ETV Bharat / city

ଉପନିର୍ବାଚନ: 23ରୁ ପ୍ରଚାର କରିବେ ଧର୍ମେନ୍ଦ୍ର

author img

By

Published : Oct 20, 2020, 1:44 PM IST

ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର 23 ତାରିଖରୁ ପ୍ରଚାର କରିବେ । ଅଧିକ ପଢନ୍ତୁ...

ଉପନିର୍ବାଚନ: 23ରୁ ପ୍ରଚାର କରିବେ ଧର୍ମେନ୍ଦ୍ର
ଉପନିର୍ବାଚନ: 23ରୁ ପ୍ରଚାର କରିବେ ଧର୍ମେନ୍ଦ୍ର

ଭୁବନେଶ୍ବର: ରାଜ୍ୟରେ ଦୁଇଟି ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରଚାର । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତ କରି ଲୋକଙ୍କ ପାଖକୁ ଗଲେଣି ନେତା । ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନ ମୈଦାନରେ ନିଜର ଗୋଟି ଚଳାଇବା ଆରମ୍ଭ କଲେଣି ।

ଏବେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ମୈଦାନକୁ ଆସି ପ୍ରଚାର କରିବେ ବୋଲି ଜଣାପଡିଛି । ବିଜେପି ପକ୍ଷରୁ 23 ତାରିଖରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ହେଭିୱେଟ୍‌ । ଦଳୀୟ ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ ।

ସେ ତିର୍ତ୍ତୋଲରେ 23 ଓ ବାଲେଶ୍ବରରେ 24 ତାରିଖରେ ନିର୍ବାଚନୀ ସଭା କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ଏହି ଦୁଇ ଦିନ କେନ୍ଦ୍ରମନ୍ତ୍ରୀ ସଭା ଓ ରୋଡ ଶୋ ପରି କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ପର୍ଯ୍ୟାୟକ୍ରମେ ଅନ୍ୟ ତାରକା ପ୍ରଚାରକ ମୈଦାନକୁ ଓହ୍ଲାଇବେ। ତେବେ ପ୍ରାୟତଃ ରାଜ୍ୟ ସରକାରଙ୍କ ପ୍ରତି ଏବେ ନରମ ଆଭିମୁଖ୍ୟ ରଖୁଥିବା କେନ୍ଦ୍ରମନ୍ତ୍ରୀ ପ୍ରଚାର ସମୟରେ କିପରି ଆଭିମୁଖ୍ୟ ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସୂଚନାଥାଉକି, କଂଗ୍ରେସ ପାଇଁ ରାଜ୍ୟ ପ୍ରଭାରୀ ଏ ଚେଲ୍ଲାକୁମାର 22 ତାରିଖରେ ବାଲେଶ୍ବର ଓ 23 ତାରିଖରେ ତିର୍ତ୍ତୋଲରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.