ଭୁବନେଶ୍ବର: ଲୋକସେବା ଭବନରେ ଶେଷ ହେଲା କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସମସ୍ତ ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ ।
ସାରା ବିଶ୍ବର ଚିନ୍ତା ବଢାଇଥିବା ମହାମାରୀ କୋରୋନା ବିଷୟରେ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ବିଭିନ୍ନ ବିଭାଗ ଏନେଇ କଣ କଣ ପଦକ୍ଷେପ ନେଇଛନ୍ତି ସେନେଇ ଆଲୋଚନା ହୋଇଥିବାବେଳେ ସରକାରଙ୍କ ଆଗାମୀ ପଦକ୍ଷେପ ବିଷୟରେ ବୈଠକରେ ଆଲୋଚନା ହୋଇଛି । ସୂଚନା ଅନୁସାରେ, ବିଧାନସଭା ଏପ୍ରିଲ 9 ପର୍ଯ୍ୟନ୍ତ ଚାଲିବାକୁ ଯୋଜନା ଥିବାବେଳେ, କୋରୋନା ପାଇଁ ପୂର୍ବରୁ ବିଧାନସଭା ବନ୍ଦ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।
ଏନେଇ ଗୃହରେ ଘୋଷଣା ହେବ । ଏହାସହ କୋରୋନା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ତଥା ମାସ୍କ , ପେପର ସପ୍, ସାନିଟାଇଜେସନ ସାମଗ୍ରୀ, ସରକାର ମହଜୁଦ ରଖିବା ନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ସମସ୍ତ ସ୍କୁଲ କଲେଜ ବନ୍ଦ କରିବା ଉପରେ ଆଲୋଚନା ହୋଇଥିବା ମଧ୍ୟ ଖବର ମିଳିଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ