ETV Bharat / city

ସ୍କୁଲରେ ମିଳିବ ପୋଷକ, ଖାଦ୍ୟ: କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ କୃତଜ୍ଞତା - PM nutrition scheme for student

ପିଏମ୍ ପୋଷଣ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ୧.୩୧ ଲକ୍ଷ କୋଟି ବ୍ୟୟରେ ପିଏମ୍ ପୋଷଣ ଯୋଜନାରେ ୧୧.୨୦ ଲକ୍ଷ ସ୍କୁଲର ୧୧.୮୦ କୋଟି ଛାତ୍ରଛାତ୍ରୀ ଉପକୃତ ହେବେ । ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ କୃତଜ୍ଞତା । ଅଧିକ ପଢନ୍ତୁ...

ସ୍କୁଲରେ ମିଳିବ ପୋଷକ ଖାଦ୍ୟ: କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ କୃତଜ୍ଞତା

author img

By

Published : Sep 30, 2021, 6:36 AM IST

ଭୁବନେଶ୍ବର: ପୋଷଣର ବିକାଶ, ଶିକ୍ଷା ତଥା ପାଠପଢ଼ାକୁ ପ୍ରୋତ୍ସାହନ, ବିଦ୍ୟାଳୟରେ ନାମଲେଖା ବୃଦ୍ଧି, ପିଲାଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୫ ବର୍ଷ ପାଇଁ ୧,୩୧, ୦୦୦ କୋଟି ଟଙ୍କା ବ୍ୟୟବରାଦରେ ପିଏମ ପୋଷଣ ଶକ୍ତି ନିର୍ମାଣ ଯୋଜନା (ପିଏମ ପୋଷଣ)କୁ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ପୋଷଣଯୁକ୍ତ ଖାଦ୍ୟକୁ ପ୍ରାଥମିକତା ଦେଉଥିବା ବେଳେ କ୍ୟାବିନେଟ ମଞ୍ଜୁରୀପ୍ରାପ୍ତ ଏହି ଯୋଜନା ଆଗାମୀ ଦିନରେ ଜନକଲ୍ୟାଣ ଯୋଜନାରେ ପରିଣତ ହେବ । ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିରୋ ହଙ୍ଗର ସହ ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।

ସ୍କୁଲରେ ମିଳିବ ପୋଷକ ଖାଦ୍ୟ: କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ କୃତଜ୍ଞତା

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପୋଷଣ ପାଇଁ ଭାରତ ସରକାର ଖାଦ୍ୟାନ୍ନର ମୂଲ୍ୟ ସହ ୯୯,୦୬୧,୭୩ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ । ଭୋଜନ, ସୋସିଆଲ ଅଡ଼ିଟ, ବିଦ୍ୟାଳୟରେ ପୃଷ୍ଟିକର ଉଦ୍ୟାନ ଭଳି ଅନେକ ପଦକ୍ଷେପ ଏହି ଯୋଜନାର ସଠିକ୍ କାର୍ଯ୍ୟକାରିତାରେ ସହାୟକ ହେବ ଓ ପାଠପଢ଼ା ଏବଂ ପୋଷଣକୁ ମଧ୍ୟ ଗତି ଦେବ । ପିଏମ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନରେ ବାଲବାଟିକା ଶିଶୁଙ୍କ ସହ ଦେଶର ସରକାରୀ ଏବଂ ସରକାର ଅନୁଦାନ ପ୍ରାପ୍ତ ସ୍କୁଲ ଗୁଡ଼ିକ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ଦେଶର ୧୧.୨୦ ଲକ୍ଷ ସ୍କୁଲରେ ପାଠ ପଢୁଥିବା ୧୧.୮୦ କୋଟି ଛାତ୍ରଛାତ୍ରୀ ଏହା ଦ୍ଵାରା ଉପକୃତ ହେବେ । ଏହି ଯୋଜନାରେ ଡିବିଟି ମାଧ୍ୟମରେ ସ୍କୁଲକୁ ସିଧାସଳଖ ଟଙ୍କା ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ଭୋକାଲ ଫର୍ ଲୋକାଲକୁ ସହଯୋଗ ଓ ଆତ୍ମନିର୍ଭର ଭାରତ ଅଭିଯାନର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପୋଷଣ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ଏଫପିଓ ଏବଂ ମହିଳା ଏସଏଚଜିଙ୍କୁ ଯୋଡ଼ିବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.