ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ । 8 ମହଲାରୁ ଡେଇଁ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ପୀୟୂଷ ମିଶ୍ର ବୋଲି ଡଣାପଡିଛି । ସୂଚନାରୁ ଅନୁସାରେ, ସୋମବାର ସାଢେ 10 ଟାରେ ପୀୟୂଷ ୟୁନିଟ 3 ଖାରବେଳ ନଗର ଅଞ୍ଚଳରେ ଥିବା ଚନ୍ଦ୍ରମା ଆପର୍ଟମେଣ୍ଟରୁ ଡେଇଁ ଆତ୍ମହ୍ୟା କରିଛନ୍ତି ।
ତେବେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ସେହି ଆପାଟମେଣ୍ଟରେ ରହୁଥିବା ଜଣେ ବ୍ୟକ୍ତିଙ୍କର ଜ୍ବାଁଇ ବୋଲି ସୂଚନା ମିଳିଛି । l ତେବେ ସେ ଜଣେ ବ୍ୟବସାୟୀ ଓ ଏଠାକୁ ତାଙ୍କ ଶ୍ୱଶୁର ଘରର ଦେଖାଶୁଣା କରିବାକୁ ନିୟମିତ ଆସିଥାନ୍ତି ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ