ ଶେଷ କରିବାର ଲକ୍ଷ ରଖାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.