ETV Bharat / city

କଲବଲ କଲା କାଦୁଅ, ସିଂହ ସଫାରିରେ ଦୀର୍ଘ ସମୟ ଫସି ରହିଲେ ପର୍ଯ୍ୟଟକ - ସିଂହ ସଫାରିରେ ଫସିଲା ବସ

କାଦୁଅ ଯୋଗୁଁ ସିଂହ ସଫାରିରେ ଦୀର୍ଘ ସମୟ ଧରି ବସ ଫସି ରହିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

କଲବଲ କଲା କାଦୁଅ, ସିଂହ ସଫାରିରେ ଦୀର୍ଘ ସମୟ ଫସି ରହିଲେ ପର୍ଯ୍ୟଟକ

author img

By

Published : Sep 7, 2021, 6:16 PM IST

ଭୁବନେଶ୍ବର: କାଦୁଅ ଯୋଗୁଁ ନନ୍ଦନକାନନ ସିଂହ ସଫାରିରେ ଦୀର୍ଘ ସମୟ ଧରି ଫସି ରହିଲା ବସ । ବସରେ ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ରହିଥିଲେ । ସଫାରିରେ ବୁଲୁଥିବା ୨ ସିଂହଙ୍କୁ ଫିଡ଼ିଂ ଚାମ୍ବରରେ ଭର୍ତ୍ତି କରିବା ପରେ ଟ୍ରାକ୍ଟର ଯୋଗେ ବସକୁ ବାହାର କରାଯାଇଥିଲା ।

କଲବଲ କଲା କାଦୁଅ, ସିଂହ ସଫାରିରେ ଦୀର୍ଘ ସମୟ ଫସି ରହିଲେ ପର୍ଯ୍ୟଟକ

ବର୍ଷା ଯୋଗୁଁ ସଫାରି ମଧ୍ୟରେ ବସ ଚଳାଚଳ କରିବା କଷ୍ଟକର ହୋଇପଡ଼ୁଛି । ସଫାରି ମଧ୍ୟରେ ଥିବା ରାସ୍ତା ସମ୍ପୂର୍ଣ୍ଣ ଭାବରେ କାଦୁଅ ହୋଇପଡିଛି । ଯାହା ଫଳରେ ସେହି କାଦୁଅରେ ଅଟକି ଯାଇଥିଲା ବସ । ଏହି ସମୟରେ ସିଂହ ବସ ନିକଟକୁ ଆସିଯାଇଥିଲେ । ଯାହା ଫଳରେ ପର୍ଯ୍ୟଟକ ଭୟଭୀତ ହୋଇଯାଇଥିଲେ। କାଦୁଅ ଯୋଗୁଁ ସିଂହ ସଫାରୀରେ ବସଟି ଦୀର୍ଘ ସମୟ ଧରି ଫସି ରହିଥିଲା । ବସରେ ପାଖାପାଖି 20 ଜଣରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ରହିଥିଲେ।

ପ୍ରଥମେ ସଫାରିରେ ବୁଲୁଥିବା ୨ ସିଂହଙ୍କୁ ଫିଡିଂ ଚାମ୍ବରରେ ଭର୍ତ୍ତି କରାଯାଇଥିଲା । ଏହାପରେ 3ଟି ଟ୍ରାକ୍ଟର ଏବଂ ଜେସିବି ସାହାଯ୍ୟରେ ବସକୁ ବାହାର କରାଯାଇଥିଲା । ସେପଟେ ଆଉ ଏକ ବସ ଯାଇ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲା ବୋଲି ସୂଚନା ମିଳିଛି । ତେବେ ସୂଚନା ଥାଉ କି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାରମ୍ବାର ସଫାରି ମଧ୍ୟରେ କାଦୁଅ ପାଇଁ ବସ ଫସି ରହୁଥିବା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ବିଶେଷ କରି ନନ୍ଦନକାନନ କର୍ତ୍ତୃପକ୍ଷ ଧ୍ୟାନ ଦେବା ଆବଶ୍ୟକ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.