ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ । ଉପନିର୍ବାଚନରେ କିଏ ମାରିବ ବାଜି । କାହାକୁ ଭରସା କରିବେ ଭୋଟର । ତାକୁ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା ।
ନିର୍ବାଚନ ପ୍ରଚାରକୁ ଜୋରଦାର କରି ଧାମନଗରର ପ୍ରତିଘରେ ପହଞ୍ଚିଛି ବିଜେଡି । ବିକାଶ ସାଙ୍ଗରେ ଯିଏ ଯୋଡି ହୋଇପାରିବ ସେ ହେଉଛି ବିଜେଡି । ତେଣୁ ବିଜେଡିକୁ ଭୋଟ ଦେବାକୁ ଦଳ ଅନୁରୋଧ କରୁଥିବା ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି । ସେପଟେ ବିଜେପିର ଦାବି ଧାମନଗରରେ ବିଜେପି ଭଲ ସ୍ଥିତି ରହିଛି । ବିଜୁ ଜନତା ଦଳର ଅନ୍ତଃକନ୍ଦଳ ବିଜେପି ପାଇଁ ସହାୟକ ହେବ । ବିଷ୍ଣୁ ସେଠୀଙ୍କ ପ୍ରତି ଧାମନଗରବାସୀଙ୍କ ସଦିଚ୍ଛା, ସମ୍ମାନ ପରିସ୍ଫୁଟିତ ହେଉଛି । ଆମେ ନିଶ୍ଚୟ ବିଜୟ ଲାଭ କରିବୁ ।
ସେହିପରି ସ୍ଵାଧୀନ ପ୍ରାର୍ଥୀ ରାଜୁ ଦାସ ମଧ୍ୟ ପ୍ରଚାର ଜୋରଦାର କରିଛନ୍ତି ଧାମନଗରରେ । ସ୍ବାଧୀନ ପ୍ରାର୍ଥୀ ଭାବେ ପାଇଥିବା ଚିହ୍ନ ଧରି କରୁଛନ୍ତି ପ୍ରଚାର ରାଜୁ । ସାଙ୍ଗରେ ଅଛନ୍ତି ସମର୍ଥକ ଏବଂ ଚାଷୀ ମୂଲିଆ ।
ଇଟିଭି ଭାରତ, ଭୁବନେଶ୍ବର